ଅଣକୃଷି ଉତ୍ପାଦକ ସଙ୍ଗଠନକୁ ନାବାର୍ଡର ଅଣଦେଖା

ରସୁଲପୁର,୨୪ା୯(ଡି.ଏନ୍‌.ଏ): ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଅଧୀନ ଗୋପାଳପୁର ଗାଁକୁ ୧୭ ତାରିଖରେ ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଅଧ୍ୟକ୍ଷ ଡ. ଜି.ଆର. ଚିନ୍ତାଲା ଆସିଥିଲେ। ସେ ଗୋପାଳପୁର ଗାଁର ଗୋଟିଏ ବର୍ଗ ବୁଣାକାରଙ୍କ ସହ ଆଲୋଚନା କରିଥିଲେ। କୃଷି ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ନାବାର୍ଡର ପ୍ରମୁଖ ଭୂମିକା ରହିଛି। ଅଣ କୃଷିସଙ୍ଗଠନ କ୍ଷେତ୍ରରେ କାମ କରୁଥିବା ପରିବାର ସଦସ୍ୟଙ୍କୁ ଚିହ୍ନଟ କରାଯାଇ ଆର୍ଥିକ ସହାୟତା ପ୍ରଦାନ କରି ଆତ୍ମ ନିର୍ଭରଶୀଳ କରିବା ବ୍ୟାଙ୍କର ଲକ୍ଷ୍ୟ। ହେଲେ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁବିଧ ଅଣ କୃଷି ସଙ୍ଗଠନମାନଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଗୋପାଳପୁରରେ ୫ ହଜାରରୁ ଊର୍ଦ୍ଧ୍ୱ ବୁଣାକାର ଥିଲେ ମଧ୍ୟ କାର୍ଯ୍ୟକ୍ରମରେ ୨୫୦ଜଣଙ୍କୁ ସାମିଲ କରାଯାଇଥିଲା। ଯାହାକୁ ନେଇ ଅଣ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କାରିଗରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କଂସାପିତ୍ତଳ, ଟେରାକୋଟା, ବାଉଁଶ, ବେତ, କାଠ, ଯାତ୍ରା ପୋଷାକ, ପିକୋ, ଜରିମାଳି କ୍ଷେତ୍ରରେ କାମ କରୁଥିବା ୪ହଜାରରୁ ଊର୍ଦ୍ଧ୍ୱ ପରିବାର ଏବେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି। କରୋନା ପ୍ରଭାବ ଏହି କାରିଗରଙ୍କ ଆର୍ଥିକ ମେରୁଦଣ୍ଡକୁ ଦେହଲାଇ ଦେଇଛି। ହେଲେ ସେହି କାରିଗରଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏପରି କି ଗ୍ରାମୀଣ ବିକାଶ କ୍ଷେତ୍ରରେ ନାବାର୍ଡ ଭୂମିକାକୁ ସଙ୍କୁଚିତ ପାଇଁ ପ୍ରୟାସ କରାଯାଇଛି।
ଏହାବାଦ୍‌ କୃଷି କ୍ଷେତ୍ରରେ ନାବାର୍ଡ ଆର୍ଥିକ ସହାୟତା ଯୋଗାଇ ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଛି। ଜିଲାର ଉକ୍ତ ବ୍ଲକ ପରିବା ଚାଷର ପେଣ୍ଠସ୍ଥଳ। ଏହି ବର୍ଗର ଚାଷୀଙ୍କ ବିଭିନ୍ନ ସମସ୍ୟା ରହିଛି। ନାବାର୍ଡ ଅଧ୍ୟକ୍ଷଙ୍କ ଗସ୍ତ କାଳରେ ସେହି ଚାଷୀଙ୍କୁ ବି ଅଣଦେଖା କରାଯାଇଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରୁ ଗ୍ରାମାଞ୍ଚଳର ଉଦ୍ୟୋଗୀ ସୁଫଳ ପାଇ ନ ଥିବା ମତ ପ୍ରକାଶ ପାଇଛି ା
ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଉକ୍ତ କାର୍ଯ୍ୟକ୍ରମ ହୋଇଥିଲା। ନାବାର୍ଡ ଅଧ୍ୟକ୍ଷ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ନବକିଷାନ ଫାଇନାନ୍ସ ଲିମିଟେଡ୍‌ ନିର୍ଦ୍ଦେଶିକା ସୁଶୀଲା ଚିନ୍ତାଲା, ନାବାର୍ଡ ଓଡ଼ିଶା ମୁଖ୍ୟ ମହାପ୍ରବନ୍ଧକ ସି. ଉଦୟ ଭାସ୍କର, ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ନାବାର୍ଡ ଯାଜପୁର ଜିଲା ବିକାଶ ପ୍ରବନ୍ଧକ ସୁବ୍ରତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଣକୃଷି ଉପତ୍ାଦକ ସଙ୍ଗଠନ (ଓଏଫ୍‌ପିଓ) କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ୨୫୦ ବୁଣାକାରଙ୍କ ପାଇଁ ନାବାର୍ଡ ପକ୍ଷରୁ ୫୦ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏ ନେଇ ଜିଲାପାଳ ରାଠୋର କହିଛନ୍ତି, ଏହା ନାବାର୍ଡ ପକ୍ଷରୁ ଗ୍ରାମୀଣ ବିକାଶ କ୍ଷେତ୍ରରେ ଏକ ପାଇଲଟ୍‌ ପ୍ରୋଗ୍ରାମ ଥିଲା। ପ୍ରଥମ ପର୍ଯ୍ୟାୟରେ ଚକ ଗୋପାଳପୁରର କେତେଜଣ ବୁଣାକାରଙ୍କୁ ନେଇ ଗୋଟିଏ ଅଣକୃଷି ଉତ୍ପାଦକ ଗୋଷ୍ଠୀ ଗଠନ କରାଯାଇଛି। ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ତା’ପରେ ଅନ୍ୟମାନଙ୍କୁ ଏଫ୍‌ପିଓରେ ସାମିଲ କରାଯିବ। ନାବାର୍ଡ ଯାଜପୁର ଜିଲା ବିକାଶ ପ୍ରବନ୍ଧକ ସାହୁଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ କରିବାରୁ ସେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପାରିବେ ନାହିଁ ବୋଲି କହିଛନ୍ତି। ଓଡ଼ଶା ବୁଣାକାର ମହାସଂଘ କାର୍ଯ୍ୟକାରୀ ସଭାପତି ଶ୍ରୀଧର ବେହେରା କହିଛନ୍ତି, ନାବାର୍ଡ ଅଧ୍ୟକ୍ଷ ଆମ ଅଞ୍ଚଳକୁ ଆସିବା ବଡ଼ କଥା। ଏକାଥରେ ସମସ୍ତଙ୍କୁ ସହାୟତା ମିଳିବା ସମ୍ଭବ ନୁହେଁ। ମାତ୍ର ସବୁ ଅଣ କୃଷି ଉତ୍ପାଦକ ବର୍ଗରେ ସାମିଲ ଥିବା କାରିଗରଙ୍କ ସମସ୍ୟା ଶୁଣିବାରେ ଅସୁବିଧା କେଉଁଠି ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଟେରାକୋଟା ଶିଳ୍ପୀ ପର୍ଶୁରାମ ବେହେରା କହିଛନ୍ତି, ଅଣକୃଷି ଉତ୍ପାଦନ କ୍ଷେତ୍ରରେ କାମ କରୁଥିବା କାରିଗରଙ୍କ ମଧ୍ୟରେ ବାଛବିଚାର କରାଯାଇଛି। ଗୋଟିଏ ବର୍ଗର କେତେଜଣ କାରିଗରଙ୍କୁ ନେଇ କାର୍ଯ୍ୟକ୍ରମ ହେବା ଗ୍ରହଣୀୟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri