Posted inଖେଳ

ଚତୁର୍ଥ ରାଉଣ୍ଡରୁ ନାଡାଲ ବିଦା

ନ୍ୟୁୟର୍କ,୭।୯(ପି.ଟି.): ୟୁଏସ୍‌ ଓପନ ଚତୁର୍ଥ ରାଉଣ୍ଡରୁ ବିଦା ହେଲେ ସ୍ପେନର ରାଫେଲ ନାଡାଲ। ୨୨ଟି ଗ୍ରାଣ୍ଡସ୍ଲାମ ବିଜୟୀ ନାଡାଲ ପ୍ରଥମ ଥର ପାଇଁ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ଏହା ସହିତ ନାଡାଲଙ୍କ କ୍ରମାଗତ ୨୨ ମ୍ୟାଚ୍‌ ବିଜୟରେ ମଧ୍ୟ ରୋକ୍‌ ଲାଗିଛି। ସୋମବାର ବିଳମ୍ବିତ ରାତିରେ ଫ୍ରାନ୍ସେସ୍‌ ଟିଆଫୋଙ୍କ ବିପକ୍ଷ ମ୍ୟାଚକୁ ନାଡାଲ ୬-୪, ୪-୬, ୬-୪ ଓ ୬-୩ରେ ହାରି ଯାଇଛନ୍ତି। ଏହି ବିଜୟ ପରେ ଆର୍ଥର ଆଶେ କୋର୍ଟରେ କାନ୍ଦି ପକାଇଥିଲେ ଫ୍ରାନ୍ସେସ୍‌ ଟିଆଫୋ। ବିଜୟର କିଛି ମୁହୂର୍ତ୍ତ ଯାଏ ମୋ ଚାରି ପାଖରେ ଦୁନିଆ ଅଟକି ଯାଇଥିଲା। ୟୁଏସ୍‌ ଓପନରେ ନାଡାଲ ଦୁଇ ନମ୍ବର ସିଡ୍‌ର ମାନ୍ୟତା ପାଇଥିବା ବେଳେ ଟିଆଫୋ ୨୨ନମ୍ବର ସିଡ୍‌ ରହିଥିଲେ। ଏହି ବିଜୟ ସହିତ ଆମେରିକାର ପୂର୍ବତନ ଖେଳାଳି ଆଣ୍ଡି ରଡିକ୍‌ଙ୍କ ୧୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୨୪ ବର୍ଷ ବୟସରେ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ସହିତ ସର୍ବକନିଷ୍ଠ ଖେଳାଳି ପାଲଟିଛନ୍ତି। ଟିଆଫୋଙ୍କ ମାତାପିତା ମୂଳତଃ ପୂର୍ବଆଫ୍ରିକା ସ୍ଥିତ ସିଏରା ଲିଓନର ବାସିନ୍ଦା। ୧୯୯୦ ଗୃହ ଯୁଦ୍ଧ ସମୟରେ ଉଭୟ ଦେଶଛାଡି ଆମେରିକାର ମେରିଲାଣ୍ଡକୁ ପଳାଇ ଆସିଥିଲେ। ଆମେରିକାରେ ଏକ ଟେନିସ୍‌ କୋର୍ଟରେ ପିତା କାମ କରୁଥିବା ବେଳେ ସେଠାରୁ ଟେନିସ୍‌ ଖେଳିବା ଆରମ୍ଭ ହୁଏ। ଏହି ବିଜୟ ପରେ ଟିଆଫୋ କହିଛନ୍ତି, ମୋ ନାତି ନାତୁଣୀଙ୍କୁ ମୁଁ କହିପାରିବି କି ମୁଁ ନାଡାଲଙ୍କୁ ହରାଇଥିଲି। ଏହା ପୂର୍ବରୁ ଦୁଇଥର ସେ ନାଡାଲଙ୍କୁ ଭେଟିଥିବା ବେଳେ ନାଡାଲ ବାଜି ମାରି ନେଇଥିଲେ। ସେହିପରି ପୂର୍ବରୁ ଏକ ନମ୍ବର ମାନ୍ୟତାପ୍ରାପ୍ତ ଡାନିଲ ମେଡଭେଡେଭ ବିଦା ହୋଇ ସାରିଥିବା ବେଳେ ୨୦୦୦ ମସିହା ପରେ ପ୍ରଥମ ଥର ପାଇଁ ଦୁଇ ଟପ୍‌ ସିଡେଡ୍‌ ଖେଳାଳି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ଅସଫଳ ରହିଛନ୍ତି। ଟିଆଫୋ ପରବର୍ତ୍ତୀ ରାଉଣ୍ଡରେ ୯ ନମ୍ବର ମାନ୍ୟତାରେ ରହିଥିବା ଆଣ୍ଡି ରୁବଲେଭଙ୍କୁ ଭେଟିବେ। ରୁବଲେଭ ବିଶ୍ୱ ମାନ୍ୟତାର ୭ ନମ୍ବର ସ୍ଥାନରେ ରହିଥିବା କାମ୍‌ ନୋରିଙ୍କୁ ୬-୪, ୬-୪ ଓ ୬-୪ ସେଟରେ ପରାସ୍ତ କରିଛନ୍ତି। ଦୁଇଟି ଗେମ୍‌ ପଛୁଆ ରହିଥିବା ବିଶ୍ୱ ମାନ୍ୟତାର ୧୧ ନମ୍ବର ଖେଳାଳି ଜାନିକ୍‌ ସିନ୍ନର ୬-୧, ୫-୭, ୬-୨, ୪-୬ ଓ ୬-୩ରେ ଇଲ୍ୟା ଇଭାଷ୍କାଙ୍କ ବିପକ୍ଷରେ ବିଜୟୀ ହୋଇଛନ୍ତି। ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ରହିଥିବା କାର୍ଲୋସ ଆଲକାରାଜ ଗାର୍ଫିଆ ମଧ୍ୟ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ମାରିନ୍‌ ସିଲିକଙ୍କ ବିପକ୍ଷ ମ୍ୟାଚକୁ ୬-୪, ୩-୬, ୬-୪, ୪-୬ ଓ ୬-୩ରେ ସେ ଜିତି ନେଇଛନ୍ତି। ମହିଳା ସିଙ୍ଗଲ୍ସରେ ଇଗା ସ୍ବିଟେକ୍‌ ପ୍ରଥମ ଥର ୟୁଏସ୍‌ ଓପନ କ୍ୱାର୍ଟରରେ ପ୍ରବେଶ କରିଥିବା ବେଳେ ଆରିନା ସାବାଲେଙ୍କା ଓ କାରୋଲିନା ପ୍ଲିସକୋଭା ମଧ୍ୟ ବିଜୟୀ ହୋଇଛନ୍ତି। ପ୍ରଥମ ସେଟକୁ ହାରିଥିଲେ ହେଁ ପରବର୍ତ୍ତୀ ଦୁଇ ସେଟ ଜିତି ନେଇଥିଲେ ପୋଲାଣ୍ଡର ୨୧ ବର୍ଷୀୟ ସ୍ବିଟେକ୍‌। ୨-୬, ୬-୪ ଓ ୬-୦ରେ ସେ ଜୁଲି ନେମିୟରଙ୍କୁ ହରାଇଥିଲେ। କ୍ୱାର୍ଟର ଫାଇନାଲ ମୁକାବିଲାରେ ସେ ଜେସିକା ପେଗୁଲାଙ୍କୁ ଭେଟିବେ। ମହିଳା ସିଙ୍ଗଲ୍ସର ଅନ୍ୟ ମୁକାବିଲାରେ ଆରିନା ସାବାଲେଙ୍କା ୬-୩, ୩-୬,୨-୬ରେ ଡାନିଏଲ କଲିନ୍ସଙ୍କୁ ଓ କାରୋଲିନା ପ୍ଲିସକୋଭା ୭-୫, ୬-୭(୫-୭), ୬-୨ରେ ଭିକ୍ଟୋରିଆ ଆଜାରେଙ୍କାଙ୍କୁ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri