Posted inଖେଳ

ଚତୁର୍ଥ ରାଉଣ୍ଡରୁ ନାଡାଲ ବିଦା

ନ୍ୟୁୟର୍କ,୭।୯(ପି.ଟି.): ୟୁଏସ୍‌ ଓପନ ଚତୁର୍ଥ ରାଉଣ୍ଡରୁ ବିଦା ହେଲେ ସ୍ପେନର ରାଫେଲ ନାଡାଲ। ୨୨ଟି ଗ୍ରାଣ୍ଡସ୍ଲାମ ବିଜୟୀ ନାଡାଲ ପ୍ରଥମ ଥର ପାଇଁ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ଏହା ସହିତ ନାଡାଲଙ୍କ କ୍ରମାଗତ ୨୨ ମ୍ୟାଚ୍‌ ବିଜୟରେ ମଧ୍ୟ ରୋକ୍‌ ଲାଗିଛି। ସୋମବାର ବିଳମ୍ବିତ ରାତିରେ ଫ୍ରାନ୍ସେସ୍‌ ଟିଆଫୋଙ୍କ ବିପକ୍ଷ ମ୍ୟାଚକୁ ନାଡାଲ ୬-୪, ୪-୬, ୬-୪ ଓ ୬-୩ରେ ହାରି ଯାଇଛନ୍ତି। ଏହି ବିଜୟ ପରେ ଆର୍ଥର ଆଶେ କୋର୍ଟରେ କାନ୍ଦି ପକାଇଥିଲେ ଫ୍ରାନ୍ସେସ୍‌ ଟିଆଫୋ। ବିଜୟର କିଛି ମୁହୂର୍ତ୍ତ ଯାଏ ମୋ ଚାରି ପାଖରେ ଦୁନିଆ ଅଟକି ଯାଇଥିଲା। ୟୁଏସ୍‌ ଓପନରେ ନାଡାଲ ଦୁଇ ନମ୍ବର ସିଡ୍‌ର ମାନ୍ୟତା ପାଇଥିବା ବେଳେ ଟିଆଫୋ ୨୨ନମ୍ବର ସିଡ୍‌ ରହିଥିଲେ। ଏହି ବିଜୟ ସହିତ ଆମେରିକାର ପୂର୍ବତନ ଖେଳାଳି ଆଣ୍ଡି ରଡିକ୍‌ଙ୍କ ୧୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୨୪ ବର୍ଷ ବୟସରେ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ସହିତ ସର୍ବକନିଷ୍ଠ ଖେଳାଳି ପାଲଟିଛନ୍ତି। ଟିଆଫୋଙ୍କ ମାତାପିତା ମୂଳତଃ ପୂର୍ବଆଫ୍ରିକା ସ୍ଥିତ ସିଏରା ଲିଓନର ବାସିନ୍ଦା। ୧୯୯୦ ଗୃହ ଯୁଦ୍ଧ ସମୟରେ ଉଭୟ ଦେଶଛାଡି ଆମେରିକାର ମେରିଲାଣ୍ଡକୁ ପଳାଇ ଆସିଥିଲେ। ଆମେରିକାରେ ଏକ ଟେନିସ୍‌ କୋର୍ଟରେ ପିତା କାମ କରୁଥିବା ବେଳେ ସେଠାରୁ ଟେନିସ୍‌ ଖେଳିବା ଆରମ୍ଭ ହୁଏ। ଏହି ବିଜୟ ପରେ ଟିଆଫୋ କହିଛନ୍ତି, ମୋ ନାତି ନାତୁଣୀଙ୍କୁ ମୁଁ କହିପାରିବି କି ମୁଁ ନାଡାଲଙ୍କୁ ହରାଇଥିଲି। ଏହା ପୂର୍ବରୁ ଦୁଇଥର ସେ ନାଡାଲଙ୍କୁ ଭେଟିଥିବା ବେଳେ ନାଡାଲ ବାଜି ମାରି ନେଇଥିଲେ। ସେହିପରି ପୂର୍ବରୁ ଏକ ନମ୍ବର ମାନ୍ୟତାପ୍ରାପ୍ତ ଡାନିଲ ମେଡଭେଡେଭ ବିଦା ହୋଇ ସାରିଥିବା ବେଳେ ୨୦୦୦ ମସିହା ପରେ ପ୍ରଥମ ଥର ପାଇଁ ଦୁଇ ଟପ୍‌ ସିଡେଡ୍‌ ଖେଳାଳି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ଅସଫଳ ରହିଛନ୍ତି। ଟିଆଫୋ ପରବର୍ତ୍ତୀ ରାଉଣ୍ଡରେ ୯ ନମ୍ବର ମାନ୍ୟତାରେ ରହିଥିବା ଆଣ୍ଡି ରୁବଲେଭଙ୍କୁ ଭେଟିବେ। ରୁବଲେଭ ବିଶ୍ୱ ମାନ୍ୟତାର ୭ ନମ୍ବର ସ୍ଥାନରେ ରହିଥିବା କାମ୍‌ ନୋରିଙ୍କୁ ୬-୪, ୬-୪ ଓ ୬-୪ ସେଟରେ ପରାସ୍ତ କରିଛନ୍ତି। ଦୁଇଟି ଗେମ୍‌ ପଛୁଆ ରହିଥିବା ବିଶ୍ୱ ମାନ୍ୟତାର ୧୧ ନମ୍ବର ଖେଳାଳି ଜାନିକ୍‌ ସିନ୍ନର ୬-୧, ୫-୭, ୬-୨, ୪-୬ ଓ ୬-୩ରେ ଇଲ୍ୟା ଇଭାଷ୍କାଙ୍କ ବିପକ୍ଷରେ ବିଜୟୀ ହୋଇଛନ୍ତି। ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ରହିଥିବା କାର୍ଲୋସ ଆଲକାରାଜ ଗାର୍ଫିଆ ମଧ୍ୟ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ମାରିନ୍‌ ସିଲିକଙ୍କ ବିପକ୍ଷ ମ୍ୟାଚକୁ ୬-୪, ୩-୬, ୬-୪, ୪-୬ ଓ ୬-୩ରେ ସେ ଜିତି ନେଇଛନ୍ତି। ମହିଳା ସିଙ୍ଗଲ୍ସରେ ଇଗା ସ୍ବିଟେକ୍‌ ପ୍ରଥମ ଥର ୟୁଏସ୍‌ ଓପନ କ୍ୱାର୍ଟରରେ ପ୍ରବେଶ କରିଥିବା ବେଳେ ଆରିନା ସାବାଲେଙ୍କା ଓ କାରୋଲିନା ପ୍ଲିସକୋଭା ମଧ୍ୟ ବିଜୟୀ ହୋଇଛନ୍ତି। ପ୍ରଥମ ସେଟକୁ ହାରିଥିଲେ ହେଁ ପରବର୍ତ୍ତୀ ଦୁଇ ସେଟ ଜିତି ନେଇଥିଲେ ପୋଲାଣ୍ଡର ୨୧ ବର୍ଷୀୟ ସ୍ବିଟେକ୍‌। ୨-୬, ୬-୪ ଓ ୬-୦ରେ ସେ ଜୁଲି ନେମିୟରଙ୍କୁ ହରାଇଥିଲେ। କ୍ୱାର୍ଟର ଫାଇନାଲ ମୁକାବିଲାରେ ସେ ଜେସିକା ପେଗୁଲାଙ୍କୁ ଭେଟିବେ। ମହିଳା ସିଙ୍ଗଲ୍ସର ଅନ୍ୟ ମୁକାବିଲାରେ ଆରିନା ସାବାଲେଙ୍କା ୬-୩, ୩-୬,୨-୬ରେ ଡାନିଏଲ କଲିନ୍ସଙ୍କୁ ଓ କାରୋଲିନା ପ୍ଲିସକୋଭା ୭-୫, ୬-୭(୫-୭), ୬-୨ରେ ଭିକ୍ଟୋରିଆ ଆଜାରେଙ୍କାଙ୍କୁ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ୨୦୦ ମ୍ୟାଚ୍‌ ଖେଳିବାରେ ପ୍ରଥମ ଖେଳାଳି ହେଲେ ଧୋନୀ

