ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ଆଳି,୭।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋକୁ ଜଣେ ଯୁବକ ସୋସିଆଲ ମିଡିଆରେ ଭାଇରଲ କରିଥିବା ଅଭିଯୋଗ ଆସିଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  ।

ସୂଚନା ଅନୁଯାୟୀ, ଜଣେ ଯୁବତୀ ଯାଜପୁର ଜିଲାର ଏକ କଲେଜରେ ପଢୁଥିଲେ। ସେହି ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହିତ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ଏହାର ସୁଯୋଗ ନେଇ ଯୁବକ ଜଣକ କୌଶଳ କ୍ରମେ ଯୁବତୀଙ୍କ କିଛି ଅଶ୍ଳୀଳ ଫଟୋ ଉଠାଇ ତାଙ୍କୁ ଧମକ ଦେଇ ଆସୁଥିଲେ। କରୋନା କଟକଣା ଯୋଗୁ କଲେଜ ବନ୍ଦ ଥିବାରୁ ଯୁବତୀଙ୍କ ସହିତ ସେହି ଯୁବକଙ୍କ ସାକ୍ଷାତ ହୋଇପାରି ନ ଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକଙ୍କ ମୋବାଇଲରେ ଥିବା ଯୁବତୀଙ୍କ ଅଶ୍ଲୀଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଏଥିରେ ମର୍ମାହତ ହୋଇ ଯୁବତୀ ଜଣକ ୨ ଥର ଆମତ୍ହତ୍ୟା କରିବାକୁ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି।