ପୁରୀ ଅଫିସ,୪ା୧୧: ଚଳିତବର୍ଷ ଭଳି ଆସନ୍ତା ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇପାରେ। ୨୦୨୧ ମସିହାର କ୍ୟାଲେଣ୍ଡର ବଜାରକୁ ଆସିବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଆସନ୍ତା ବର୍ଷ ନଭେମ୍ବର ୧୫ରେ ନାଗାର୍ଜୁନ ବେଶ ପଡୁଥିବା ନିର୍ଦ୍ଦିଷ୍ଟ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି। ତେବେ ଏହା ଜଣାପଡ଼ିିବା ପରେ ଚଳିତବର୍ଷ କରୋନା କଟକଣା ପାଇଁ ଦାରୁଦିଅଁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚତ୍ତ ଭକ୍ତ ଭାବବିହ୍ବଳ ହୋଇପଡ଼ିଛନ୍ତି। ଏଥର ନ ହେଲା ନାହିଁ ୨୦୨୧ରେ ମହାପ୍ରଭୁଙ୍କ ଏହି ବୀର ବେଶ ଦର୍ଶନ କରିବା ନେଇ ସେମାନଙ୍କ ମନରେ ଆଶା ସଞ୍ଚାର ହୋଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ। ଆସନ୍ତା ବର୍ଷ ଦୋଳ ପୂର୍ଣ୍ଣିମା ପରେ ନୂଆ ପାଞ୍ଜି ପ୍ରଚଳନ ହେଲେ ସ୍ପଷ୍ଟ ଜଣାପଡ଼ିବ ବୋଲି କୁହାଯାଇଛି।
ଯେଉଁବର୍ଷ କାର୍ତ୍ତିକ ମାସରେ ପାଞ୍ଚଦିନ ପରିବର୍ତ୍ତେ ପଞ୍ଚକ ୬ଦିନ ପଡ଼େ ସେହିବର୍ଷ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ପଞ୍ଚୁକ ୬ ଦିନ ପଡୁଥିବାରୁ ଆସନ୍ତା ୨୭ତାରିଖରେ ନାଗାର୍ଜୁନ ବେଶ ହେବ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ସହ କାମ ଆଗେଇ ଚାଲିଛି। କିନ୍ତୁ କରୋନା କଟକଣା ପାଇଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ଭକ୍ତ ବଞ୍ଚତ୍ତ ହେବେ। ମାତ୍ର ଆସନ୍ତା ବର୍ଷ ପୁଣି ନାଗାର୍ଜୁନ ବେଶ ପଡୁଥିବା ପାଞ୍ଜି ଗଣନାକାରଙ୍କ ସଙ୍କେତ ଏବେ ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଆଣିଛି। ଭକ୍ତଙ୍କ ମନ ଓ ନୟନ ଉତ୍କଣ୍ଠିତ ହେଲାଣି। ସେବାୟତ ବି କହିଲେଣି ଲଗାତର ଦୁଇବର୍ଷ ନାଗାର୍ଜୁନ ବେଶ ପଡ଼ିବା କିଛି ନୂଆ କଥା ନୁହେଁ। ୧୯୯୩ ଓ ୧୯୯୪ ମସିହାରେ ଲଗାତର ଏହି ବେଶ ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ଆସନ୍ତା ଦୋଳପୂର୍ଣ୍ଣିମା ପରେ ନୂଆ ପାଞ୍ଜି ପ୍ରଚଳନ ହେବ। ତେଣୁ ଏତେ ଆଗରୁ କିଛି କହି ହେବ ନାହିଁ। ଆମକୁ ନୂଆ ପାଞ୍ଜିକୁ ଅପେକ୍ଷା କରିବାକୁ ପଡ଼ିବ। ସେହିପରି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି, ଯେ ପର୍ଯ୍ୟନ୍ତ ନୂଆ ପାଞ୍ଜି ବାହାରି ନାହିଁ ଏବଂ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଓ ମୁକ୍ତିମଣ୍ଡପ ପାଞ୍ଜିକୁ ଅନୁମୋଦନ କରିନାହାନ୍ତି ସେ ପର୍ଯ୍ୟନ୍ତ ଆସନ୍ତାବର୍ଷ ନାଗାର୍ଜୁନ ବେଶ ପଡ଼ିିବ ବୋଲି ଆମେ ଦୃଢତାର ସହ କହିପାରିବା ନାହିଁ। ଯଦି ହେବ ତାହା ଅତ୍ୟନ୍ତ ସୌଭାଗ୍ୟର କଥା, ନ ହେଲେ ଏହା ମହାପ୍ରଭୁଙ୍କ ଇଚ୍ଛା ବୋଲି ସେ ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All
ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…
ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…
ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ
ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…
ରାଜ୍ୟସଭା କ୍ରସ୍ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ
ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…
ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ
କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…
ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର
ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…
ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…
ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…
ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…
ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…
ପୁଣି ଦୁର୍ଘଟଣା ଘଟାଇଲା ଆମବସ୍: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ
ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…
Archives