ଆବୁଧାବି, ୧୯।୧୦: ଆଇପିଏଲ୍‌ର ଚଳିତ ସଂସ୍କରଣର ୩୭ତମ ମ୍ୟାଚ୍‌ରେ ସୋମବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଓ ରାଜସ୍ଥାନ ରୟାଲ୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ...

ଗୋଟିଏ ଇନିଂସରେ ୧୦ ଉଇକେଟ ନେଲେ ଏଜାଜ ପଟେଲ

ମୁମ୍ବାଇ,୪।୧୨: ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ସମସ୍ତ ୧୦ ଉଇକେଟ ହାସଲ କରିଛନ୍ତି।...

ସନ୍‌ରାଇଜର୍ସକୁ ହରାଇଲା ସୁପରକିଙ୍ଗ୍ସ

ଦୁବାଇ,୧୪।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା...

ବଦଳି ଗଲେଣି କୋହଲି

ନୂଆଦିଲ୍ଲୀ,୧।୨: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗୋଟିଏ ଶତକ ହାସଲ କରିବାର ପ୍ରାୟ ୨ ବର୍ଷ ବିତିଯାଇଛି। ତାଙ୍କର ୭୧...

ଦୁଃଖିତ, ହେଲେ କାନ୍ଦିବାକୁ ସମୟ ନାହଁ

ଟୋକିଓ,୩।୮: ଅଲିମ୍ପିକ୍ସ ହକି ସେମିଫାଇନାଲରେ ବେଲଜିୟମଠାରୁ ୫-୨ ଗୋଲରେ ହାରିବା ପରେ ଟିମ୍‌ ଇଣ୍ଡିଆର ସ୍ବର୍ଣ୍ଣ ପଦକ ହାତେଇବା ସ୍ବପ୍ନ ଭାଙ୍ଗିଯାଇଛି। କିନ୍ତୁ ୮ ଥରର...

ନୂଆ ସିଜନ୍‌, ଏଣୁ ନୂଆ ଲୁକ୍‌

ନୂଆଦିଲ୍ଲୀ,୨୬।୩: ଆଉ ଦିନ କେଇଟାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧। ପ୍ରଶଂସକମାନେ ଏହାକୁ ଅପେକ୍ଷା କରି ରହିଥିବା ବେଳେ ସମସ୍ତ ଫ୍ରାଞ୍ଚାଇଜ୍‌ଗୁଡ଼ିକ ନିଜ...

ଟେଷ୍ଟ କ୍ରିକେଟରୁ ଷ୍ଟେଇନଙ୍କ ଅବସର

ଜୋହାନ୍ସବର୍ଗ, ୬ା୮(ଏଏଫ୍‌ପି)-ଆଧୁନୀକ ଯୁଗର ଅନ୍ୟତମ ମହାନ ଫାଷ୍ଟ ବୋଲର ଦକ୍ଷିଣ ଆଫ୍ରିକାର ଡେଲ୍‌ ଷ୍ଟେଇନ୍‌ ସୋମବାର ଟେଷ୍ଟ କ୍ରିକେଟରୁ ତାଙ୍କ ଅବସର ଘୋଷଣା କରିଛନ୍ତି। ସୀମିତ...

ଫେବୃୟାରୀର ଶ୍ରେଷ୍ଠ କ୍ରିକେଟର ଅଶ୍ୱିନ

ଦୁବାଇ,୯।୩ : ଭାରତୀୟ ଭେଟେରାନ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମାସ(ଫେବୃୟାରୀ)ର ଶ୍ରେଷ୍ଠ ଆଇସିସି ଖେଳାଳି ଭାବେ ବିବେଚିତ କରାଯାଇଛି। ତାଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ...

Advertisement
Archives

Model This Week