Posted inଖେଳ

ଚତୁର୍ଥ ରାଉଣ୍ଡରୁ ନାଡାଲ ବିଦା

ନ୍ୟୁୟର୍କ,୭।୯(ପି.ଟି.): ୟୁଏସ୍‌ ଓପନ ଚତୁର୍ଥ ରାଉଣ୍ଡରୁ ବିଦା ହେଲେ ସ୍ପେନର ରାଫେଲ ନାଡାଲ। ୨୨ଟି ଗ୍ରାଣ୍ଡସ୍ଲାମ ବିଜୟୀ ନାଡାଲ ପ୍ରଥମ ଥର ପାଇଁ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ଏହା ସହିତ ନାଡାଲଙ୍କ କ୍ରମାଗତ ୨୨ ମ୍ୟାଚ୍‌ ବିଜୟରେ ମଧ୍ୟ ରୋକ୍‌ ଲାଗିଛି। ସୋମବାର ବିଳମ୍ବିତ ରାତିରେ ଫ୍ରାନ୍ସେସ୍‌ ଟିଆଫୋଙ୍କ ବିପକ୍ଷ ମ୍ୟାଚକୁ ନାଡାଲ ୬-୪, ୪-୬, ୬-୪ ଓ ୬-୩ରେ ହାରି ଯାଇଛନ୍ତି। ଏହି ବିଜୟ ପରେ ଆର୍ଥର ଆଶେ କୋର୍ଟରେ କାନ୍ଦି ପକାଇଥିଲେ ଫ୍ରାନ୍ସେସ୍‌ ଟିଆଫୋ। ବିଜୟର କିଛି ମୁହୂର୍ତ୍ତ ଯାଏ ମୋ ଚାରି ପାଖରେ ଦୁନିଆ ଅଟକି ଯାଇଥିଲା। ୟୁଏସ୍‌ ଓପନରେ ନାଡାଲ ଦୁଇ ନମ୍ବର ସିଡ୍‌ର ମାନ୍ୟତା ପାଇଥିବା ବେଳେ ଟିଆଫୋ ୨୨ନମ୍ବର ସିଡ୍‌ ରହିଥିଲେ। ଏହି ବିଜୟ ସହିତ ଆମେରିକାର ପୂର୍ବତନ ଖେଳାଳି ଆଣ୍ଡି ରଡିକ୍‌ଙ୍କ ୧୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୨୪ ବର୍ଷ ବୟସରେ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ସହିତ ସର୍ବକନିଷ୍ଠ ଖେଳାଳି ପାଲଟିଛନ୍ତି। ଟିଆଫୋଙ୍କ ମାତାପିତା ମୂଳତଃ ପୂର୍ବଆଫ୍ରିକା ସ୍ଥିତ ସିଏରା ଲିଓନର ବାସିନ୍ଦା। ୧୯୯୦ ଗୃହ ଯୁଦ୍ଧ ସମୟରେ ଉଭୟ ଦେଶଛାଡି ଆମେରିକାର ମେରିଲାଣ୍ଡକୁ ପଳାଇ ଆସିଥିଲେ। ଆମେରିକାରେ ଏକ ଟେନିସ୍‌ କୋର୍ଟରେ ପିତା କାମ କରୁଥିବା ବେଳେ ସେଠାରୁ ଟେନିସ୍‌ ଖେଳିବା ଆରମ୍ଭ ହୁଏ। ଏହି ବିଜୟ ପରେ ଟିଆଫୋ କହିଛନ୍ତି, ମୋ ନାତି ନାତୁଣୀଙ୍କୁ ମୁଁ କହିପାରିବି କି ମୁଁ ନାଡାଲଙ୍କୁ ହରାଇଥିଲି। ଏହା ପୂର୍ବରୁ ଦୁଇଥର ସେ ନାଡାଲଙ୍କୁ ଭେଟିଥିବା ବେଳେ ନାଡାଲ ବାଜି ମାରି ନେଇଥିଲେ। ସେହିପରି ପୂର୍ବରୁ ଏକ ନମ୍ବର ମାନ୍ୟତାପ୍ରାପ୍ତ ଡାନିଲ ମେଡଭେଡେଭ ବିଦା ହୋଇ ସାରିଥିବା ବେଳେ ୨୦୦୦ ମସିହା ପରେ ପ୍ରଥମ ଥର ପାଇଁ ଦୁଇ ଟପ୍‌ ସିଡେଡ୍‌ ଖେଳାଳି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ଅସଫଳ ରହିଛନ୍ତି। ଟିଆଫୋ ପରବର୍ତ୍ତୀ ରାଉଣ୍ଡରେ ୯ ନମ୍ବର ମାନ୍ୟତାରେ ରହିଥିବା ଆଣ୍ଡି ରୁବଲେଭଙ୍କୁ ଭେଟିବେ। ରୁବଲେଭ ବିଶ୍ୱ ମାନ୍ୟତାର ୭ ନମ୍ବର ସ୍ଥାନରେ ରହିଥିବା କାମ୍‌ ନୋରିଙ୍କୁ ୬-୪, ୬-୪ ଓ ୬-୪ ସେଟରେ ପରାସ୍ତ କରିଛନ୍ତି। ଦୁଇଟି ଗେମ୍‌ ପଛୁଆ ରହିଥିବା ବିଶ୍ୱ ମାନ୍ୟତାର ୧୧ ନମ୍ବର ଖେଳାଳି ଜାନିକ୍‌ ସିନ୍ନର ୬-୧, ୫-୭, ୬-୨, ୪-୬ ଓ ୬-୩ରେ ଇଲ୍ୟା ଇଭାଷ୍କାଙ୍କ ବିପକ୍ଷରେ ବିଜୟୀ ହୋଇଛନ୍ତି। ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ରହିଥିବା କାର୍ଲୋସ ଆଲକାରାଜ ଗାର୍ଫିଆ ମଧ୍ୟ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ମାରିନ୍‌ ସିଲିକଙ୍କ ବିପକ୍ଷ ମ୍ୟାଚକୁ ୬-୪, ୩-୬, ୬-୪, ୪-୬ ଓ ୬-୩ରେ ସେ ଜିତି ନେଇଛନ୍ତି। ମହିଳା ସିଙ୍ଗଲ୍ସରେ ଇଗା ସ୍ବିଟେକ୍‌ ପ୍ରଥମ ଥର ୟୁଏସ୍‌ ଓପନ କ୍ୱାର୍ଟରରେ ପ୍ରବେଶ କରିଥିବା ବେଳେ ଆରିନା ସାବାଲେଙ୍କା ଓ କାରୋଲିନା ପ୍ଲିସକୋଭା ମଧ୍ୟ ବିଜୟୀ ହୋଇଛନ୍ତି। ପ୍ରଥମ ସେଟକୁ ହାରିଥିଲେ ହେଁ ପରବର୍ତ୍ତୀ ଦୁଇ ସେଟ ଜିତି ନେଇଥିଲେ ପୋଲାଣ୍ଡର ୨୧ ବର୍ଷୀୟ ସ୍ବିଟେକ୍‌। ୨-୬, ୬-୪ ଓ ୬-୦ରେ ସେ ଜୁଲି ନେମିୟରଙ୍କୁ ହରାଇଥିଲେ। କ୍ୱାର୍ଟର ଫାଇନାଲ ମୁକାବିଲାରେ ସେ ଜେସିକା ପେଗୁଲାଙ୍କୁ ଭେଟିବେ। ମହିଳା ସିଙ୍ଗଲ୍ସର ଅନ୍ୟ ମୁକାବିଲାରେ ଆରିନା ସାବାଲେଙ୍କା ୬-୩, ୩-୬,୨-୬ରେ ଡାନିଏଲ କଲିନ୍ସଙ୍କୁ ଓ କାରୋଲିନା ପ୍ଲିସକୋଭା ୭-୫, ୬-୭(୫-୭), ୬-୨ରେ ଭିକ୍ଟୋରିଆ ଆଜାରେଙ୍କାଙ୍କୁ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri