Posted inଖେଳ

୩୫ ବର୍ଷ ପରେ ଇତିହାସ ରଚିଲେ ନାଗାଲ

ମେଲବର୍ନ,୧୭ା୧(ପି.ଟି.): ଟେନିସ୍‌ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନରେ ଇତିହାସ ରଚିଛନ୍ତି ଭାରତୀୟ ଟେନିସ୍‌ ତାରକା ସୁମିତ୍‌ ନାଗାଲ୍‌। କ୍ୱାଲିଫାଇଂ ରାଉଣ୍ଡରୁ ମୁଖ୍ୟ ଡ୍ରରେ ସାମିଲ ହୋଇଥିବା ନାଗାଲ ପ୍ରଥମ ରାଉଣ୍ଡରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ବିଶ୍ୱ ମାନ୍ୟତାର ୨୭ ନମ୍ବର ସ୍ଥାନରେ ଥିବା କାଜାଖସ୍ତାନର ଆଲେକ୍‌ଜାଣ୍ଡର ବବ୍‌ଲିକ୍‌ଙ୍କୁ ପରାସ୍ତ କରିବା ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ନାଗାଲ ୬-୪, ୬-୨ ଓ ୭-୬(୫) ସେଟ୍‌ରେ ଏହି ମ୍ୟାଚ୍‌କୁ ଜିତି ନେଇଛନ୍ତି। ଏହି ମ୍ୟାଚ୍‌ଟି ୨ ଘଣ୍ଟା ୩୮ ମିନିଟ ଧରି ଚାଲିଥିଲା। ୨୦୨୧ ପରେ ନାଗାଲ ପ୍ରଥମ ଥର ପାଇଁ ଏକ ଗ୍ରାଣ୍ଡସ୍ଲାମ ଖେଳୁଥିବା ବେଳେ ବିଜୟୀ ହୋଇଛନ୍ତି। ଏହା ସହ ଦୀର୍ଘ ୩୫ ବର୍ଷର ବ୍ୟବଧାନରେ ଏକ ଗ୍ରାଣ୍ଡସ୍ଲାମରେ ସିଡେଡ ଖେଳାଳିଙ୍କ ବିପକ୍ଷରେ ଜଣେ ଭାରତୀୟ ଭାବରେ ବିଜୟୀ ହୋଇଛନ୍ତି ନାଗାଲ। ପୂର୍ବରୁ ୧୯୮୯ରେ ତତ୍କାଳୀନ ୧ ନମ୍ବର ଖେଳାଳି ତଥା ଅଷ୍ଟ୍ରେଲିଆନ୍‌ ଓପନର ଡିଫେଣ୍ଡିଂ ଚାମ୍ପିୟନ ସ୍ବିଡ୍‌ ମାଟ୍ସ ଓ୍ବିଲାଣ୍ଡରଙ୍କୁ ପରାସ୍ତ କରିଥିଲେ ରମେଶ କ୍ରିଷ୍ଣନ। ଡେଭିସ୍‌ ଖେଳିବା ପାଇଁ ରାଜି ନ ହେବା କାରଣରୁ ଏଆଇଟିଏ ପକ୍ଷରୁ ନାଗାଲଙ୍କୁ ଓ୍ବାଇଲ୍ଡ କାର୍ଡ ମିଳି ନ ଥିଲା। ଫଳରେ ସେ କ୍ୱାଲିଫାଇଂ ରାଉଣ୍ଡ ଖେଳି ମୁଖ୍ୟ ଡ୍ର’ରେ ସାମିଲ ହୋଇଥିଲେ। ମଙ୍ଗଳବାର ପ୍ରଥମ ୨ ରାଉଣ୍ଡ ମୁକାବିଲାରେ ବବ୍‌ଲିକଙ୍କୁ ହରାଇବା ପରେ ତୃତୀୟ ସେଟ୍‌ଟି ଟାଇବ୍ରେକ୍‌ରେ ଫଇସଲା ହୋଇଥିଲା। ପ୍ରଥମ ସେଟ୍‌ ୪୨ ଓ ଦ୍ୱିତୀୟ ସେଟ୍‌କୁ ୪୩ ମିନିଟରେ ଜିତିଥିଲେ ନାଗାଲ। ତୃତୀୟ ସେଟ୍‌ ଟାଇବ୍ରେକରକୁ ଯାଇଥିବା ବେଳେ ଏହା ୧ ଘଣ୍ଟା ୧୮ ମିନିଟ୍‌ ଧରି ଚାଲିଥିଲା। ୨୬ ବର୍ଷୀୟ ନାଗାଲ ପରବର୍ତ୍ତୀ ରାଉଣ୍ଡରେ ବିଶ୍ୱ ମାନ୍ୟତାର ୧୪୦ ନମ୍ବର ସ୍ଥାନରେ ଥିବା ଜୁନଚେଙ୍ଗ ସାଙ୍ଗଙ୍କୁ ଭେଟିବେ। ଏହି ମ୍ୟାଚ୍‌ ଜିତିଲେ ସେ ପରବର୍ତ୍ତୀ ରାଉଣ୍ଡରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା କାର୍ଲୋସ୍‌ ଅଲକାରାଜଙ୍କୁ ଭେଟିବାର ସମ୍ଭାବନା ରହିଛି। ପ୍ରଥମ ରାଉଣ୍ଡ ବିଜୟ ପାଇଁ ନାଗାଲଙ୍କୁ ୧ ଲକ୍ଷ ୨୦ ହଜାର ଅଷ୍ଟ୍ରେଲୀୟ ଡଲାର ଓ କ୍ୱାଲିଫାଇଂ ରାଉଣ୍ଡ ବିଜୟ ପାଇଁ ୬୫ ହଜାର ଡଲାର ପୁରସ୍କାର ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri