କର୍ଲାମୁଣ୍ଡା,୨୦/୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା କର୍ଲାମୁଣ୍ଡା ବ୍ଲକ ରେଗଡାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଛାତ୍ରୀ ନୈନାରାଣୀ ସାହୁ ୯୪.୪ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି।
ସେହିପରି ସୌମ୍ୟଶ୍ରୀ ରଣା ଓ ସ୍ବାଗତିକା ସାହୁ ୯୩ ପ୍ରତିଶତ ନମ୍ବର ରଖି ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟର ମୋଟ ପାସ ହୋଇଥିବା ୬୯ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ୪୯ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ଜଣାଯାଇଛି । ନୈନାରାଣୀଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।