ଜାତୀୟ ରାଜପଥ ଅବରୋଧ କଲା ନବ ନିର୍ମାଣ କୃଷ ସଂଗଠନ

ପାଟଣା,୨୮ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲାପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ନିହ୍ନୁଆ ଛକ ନିକଟରେ ବୁଧବାର ନବ ନିର୍ମାଣ କୃଷକ ସଂଗଠନ ତରଫରୁ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି । ଫଳରେ ତୁରୁମୁଙ୍ଗା ବଜାର ବନ୍ଦ ସହ ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିଲା। ତେବେ ପାଟଣା ଓ ସାହାରପଡ଼ା ମୁଖ୍ୟାଳୟରେ ବାଜାର ସ୍ବାଭାବିକ ଥିବାବେଳେ ଘରୋଇ ବସ୍‌ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲା।
କୃଷି, କୃଷକ ଓ ଲୋକଙ୍କର ବିଭିନ୍ନ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜିର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ଏହି ବନ୍ଦ ପାଳନ ହୋଇଛି। ବିଭିନ୍ନ ଦାବି ମଧ୍ୟରେ ଧାନ ମଣ୍ଡିରେ ୫ ରୁ ୭ କିଲୋ କଟ୍‌ନୀ ଛଟ୍‌ନୀର ବନ୍ଦ, ସ୍ମାର୍ଟ ମିଟର ନାଁରେ ଟାଟା ପାଓ୍ବାର ସାଧାରଣ ଜନତାଙ୍କୁ କରୁଥିବା ଶୋଷଣ, ପ୍ରଦୂଷଣ ନାଁରେ ଜନତାଙ୍କୁ ୮ରୁ ୧୦ହଜାର ଟଙ୍କା ଫାଇନ୍‌ କରାଯିବା ପ୍ରତିବାଦରେ ନବ ନର୍ମାଣ କୃଷକ ସଂଗଠନର ଶତାଧିକ କର୍ମକର୍ତ୍ତା ଆନ୍ଦୋଳନ କରିଥିବା ସୂଚନା ମିଳିଛି। ଏହି ଆନ୍ଦୋଳନ ସକାଳ ୬ରୁ ଦିନ ୨ଟା ଯାଏ ଚାଲିବ। ନବ ନିର୍ମାଣ କୃଷକ ସଂଗଠନ ଜିଲା ସହ ସଂଯୋଜକ ଖଗେଶ୍ୱର ମହାନ୍ତ, ନବ ନିର୍ମାଣ କୃଷକ ସଂଘ ମହିଳା ସଭାପତି ବିଳାସିନୀ ମହାନ୍ତ, ନବନିର୍ମାଣ କୃଷକ ସଂଘ ପାଟଣା ବ୍ଲକ ସଭାପତି ରାଜ ବଲ୍ଲଭ ମିଶ୍ର, ରାଜ କିଶୋର ମହାନ୍ତ, ଦୁର୍ଯ୍ୟୋଧନ ମହାନ୍ତ, ମଧୂମିତା ମହାନ୍ତ, ତରଣୀ ସେନ ମହାନ୍ତ, ସନାତନ ମହାନ୍ତ, ବିଜୟ ସେଠୀ ପ୍ରମୁଖ ନେତୃତ୍ୱରେ ଏହି ରାସ୍ତା ଅବରୋଧ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ବ୍ଲକ ସଭାପତି ଗୋବିନ୍ଦ ମହାନ୍ତ, କଂଗ୍ରେସ ନେତା ବାଡ଼ିଆ ସାହୁ, ସୁବଳ ସାହୁ, ମାନସ ନାଏକ, ବ୍ରଜ ନାଏକ ପ୍ରମୁଖ ସାମିଲ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଗୋପାଳରେ ଓଡ଼ିଶା ବନ୍ଦ: ଯାନବାହନ ଚଳାଚଳ ବାଧାପ୍ରାପ୍ତ

ସାକ୍ଷୀଗୋପାଳ,୨୮ା୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ସାମିଲ ହୋଇ ସତ୍ୟବାଦୀ ବ୍ଲକ କଂଗ୍ରେସ କର୍ମୀମାନେ ବୁଧବାର ରାଜପଥ…

ବିମାନ ଦୁର୍ଘଟଣାରେ ଏହି ୭ ବଡ଼ ନେତାଙ୍କ ଯାଇଛି ଜୀବନ: ଲିଷ୍ଟ୍‌ରେ ୩ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତ ୭ ମାସ ମଧ୍ୟରେ ଦେଶ ବିମାନ ଦୁର୍ଘଟଣାରେ ଆଉ ଜଣେ ବଡ଼ ନେତାଙ୍କୁ…

Ajit Pawar Last Photo: ଅଜିତ ପାଓ୍ବାରଙ୍କ ସେହି ଶେଷ ଫଟୋ, ଫଡନବିସ୍‌ଙ୍କ ସହ କ୍ୟାବିନେଟ୍‌ ବୈଠକରେ ହୋଇଥିଲା ଏହି…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କର ବୁଧବାର ସକାଳେ ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ଅଜିତ ନିର୍ବାଚନ ପ୍ରଚାର ପାଇଁ ବାରାମତି ଯାଉଥିଲେ। ତାଙ୍କର…

ବନ୍ଦରେ ମଲ ଭିତରେ ହଙ୍ଗାମା: ସାମଗ୍ରୀ ଫୋପାଡ଼ିଲେ…

ବଲାଙ୍ଗୀର,୨୮।୧:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ମିଳିତ ଚାଷୀ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବୁଧବାର ସକାଳେ ପିକେଟିଙ୍ଗ ସମୟରେ ଭାଗିରଥି ଛକ…

କୋରାପୁଟରେ ବନ୍ଦର ପ୍ରଭାବ: ବଡ଼ ଗାଡିଚଳାଚଳ, ଦୋକାନବଜାର ବନ୍ଦ 

କୋରାପୁଟ,୨୮।୧(ଅମିତାଭ ବେହେରା ): ବୁଧବାର ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ଉଭୟ କଂଗ୍ରେସ ଓ ବିଜେଡି ପକ୍ଷରୁ…

କର୍ଲାମୁଣ୍ଡାରେ ସବୁ ଅଫିସ ବନ୍ଦ

କର୍ଲାମୁଣ୍ଡା,୨୮ା୧(ପ୍ରଦୀପ କୁମାର ସାହୁ): ରାଜ୍ୟରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା…

ଉପମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୮।୧: ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ…

ବନ୍ଦ ପ୍ରଭାବ: ଜାତୀୟ ରାଜପଥ ଅବରୋଧ, ଯାନବାହନ ଅଚଳାବସ୍ଥା

କେସିଙ୍ଗା,୨୮।୧(ତୁମେଶ୍ୱର ସାହୁ): ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri