ରାଇକିଆ ୪।୬(ପ୍ରଦୀପ ବେହେରା)- ଗତ ୨୦୨୪ ମାର୍ଚ୍ଚ ମାସରେ କନ୍ଧମାଳ ଜିଲା ରାଇକିଆ ସହରକୁ ଏନ୍ଏସି ଘୋଷଣା କରାଯାଇଥିଲା। ଇତି ମଧ୍ୟରେ ପ୍ରାୟ ଏକ ବର୍ଷରୁ ଊଦ୍ଧର୍ବ ସମୟ ବିତିଗଲାଣି। ଏହାକୁ ପ୍ରାଥମିକତା ଦେଇ ତୁରନ୍ତ କାର୍ଯ୍ୟକାରୀ ପାଇଁ ବୁଧବାର ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ରାଇକିଆ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରଯାଇଛି। ପୂର୍ବରୁ ରାଜ୍ୟ ସରକାରଙ୍କ ସହରାଞ୍ଚଳ ଗଠନ ନିୟମାବଳୀର ସମସ୍ତ ମାନଦଣ୍ଡ ପୂରଣ କରଯାଇଥିବା ଏବଂ ଗ୍ରାମସଭା, ସମିତି ବୈଠକ ଅନୁମୋଦନ ନେଇ ସୂଚନା ପ୍ରଦାନ କରାଯାଇଥିଲା। ମନ୍ତ୍ରୀଙ୍କ ବାଲିଗୁଡା ଗସ୍ତ ଅବସରରେ ରାଇକିଆଠାରେ ବ୍ଲକ ଭାଜପା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା। ଏହି ଅବସରରେ କ୍ରିୟାନୁଷ୍ଠାନ କମିଟି ସଭାପତି ସତ୍ୟବାନ ପାତ୍ର , ସମ୍ପାଦକ ମସେସ ଦିଗାଲ, ଦୁର୍ଯୋଧନ ଲେଙ୍କା ଦାବିପତ୍ର ପ୍ରଦାନ କରିଥିଲେ ।


