ନବୀନଙ୍କ ସହ କଥା ହେଲେ ନଡ୍ଡା

ଭୁବନେଶ୍ୱର,୨୩ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭାଜପା ସଭାପତି ଜେ.ପି ନଡ୍ଡା କଥା ହୋଇଥିବା ନବୀନ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ ନେଇ ନଡ୍ଡା ନବୀନଙ୍କ ସହ କଥା ହୋଇଛନ୍ତି। ନାମାଙ୍କନପତ୍ରରେ ପ୍ରସ୍ତାବକ ରହିବେ ବିଜେଡିର ୨ ମନ୍ତ୍ରୀ । ମନ୍ତ୍ରୀ ଜଗନ୍ନାଥ ସାର୍‌କା ଏବଂ ଟୁକୁନି ସାହୁ ନାମାଙ୍କନପତ୍ରରେ ଦସ୍ତଖତ କରିବେ। ଶୁକ୍ରବାର ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବେ। ଟୁଇଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କପତ୍ର ଦାଖଲ କରିବେ। ନବୀନ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ସହଯୋଗ ରହିବ ବୋଲି ପୂର୍ବରୁ ନବୀନ ସ୍ପଷ୍ଟ କରିଥିଲେ। ତେଣୁ ଦଳ ପକ୍ଷରୁ ଦୁଇ ପ୍ରସ୍ତାବକ ଉପସ୍ଥିତ ରହିବେ ବୋଲି ସେ ନିଷ୍ପତ୍ତି ନେଇଛନ୍ତି।

Share