ନାରାୟଣପାଟଣାରୁ ପ୍ରାର୍ଥିପତ୍ର ଦାଖଲ କଲେ ନାଚିକା ଲିଙ୍ଗା, ପୁଅ ରବିନାଚିକା

କୋରାପୁଟ,୨୦।୧(ସ୍ବ.ପ୍ର.)  ନାମାଙ୍କନପତ୍ର ଦାଖଲର ତୃତୀୟ ଦିନରେ କୋରାପୁଟ ଜିଲାରେ ମୋଟ ୧୫୪୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିଲାରେ ଜିଲା ପରିଷଦ ଜୋନ ପାଇଁ ୧୫ ଜଣ , ସମିତିସଭ୍ୟ ପାଇଁ ୨୨୫ ଜଣ, ସରପଞ୍ଚ ପାଇଁ ୩୦୪ ଜଣ ଏବଂ ୱାଡସଭ୍ୟ ପାଇଁ ୭୨୧ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଜିଲା ପଞ୍ଚାୟତ ଅଧିକାରୀ ଏସ୍‌ସି ବାସ୍କୋ କହିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଜିଲାର ବୈପାରିଗୁଡା ବ୍ଲକ ଅଞ୍ଚଳରୁ ଜିଲା ପରିଷଦ ଜୋନ ଲାଗି ୨ ଜଣ, ସମିତିସଭ୍ୟ ଲାଗି ୨୦ ଜଣ, ସରପଞ୍ଚ ପାଇଁ ୨୪ ଜଣ ଏବଂ ଓ୍ବାର୍ଡସଭ୍ୟ ପାଇଁ ୮୬ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି କୁନ୍ଦୁରା ବ୍ଲକରେ ୧୬ ଜଣ ସମିତିସଭ୍ୟ, ୧୪ ଜଣ ସରପଞ୍ଚ, ୪୨ ଜଣ ୱାର୍ଡସଭ୍ୟ ପାଇଁ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। କୋଟପାଡ ବ୍ଲକ ଅଞ୍ଚଳରେ ଜିଲା ପରିଷଦ ଜୋନ ପାଇଁ ଜଣେ, ସମିତି ସଭ୍ୟ ପାଇଁ ୨୫ ଜଣ, ସରପଞ୍ଚ ପାଇଁ ୨୧ ଜଣ ଏବଂ ୱାର୍ଡସଭ୍ୟ ପାଇଁ ୫୩ ଜଣ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି। ବୋରିଗୁମ୍ମା ବ୍ଲକରେ ଜିଲା ପରିଷଦ ଜୋନ ପାଇଁ ୩ ଜଣ, ସମିତିସଭ୍ୟ ପାଇଁ ୨୦ ଜଣ, ସରପଞ୍ଚ ପାଇଁ ୩୨ ଜଣ, ୱାର୍ଡସଭ୍ୟ ପାଇଁ ୬୬ ଜଣ ନାମାଙ୍କନପତ୍ର ଦାଖଲ ହୋଇଛି। ସେହିପରି କୋରାପୁଟ ବ୍ଲକ ଅଞ୍ଚଳରେ ଜିଲା ପରିଷଦ ଜୋନ ପାଇଁ ୨ ଜଣ, ସମିତିସଭ୍ୟ ପାଇଁ ୬ ଜଣ, ସରପଞ୍ଚ ପାଇଁ ୮ ଜଣ ଓ ୱାର୍ଡମେମ୍ବର ନିମନ୍ତେ ୨୮ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବୁଧବାର ଜିଲାରେ ଜିଲା ପରିଷଦ ଜୋନ ପାଇଁ ୧୫ ଟି ନାମାଙ୍କନପତ୍ର ଦାଖଲ ହୋଇଛି। ନାରାୟଣପାଟଣା ବ୍ଲକର ଗୋଟିଏ ମାତ୍ର ଜିଲା ପରିଷଦ ଜୋନ ପାଇଁ ଚାଷୀମୁଲିଆ ନେତା ନାଚିକା ଲିଙ୍ଗା ଓ ତାଙ୍କ ପୁଅ ରବି ନାଚିକା କୋରାପୁଟ ଉପଜିଲାପାଳ ଲିଳିତ କୁମାର କହଁରଙ୍କ ନିକଟରେ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାଚିକାଙ୍କ ପୁତ୍ରବଧୂ ପୋଡାପଦର ପଞ୍ଚାୟତର ସରପଞ୍ଚ ପଦରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଲମତାପୁଟ ଜିଲା ପରିଷଦ ଜୋନ ନିମନ୍ତେ ୪ ଜଣ, ଦଶମନ୍ତପୁର ବ୍ଲକ ଜିଲା ପରିଷଦ ଜୋନ ପାଇଁ ଜଣେ ପ୍ରାର୍ଥୀ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri