ପୁଣି ନାଗାର୍ଜୁନ ବେଶ ସାମଗ୍ରୀ ଗାଏବ

ପୁରୀ ଅଫିସ,୨ା୧୨: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ଗାଏବ ଘଟଣା ପରେ ସୋମବାର ଜଣେ ସେବାୟତ କିଛି ବେଶ ସାମଗ୍ରୀ ନେଉଥିବା ଜଣାପଡ଼ିଥିଲା। ବାଘଛାଲ ଓ ଦୁଇଟି ଓଳମାଳ ଗାଏବ ହେବା ନେଇ ଆଲୋଚନା ଚାଲିଥିବାବେଳେ ମଙ୍ଗଳବାର କଦମ୍ବ କାଠି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଥମେ ଜଣେ ସେବକ ଏହାକୁ ନିଜ ଫେସ୍‌ବୁକ ଆକାଉଣ୍ଟରେ ପୋଷ୍ଟ କରିବା ପରେ ଏହି ଫଟୋ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଏହି କଦମ୍ବ କାଠିି ପାଇ ସେ ବେଶ୍‌ ଆନନ୍ଦିତ ବୋଲି ନିଜର ଭାବବ୍ୟକ୍ତ କରିଛନ୍ତି। ଏହି କାରଣରୁ ନାଗାର୍ଜୁନ ବେଶର ବିଭିନ୍ନ ଅଂଶ ବାହାରକୁ ଯାଇଥିବା ଚର୍ଚ୍ଚା ହେଉଛି।
ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁସାରେ ବେଶ ଓଲାଗି ପରେ ସିଂହାରୀ ସେବକମାନେ ନୀତି ପ୍ରଶାସକ ଓ କମାଣ୍ଡରଙ୍କ ଉପସ୍ଥିତିରେ ବେଶ ଦାଖଲ କରିଥିଲେ। ସମ୍ପୂର୍ଣ୍ଣ ବେଶକୁ ଶ୍ରୀମନ୍ଦିର ପରିସରସ୍ଥ ନୀଳାଦ୍ରି ମ୍ୟୁଜିୟମ୍‌ରେ ରଖାଯାଇଥିଲା। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ହେପାଜତରେ ଥିବା ବେଶର ବିଭିନ୍ନ ଅଂଶ କିଭଳି ଗାଏବ ହେଉଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଚନ୍ଦ୍ର, ସୂର୍ଯ୍ୟ ଗାଏବ ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦୁଇଦିନ ପୂର୍ବରୁ ସିଂହଦ୍ୱାର ଥାନାରେ ମାମଲା ହୋଇଥିଲା। ଏବେ ପୁଣି ବେଶର ବିଭିନ୍ନ ଅଂଶ ବାହାରକୁ ଯାଉଥିବା ଅଭିଯୋଗ ପରେ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। ତେବେ ଏହି ଫଟୋ କେଉଁଠି ଉଠାଯାଇଛି ତାହା ଜଣାପଡ଼ିନାହିଁ। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ନାଗାର୍ଜୁନ ବେଶରେ ଲାଗିହୋଇଥିବା ଅଂଶ ମ୍ୟୁଜିୟମ୍‌ରେ ଅଛି। ବେଶର ବିଭିନ୍ନ ଅଂଶ ଗାଏବ ନେଇ ଯେଉଁ ଅଭିଯୋଗ ଆସୁଛି ସେ ସଂକ୍ରାନ୍ତରେ ମନ୍ଦିର କମାଣ୍ଡରଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିଲେ ସବୁ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ପୋଖରୀରେ ଭାସୁଛି କ୍ଷୁଦ୍ର ଜଳସେଚନ ବିଭଗର ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୁରୁଣା ପଡାସ୍ଥିତ ସାନବନ୍ଧରୁ ରବିବାର ସକାଳୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର…

ପ୍ଲାଟିନମ୍‌ ଉପାଦାନ ଉତ୍ତୋଳନ ସଫଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୫(ପି.ଟି./ସୁନିତ୍‌ ମିଶ୍ର): ବିଶ୍ୱ ବଜାରରେ ଲୁହାପଥର, ବକ୍ସାଇଟ୍‌, କ୍ରୋମାଇଟ୍‌ ଭଳି କଞ୍ଚାମାଲର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ଲାଟିନମ୍‌ର ଚାହିଦା ମଧ୍ୟ ବଢ଼ିିଛି ।…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୨ଟି କୋଚ୍‌ରେ ଲାଗିଗଲା ନିଆଁ, ଭିତରେ ଥିଲେ…

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ…

ଆଜି ଓଡ଼ିଶା ଗସ୍ତରେ ନୀତିନ୍‌ ନବୀନ

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୀତିନ୍‌ ନବୀନ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ…

ସର୍ବ ଭାରତୀୟ ସ୍ତର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ବନ୍ଦ ଡାକରା : ୨୦ରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ

ଦେବଗଡ଼,୧୭।୫ (ଶଶାଙ୍କ ଶେଖର ଝାଙ୍କର): ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଡାକରେ ଦେବଗଡ଼ ଜିଲା…

ଜୁନ୍‌ ୭ରେ ଓଡ଼ିଶା ସିଭିଲ ସର୍ଭିସ୍‌ ପ୍ରିଲିମ୍‌

କଟକ,୧୭।୫(କାର୍ତ୍ତିକ ସାହୁ): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମନାରି ପରୀକ୍ଷା-୨୦୨୫ର କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁନ୍‌ ୭…

ସୁଧୁରୁନି ତୈଳ ସ୍ଥିତି, ବଢ଼ିଲାଣି କଳାବଜାର

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଓଡ଼ିଶାରେ ଦେଖା ଦେଇଥିବା ତୈଳ ସଙ୍କଟ ସ୍ଥିତିରେ ଶନିବାର ସୁଦ୍ଧା ସୁଧାର ଆସିପାରି ନାହିଁ। ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri