ଶ୍ରୀକ୍ଷେତ୍ରରେ ନାଗା ଉପାସନା ଅନନ୍ୟ

ପୁରୀ ଅଫିସ,୩୦ା୯: ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜାର ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଏହି ଗୋଷାଣୀ ପୂଜନ ମଧ୍ୟରେ ନାଗା ଉପାସନା ଏକ ନିଆରା ଉପାସନା। ଯାହା ବୀରର ପ୍ରତୀକକୁ ଦର୍ଶାଇଥାଏ। ଏହି ନାଗା ଉପାସନା ସମ୍ପର୍କରେ ଐତିହ ବିଶାରଦ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି, ଆଦିଶଙ୍କରଙ୍କ ଦ୍ୱାରା ସୃଷ୍ଟି ଦଶନାମୀ ସମ୍ପ୍ରଦାୟର ନାଗା ସମ୍ପ୍ରଦାୟ ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହି ସମ୍ପ୍ରଦାୟ ତତ୍‌କାଳୀନ ହିନ୍ଦୁମଠ, ମନ୍ଦିର ଓ ପୃଷ୍ଠପୋଷକଙ୍କ ରକ୍ଷା ପାଇଁ ସୃଷ୍ଟି। ସେମାନେ ସମଗ୍ର ଭାରତରେ ପ୍ରଥମେ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ପ୍ରତିହତ କରୁଥିଲେ। ପରେ ମୁସଲମାନ ଓ ମୋଗଲଙ୍କୁ ମଧ୍ୟ ପ୍ରତିହତ କଲେ। ସେଥପତ୍ାଇଁ ମୁଖ୍ୟ ତୀର୍ଥକ୍ଷେତ୍ରରେ ଆଖଡ଼ାମାନ ପ୍ରତିଷ୍ଠା ହୋଇ ନାଗାମାନଙ୍କୁ ନାଗାସାଧୁ ରୂପେ ଆଖ୍ୟା ଦେଇ ରକ୍ଷଣାବେକ୍ଷଣ କରାଯାଇଥିଲା। ନାଗା ସାଧୁ ମୁଖ୍ୟତଃ ୨ପ୍ରକାରର ଥିଲେ। ଗୋଟିଏ ଗୋଷ୍ଠୀ ଖାଦ୍ୟ ସଂଗ୍ରହ କରିବା, ଆଖଡାର ରକ୍ଷଣାବେକ୍ଷଣା ଦାୟିତ୍ୱରେ ରହୁଥିଲେ। ଅନ୍ୟଗୋଷ୍ଠୀର ନାଗାମାନେ ମଲ୍ଲଯୋଦ୍ଧା କରିବା ସହ କୁସ୍ତି କସରତ କରୁଥିଲେ। ସେମାନଙ୍କୁ ନାଗାଯାଗା ସାଧୁ ବୋଲି କୁହାଯାଉଥିଲା। ଧର୍ମରକ୍ଷା ପାଇଁ ସେମାନେ ସମର୍ପିତ ଥିଲେ। ସେହି ନାଗାମାନଙ୍କର ବୀରତ୍ୱକୁ ନେଇ ଶ୍ରୀକ୍ଷେତ୍ରରେ ନାଗା ପୂଜା ଉପାସନା ଆରମ୍ଭ ହୋଇଛି। ତେବେ କେବେଠାରୁ ପୂଜା ବିଧି ଆରମ୍ଭ ହେଲା ତାହାର ଇତିହାସ ନାହିଁ। ନାଗାମାନେ ପରମ ବୈଷ୍ଣମ। ନାଗାମାନଙ୍କୁ ବନ ଦୁର୍ଗା ମନ୍ତ୍ରରେ ପୂଜା କରାଯାଏ।
୧୬୪୭ ଖ୍ରୀଷ୍ଟାବ୍ଦ ପରେ ଏହି ନାଗା ଉପାସନା ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିବା ମନେ କରାଯାଏ। ଅମୀର ନବାବ ଫତେ ଖାଁ ପୁରୀର ବାଲିସାହିସ୍ଥିତ ଶ୍ରୀନଅର ଉପରେ ଆକ୍ରମଣ କରି ନରସିଂହ ଦେବଙ୍କୁ ହତ୍ୟା କରିଥିଲା। ତାଙ୍କୁ ସେତେବେଳ ନାଗାସାଧୁମାନେ ପ୍ରତିରୋଧ କରି ପ୍ରାଣପାତ କରିଥିଲେ। ଏପରିକି ଶ୍ରୀମନ୍ଦିର ଲୁଣ୍ଠନ ପାଇଁ ଫତେ ଖାଁକୁ ସିଂହଦ୍ୱାର ବାଟେ ଶ୍ରୀମନ୍ଦିରରେ ପ୍ରବେଶ କରାଇ ଦେଇ ନ ଥିଲେ। ଫତେ ଖାଁ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ଧନରତ୍ନ ଲୁଣ୍ଠନ କରି ଫେରିଯାଇଥିଲା। ଫଳରେ ବଡ଼ଦାଣ୍ଡରେ ନାଗାମାନେ ଫତେ ଖାଁର ସୈନ୍ୟମାନଙ୍କୁ ହତ୍ୟା କରିବା ଜନମାନସରେ ଗଭୀର ରେଖାପାତ କରିଥିଲା। ନାଗାମାନଙ୍କର ବୀରତ୍ୱର ଗାଥା ଧରମାର କିମ୍ବଦନ୍ତୀ ହେବା ପୂର୍ବରୁ ବୀରତ୍ୱର ଉପାସକ ପୁରୀର ବାଲିସାହିର ଜାଗାଆଖଡ଼ା ଓ ହରଚଣ୍ଡୀ ସାହିର ଜାଗା ଆଖଡା ପୃଷ୍ଠପୋଷକମାନେ ନାଗାମୂର୍ତ୍ତି ଗଢ଼ି ପୂଜାର ପ୍ରଚଳନ କରାଇଥିଲେ। ଜାଗା ଆଖଡ଼ାରେ ଯେଉଁମାନେ ନାଗା ବିଗ୍ରହ ପୂଜା କଲେ ସେମାନଙ୍କୁ ବୀରତ୍ୱର ପ୍ରତିମୂର୍ତ୍ତିି କଲେ। ଆମ ସଂସ୍କୃତିର ବୀରତ୍ୱ ବିଗ୍ରହର ପ୍ରତୀକ ହେଉଛନ୍ତି ମହିଷା ମର୍ଦ୍ଧିନୀ। ତେଣୁ ବୀର ନାଗା ବିଗ୍ରହରେ ଦୁର୍ଗାଦେବୀଙ୍କର ଆବାହନ କରି ବନଦୁର୍ଗା ମନ୍ତ୍ରରେ ପୂଜାର୍ଚ୍ଚନା କଲେ। ହରଚଣ୍ଡୀ ସାହି ଓ ବାଲିସାହିରେ ଦୁର୍ଗା ବିଗ୍ରହର ଉପାସନା ସହିତ ନାଗା ବିଗ୍ରହ ମଧ୍ୟ ଦୁର୍ଗାଙ୍କର ସେହି ବୀର ସ୍ବରୂପକୁ ଦେଖିପାରିଲେ। ସେଥିପାଇଁ ମା’ ଦୁର୍ଗାଙ୍କର ବୀରତ୍ୱର ପ୍ରତୀକ ରୂପେ ନାଗା ପୂଜାକୁ ଦୁର୍ଗାପୂଜାରେ ସାମିଲ କରିଥିଲେ। ବର୍ତ୍ତମାନ ମଧ୍ୟ ଶ୍ରୀକ୍ଷେତ୍ରରେ ନାଗା ଉପାସନା ଦେଖାଯାଏ। ତେବେ ବାଲି ସାହି ଆଖାଡାରୁ ଆରମ୍ଭ ହୋଇଥିବା ନାଗା ଉପାସନା ପୁରୀର ସାତ ସାହି ୪୨କନ୍ଦିର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ। ପୁରୀ ସହରରେ ପ୍ରଥମ ନାଗା ବାଲି ସାହି ଆଖଡା ହିଞ୍ଜଳ ଜାଗା ପକ୍ଷରୁ ନିର୍ମାଣ କରାଯାଇଥିବାରୁ ଉକ୍ତ ନାଗାକୁ ଗାଦି ନାଗା ବୋଲି କୁହାଯାଏ ।
ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଷଷ୍ଠୀ ଓଷାର ନାଗାଙ୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହିଞ୍ଜଳ ଜାଗାର ସମ୍ପାଦକ ଜିତେନ୍ଦ୍ର ମୁଦୁଲି ନାଗା ନିର୍ମାଣ ସମ୍ପର୍କରେ କହିଛନ୍ତି, ବାଲି ସାହି ନାଗାର ବେଶ୍‌ ପ୍ରସିଦ୍ଧ ରହିଛି। ନାଗାର ଉଚ୍ଚତା ୧୬ ଫୁଟ। ୪ଜଣ ମୁଖ୍ୟ କାରିଗର ସହ ୩ଜଣ ସହଯୋଗୀ ମୂର୍ତ୍ତି ନିର୍ମାଣ କରୁଛନ୍ତି। ତେବେ ବାଲି ସାହି ନାଗା ସହ ପଞ୍ଜାବର ସମ୍ପର୍କ ରହିଛି। ଯେଉଁ ସମୟରେ ପଞ୍ଜାବର ସ୍ବର୍ଣ୍ଣ ମନ୍ଦିର ଉପରେ ମୁସଲମାନ ଆକ୍ରମଣ କରିଥିଲେ ସେ ସମୟରେ ଗୁରୁ ଗୋବିନ୍ଦ ସିଂହଙ୍କ ଜଣେ ଶିଷ୍ୟ ବସନ୍ତ ରାଏ ପୁରୀ ଆସିଥିଲେ। ସେ ସମୟରେ ଦେଉଳ କରଣଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ପରେ ଦେଉଳ କରଣ ବସନ୍ତଙ୍କୁ ବାଟ ଲୋକନାଥ ନିକଟରେ ଥିବା ସେତେବେଳର ଖଣ୍ଡିଆ ପଡା ଥିଲା ସେଠାରେ ରହି ପୁରୀ ସାହି ଯାଗା ଆଖଡାର ଯୁବକ ମାନଙ୍କୁ ନେଇ ସମର କଳା ପ୍ରଣିକ୍ଷଣ ଦେଇଥିଲେ। ପରେ ପଞ୍ଜାବରେ ଯେପରି ବୀରମାନେ ନିଜ ଶରୀରରେ ୧୬ ହତିଆର ଧାରଣ କରିଥାନ୍ତି ସେହିପରି ୧୬ ହତିଆର ରଖି ହିଞ୍ଜଳ ଜାଗାରେ ନାଗାମୂର୍ତ୍ତି ନିର୍ମାଣ କରିଥିଲେ। ସେବେଠାରୁ ପୁରୀରେ ନାଗା ପରମ୍ପରା ଚାଲି ଆସୁଛି। ଅତିତରେ ନାଗାମାନଙ୍କୁ ସାହିର ଯୁବକମାନେ କାନ୍ଦରେ ବୋହି ରାଜନହର ଓ ସିଂହଦ୍ୱାରକୁ ନେଉଥିଲେ। କିନ୍ତୁ ଏବେ ଗାଡିରେ ନାଗାକୁ ସଭାକୁ ନିଆଯାଇଥାଏ। ତେବେ ନାଗାମାନଙ୍କୁ ସପ୍ତମୀ, ଅଷ୍ଟମୀ ଏବଂ ନବମୀ ତିନିଦିନ ଧରି ପୂଜା କରାଯାଏ। ଦଶମୀରେ ବିସର୍ଜନ କର୍ମ କରାଯାଏ। ଏକାଦଶୀରେ ସିଂହଦ୍ୱାରସ୍ଥିତ ସଭାକୁ ନିଆଯାଏ। ପରେ ପୁଷ୍କରିଣୀରେ ବିସର୍ଜନ କରାଯାଏ। ତେବେ ବର୍ତ୍ତମାନ ବାଲି ସାହି ନାଗା ବ୍ୟତୀତ, ହରଚଣ୍ଡୀ ସାହି ନାଗା, ପଶ୍ଚିମ ଦ୍ୱାର ନାଗା, ନରେନ୍ଦ୍ର କୋଣସ୍ଥିତ ନାଗା, ମାର୍କେଣ୍ଡଶ୍ୱର ସାହି ନାଗା, ବଳଗଣ୍ଡିସ୍ଥିତ ମାଜଣା ଜାଗା ନାଗା ବେଶ୍‌ ପ୍ରସିଦ୍ଧ ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?