ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ ଜାଲ ତଥ୍ୟ ପ୍ରଦାନ କରି ଆବାସ ହାତେଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଥିଲା। ହିତାଧିକାରୀ ଶ୍ରୀମତୀ ନାୟକ ଏହି ପଞ୍ଚାୟତରେ କୁଆଖିଆ ବଜାର ୱାର୍ଡର ଜଣେ ବାସିନ୍ଦା ବୋଲି ଦର୍ଶାଇ ଜାଲ୍‌ପଟା ଦେଇ ଆବାସ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ତାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଘର ନିର୍ମାଣ ପାଇଁ ପ୍ରଥମକିସ୍ତି ବାବଦକୁ ୪୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଉକ୍ତ ଅର୍ଥକୁ ବିନିଯୋଗକରି ସେ ମୁଗୁପାଳ ପଞ୍ଚାୟତର ସାରଙ୍ଗପୁର ଗ୍ରାମରେ ହିତାଧିକାରୀ ଘର ନିର୍ମାଣ କରିଥିଲେ।

ଏ ନେଇ ବାହାଦଲାପରୁ ପଞ୍ଚାୟତର ପଦ୍ମଲୋଚନ ନାୟକ ଯାଜପୁର ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ରସୁଲପୁର ବିଡିଓ ଅବନୀକାନ୍ତ ସାହୁଙ୍କ ପକ୍ଷରୁ ଅଭିଯୋଗର ତଦନ୍ତ କରାଯାଇଥିଲା। ଏ ନେଇ ବ୍ଲକ ପକ୍ଷରୁ ଗଠନ କରାଯାଇ ଥିବା ତଦନ୍ତକାରୀ ଦଳ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରିଥିଲେ। ଘର ହାତେଇବା ପାଇଁ ହିତାଧିକାରୀ ତଥା ନାଏବ ସରପଞ୍ଚ ନାୟକ ଅସାଧୁ ଉପାୟ ଅବଲମ୍ବନ କରିଥିବା ଧରାପଡିଛି।

ଏ ନେଇ ବ୍ଲକ ପକ୍ଷରୁ ଯାଜପୁର ଜିଲାପାଳଙ୍କ ନିକଟକୁ ପତ୍ର ଜରିଆରେ ଅବଗତ କରାଯିବା ସହ ପରବର୍ତ୍ତୀ ପଦକ୍ଷେପ ପାଇଁ ଅନୁମତି ଲୋଡା ଯାଇଛି। ତଦନ୍ତ ଚାଲିଥିବା ବେଳେ ଘର କାର୍ଯ୍ୟର ଅଗ୍ରଗତି ନ ଘଟାଇବା ପାଇଁ ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କୁ ବାରଣ କରାଯାଇଛି। ଜିଲାପାଳଙ୍କଠାରୁ ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ନିକୁଞ୍ଜ ବିହାରୀ ରାଉତଙ୍କ ସୂତ୍ରରୁ ଜଣାପଡିଛି। ହିତାଧିକାରୀଙ୍କୁ ନୋଟିସ ଜାରି କରାଯାଇ ତାଙ୍କ ଠାରୁ ପ୍ରଥମକିସ୍ତି ଅର୍ଥକୁ ଫେରାଇ ଆଣିବାକୁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

ଘଟଣାରୁ ପ୍ରକାଶ ଯେ ହିତାଧିକାରୀ ତିଳୋତ୍ତମା ନାୟକ ଏହି ବ୍ଲକର ଭୋଟକା ପଞ୍ଚାୟତ ଅରଡା ଗ୍ରାମର ମୂଳ ବାସିନ୍ଦା ଅଟନ୍ତି ା ଏହି ପଞ୍ଚାୟତର ଭୋଟର ତାଲିକାରେ ତାଙ୍କର ନାମ ରହିଛି। ୧୫ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ମୁଗୁପାଳ ପଞ୍ଚାୟତର ସାରଙ୍ଗପୁର ଗ୍ରାମରେ ସ୍ଥାୟୀ ଭାବେ ରହି ଆସୁଛନ୍ତି। ସେଠାରେ ତାଙ୍କ ନାମରେ ଘରବାଡି ଜମି ରହିଛି। ସେ ଘର ହାତେଇ ଥିବା କୁଆଖିଆ ୱାର୍ଡରେ ତାଙ୍କ ନାମରେ ଘରବାଡି ଜମି ନାହିଁ। ଏହାଛଡା ହିତାଧିକାରୀ ସାରଙ୍ଗପୁର ଗ୍ରାମର ସ୍ଥାୟୀ ବାସିନ୍ଦା ବୋଲି ଜନଗଣନା ସର୍ଭେ ତାଲିକାରୁ ସ୍ପଷ୍ଟ ହୋଇଛି। ସେ ଚଞ୍ଚକତା କରି କୁଆଖିଆ ୱାର୍ଡରେ ଜାଲ ଆଧାର, ଭୋଟର ପରିଚୟପତ୍ର ଓ ଘରବାଡି ପଟା ପ୍ରଦାନ କରିଥିଲେ। ଆବାସ ପାଇଁ ଯୋଗ୍ୟ ହିତାଧିକାରୀ ଚୟନ କରିବା ପାଇଁ ଗଠିତ ୩ଜଣିଆ କମିଟିଙ୍କୁ ହିତାଧିକାରୀଙ୍କ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କମିଟିକୁ ହସ୍ତଗତ ହୋଇଥିବା ଘରବାଡି ପଟ୍ଟା, ଆଧାରକାର୍ଡ, ବ୍ୟାଙ୍କଜମାଖାତାକୁ ସଠିକ୍‌ ଭାବରେ ଯାଂଚ କରାନଯାଇ ହିତାଧିକାରୀଙ୍କୁ ଯୋଗ୍ୟ କରିଦିଆଯାଇ ଥିଲା। ଏହି ଦିଗରେ ଅଭିଯୋଗ ହେବାପରେ ବ୍ଲକ ପକ୍ଷରୁ ୫ଜଣିଆ ତଦନ୍ତକାରୀ ଦଳ ଗଠନ କରାଯାଇ ତଦନ୍ତ କରାଯାଇଥିଲା। ତଦନ୍ତରେ ଜାଲିଆତି ଧରାପଡିବା ପରେ ହିତାଧିକାରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ଏ ସମ୍ପର୍କରେ ହିତାଧିକାରୀ ନାୟକଙ୍କୁ ପଚାରିବାରୁ ସେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଛନ୍ତି। ପ୍ରଥମକିସ୍ତି ବାବଦକୁ ୪୦ହଜାର ଟଙ୍କା ତାଙ୍କ ଜମାଖାତାକୁ ଆସିଛି ବୋଲି ସ୍ବୀକାର କରିଛନ୍ତି। ଏ ନେଇ ଅଭିଯୋଗ ହୋଇଛି ବୋଲି ସେ ଜାଣିବାକୁ ପାଇଛନ୍ତି। ମାତ୍ର ତାଙ୍କୁ ଏଯାଏଁ ବ୍ଲକ ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ନିର୍ବାହୀ ଅଧିକାରୀ ରାଉତଙ୍କ ମତରେ ସେ ସରକାରୀ ଘର ହାତେଇବା ପାଇଁ ଯେଉଁ ପ୍ରମାଣପତ୍ର ଦେଇଥିଲେ ତାକୁ ଆଧାରକରି ଘର ଆବଣ୍ଟନ କରାଯାଇ କାର୍ଯ୍ୟାଦେଶ ଓ ପ୍ରଥମକିସ୍ତି ପ୍ରଦାନ କରାଯାଇଛି। ଅଭିଯୋଗ ଆସିବା ପରେ ତାଙ୍କୁ ଦ୍ୱିତୀୟକିସ୍ତି ପ୍ରଦାନ କରାଯାଇ ନାହିଁ ବୋଲି ମତ ରଖିଛନ୍ତି। ଏହାଛଡା ନାୟକ ବାହାଦଲାପୁର ପଂଚାୟତର ସ୍ଥାୟୀ ବାସିନ୍ଦା ନୁହଁନ୍ତି। ସେ ଭୋଟର ତାଲିକାରେ ତାଙ୍କ ନାମକୁ ଚଞ୍ଚକତା କରି ନାମ ପଞ୍ଜିକରଣ କରିଛନ୍ତି। ସେ କୁଆଖିଆ ୱାର୍ଡରୁ ୱାର୍ଡ ମେମ୍ବର ହୋଇ ନାଏବ ସରପଞ୍ଚ ହୋଇଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେଆଇନ। ତାଙ୍କର ନାଏବ ସରପଞ୍ଚ ପଦବୀକୁ ରଦ୍ଦ କରାଯାଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀ ପଦ୍ମଲୋଚନ ନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri