ନାଗେଶ୍ୱରଟାଙ୍ଗୀ ହାଟର ଉନ୍ନତୀକରଣ ହେବ

ଭୁବନେଶ୍ୱର, ୧୯।୫ (ବ୍ୟୁରୋ): ୱାର୍ଡ ନମ୍ବର ୫୫ରେ ଗୁରୁବାର ‘ୱାର୍ଡରେ ଦିନେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାଗେଶ୍ୱର ଟାଙ୍ଗୀଠାରେ ଥିବା ବିଏମ୍‌ସି କମ୍ୟୁନିଟି ହଲ ପରିସରରେ ଅନୁଷ୍ଠିତ ଏହି ବୈଠକରେ ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରିଥିଲେ। ଏଥିରେ ନାଗେଶ୍ୱର ଟାଙ୍ଗୀ, ଗୌତମ ନଗର, ଗୋସାଗରେଶ୍ୱର ଅଞ୍ଚଳ, ଆକରପୁରୀ କଲୋନୀ ଓ ବିନ୍ଦୁସାଗର ପଶ୍ଚିମ ପାର୍ଶ୍ୱ ଆଦି ଅଞ୍ଚଳର ବରିଷ୍ଠ ନାଗରିକ, ସ୍ବେଚ୍ଛାସେବୀ, ବିଭିନ୍ନ ସାମାଜିକ ସଂଗଠନ, ଏସ୍‌ଏଚ୍‌ଜିର କର୍ମକର୍ତ୍ତା ଯୋଗଦେଇ ସେମାନଙ୍କ ଅଞ୍ଚଳର ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ। ୨୦୧୯-୨୦ରେ ନିର୍ମାଣାଧୀନ ଡ୍ରେନର ଶେଷ ସୀମା ନିର୍ଦ୍ଧାରିତ ହୋଇ ନ ଥିବାବେଳେ, ଡ୍ରେନ ଅଧା ହୋଇପଡି ରହିଛି। ଫଳରେ ମୁଖ୍ୟ ଡ୍ରେନ୍‌କୁ ପାଣି ଯାଇ ନ ପାରି ରାସ୍ତାରେ ଭାସୁଛି। ପରିମଳ ଠିକାଦାର ନିୟମିତ କାମ କରୁ ନ ଥିବା ଓ୍ବାର୍ଡବାସୀ ଅଭିଯୋଗ କରିଥିଲେ। ସେହିଭଳି ୨୦୧୦ରେ ନାଗେଶ୍ୱର ହାଟର ଶୁଭ ଦିଆଯାଇଥିଲେ ବି ଏଯାଏ କାମ ହୋଇପାରି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ହାଟ ଭିତରେ କେତେକ ଲୋକ ଜବରଦଖଲ କରିଥିବାରୁ ସେଠାରେ ପାର୍କିଂ ସମସ୍ୟା ସୃଷ୍ଟି ହେଉଛି, ନାଗେଶ୍ୱର ଟାଙ୍ଗୀ ଓ ଗୌତମ ନଗରରେ ଗୋଟିଏ ଲେଖାଏ ପୋଲିସ ବୁଥ୍‌ କରି ଅପରାଧ ନିୟନ୍ତ୍ରଣ କରିବା, ୱାର୍ଡରେ ଥିବା ସରକାରୀ ଜମିରେ ବ୍ୟାଡମିଣ୍ଟନ କୋର୍ଟ ପ୍ରତିଷ୍ଠା କରିବା, ନାଗେଶ୍ୱର ଟାଙ୍ଗି ପାର୍କର ଉନ୍ନତିକରଣ କରିବା, ଗୌତମ ନଗର ପାର୍କ ପାଖରୁ ଜବରଦଖଲ ଉଚ୍ଛେଦ କରିବା, ନାଗେଶ୍ୱର ଟାଙ୍ଗୀର ଏଚ୍‌ବି-୬୪ ରୁ ୭୫ ପର୍ଯ୍ୟନ୍ତ ସ୍ବେରେଜ ବ୍ୟବସ୍ଥାରେ ସୁଧାର ଆଣିବା, ସ୍ବେରେଜରୁ ବାହାରୁଥିବା ବର୍ଜ୍ୟକୁ ରାସ୍ତାରୁ ତୁରନ୍ତ ଉଠାଇବା, ଶିଶୁ ଉଦ୍ୟାନ ଏବଂ ଏକ କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା କରିବା, ହରିହର ବିଦ୍ୟାପୀଠ ଖେଳପଡିଆର ଉନ୍ନତୀକରଣ କରିବା, ୱାର୍ଡରେ କଣ୍ଟ୍ରୋଲ ଦୋକାନ ନ ଥିବାରୁ ରାଶନ ସାମଗ୍ରୀ ପାଇଁ ୫୬ ନମ୍ବର ୱାର୍ଡରୁ ଯିବାକୁ ପଡୁଛି। ତେଣୁ ୱାର୍ଡରେ ଡିଲର ନିଯୁକ୍ତି ଦିଆଯିବା, ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରେ ଭେଣ୍ଡିଂ ଜୋନ୍‌ ପ୍ରତିଷ୍ଠା କରିବା, ଅଞ୍ଚଳରେ ଥିବା ଜଳାଶୟଗୁଡିକର ପୁନରୁଦ୍ଧାର କରିବା ଆଦି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ସେହିପରି ବର୍ଷକ ମଧ୍ୟରେ ୫୫ ନମ୍ବର ୱାର୍ଡରେ ଉନ୍ନୟନମୂଳକ କାମର ତାଲିକା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ମେୟର, କର୍ପୋରେଟର ନୃପେଶ କୁମାର ନାୟକ, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସହିତ ଟିମ୍‌ ବିଏମ୍‌ସି ନାଗେଶ୍ୱର ଟାଙ୍ଗୀ ହାଟ ଓ ଡ୍ରେନ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଖୁବଶୀଘ୍ର ହାଟର ଉନ୍ନତିକରଣ କାମ ଆରମ୍ଭ ହେବ ବୋଲି ମେୟର ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଜୋନାଲ ଡେପୁଟି କମିଶନର ପ୍ରିୟବ୍ରତ ପାଢୀ, ଡେପୁଟି କମିଶନର ସ୍ନେହଲତା ଆଚାର୍ଯ୍ୟ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମେଶ୍ୱରୀ ଦାସ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri