ଜାତୀୟ ରାଜପଥ ଅବରୋଧ କଲା ନବ ନିର୍ମାଣ କୃଷ ସଂଗଠନ

ପାଟଣା,୨୮ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲାପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ନିହ୍ନୁଆ ଛକ ନିକଟରେ ବୁଧବାର ନବ ନିର୍ମାଣ କୃଷକ ସଂଗଠନ ତରଫରୁ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି । ଫଳରେ ତୁରୁମୁଙ୍ଗା ବଜାର ବନ୍ଦ ସହ ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଅଟକି ରହିଥିଲା। ତେବେ ପାଟଣା ଓ ସାହାରପଡ଼ା ମୁଖ୍ୟାଳୟରେ ବାଜାର ସ୍ବାଭାବିକ ଥିବାବେଳେ ଘରୋଇ ବସ୍‌ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲା।
କୃଷି, କୃଷକ ଓ ଲୋକଙ୍କର ବିଭିନ୍ନ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜିର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ଏହି ବନ୍ଦ ପାଳନ ହୋଇଛି। ବିଭିନ୍ନ ଦାବି ମଧ୍ୟରେ ଧାନ ମଣ୍ଡିରେ ୫ ରୁ ୭ କିଲୋ କଟ୍‌ନୀ ଛଟ୍‌ନୀର ବନ୍ଦ, ସ୍ମାର୍ଟ ମିଟର ନାଁରେ ଟାଟା ପାଓ୍ବାର ସାଧାରଣ ଜନତାଙ୍କୁ କରୁଥିବା ଶୋଷଣ, ପ୍ରଦୂଷଣ ନାଁରେ ଜନତାଙ୍କୁ ୮ରୁ ୧୦ହଜାର ଟଙ୍କା ଫାଇନ୍‌ କରାଯିବା ପ୍ରତିବାଦରେ ନବ ନର୍ମାଣ କୃଷକ ସଂଗଠନର ଶତାଧିକ କର୍ମକର୍ତ୍ତା ଆନ୍ଦୋଳନ କରିଥିବା ସୂଚନା ମିଳିଛି। ଏହି ଆନ୍ଦୋଳନ ସକାଳ ୬ରୁ ଦିନ ୨ଟା ଯାଏ ଚାଲିବ। ନବ ନିର୍ମାଣ କୃଷକ ସଂଗଠନ ଜିଲା ସହ ସଂଯୋଜକ ଖଗେଶ୍ୱର ମହାନ୍ତ, ନବ ନିର୍ମାଣ କୃଷକ ସଂଘ ମହିଳା ସଭାପତି ବିଳାସିନୀ ମହାନ୍ତ, ନବନିର୍ମାଣ କୃଷକ ସଂଘ ପାଟଣା ବ୍ଲକ ସଭାପତି ରାଜ ବଲ୍ଲଭ ମିଶ୍ର, ରାଜ କିଶୋର ମହାନ୍ତ, ଦୁର୍ଯ୍ୟୋଧନ ମହାନ୍ତ, ମଧୂମିତା ମହାନ୍ତ, ତରଣୀ ସେନ ମହାନ୍ତ, ସନାତନ ମହାନ୍ତ, ବିଜୟ ସେଠୀ ପ୍ରମୁଖ ନେତୃତ୍ୱରେ ଏହି ରାସ୍ତା ଅବରୋଧ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ବ୍ଲକ ସଭାପତି ଗୋବିନ୍ଦ ମହାନ୍ତ, କଂଗ୍ରେସ ନେତା ବାଡ଼ିଆ ସାହୁ, ସୁବଳ ସାହୁ, ମାନସ ନାଏକ, ବ୍ରଜ ନାଏକ ପ୍ରମୁଖ ସାମିଲ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। Dharitri – Odisha’s No.1 Odia Daily

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ରାଜ୍ୟ ସଭା ନିର୍ବାଚନକୁ ନେଇ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ, ଆଗକୁ ଓଡ଼ିଶା ରାଜନୀତିରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନକୁ ନେଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆଗକୁ ରାଜ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ…

ଗଜପତି ଜିଲାର ୪ ବ୍ଲକରେ ରବର ଚାଷ ରବରଚାଷରେ ହେକ୍ଟର ପିଛା ଚାଷୀଙ୍କୁ ଲାଭ ୨ ଲକ୍ଷ

ପାରଳାଖେମୁଣ୍ଡି,୧୬ା୩(ଗିରିଧାରୀ ପରିଚ୍ଛା): ରବର ଚାଷ ପାଇଁ ଗଜପତି ଜିଲାର ସୁନାମ ରହିଛି। ପାହାଡିଆ ଅଞ୍ଚଳରେ ରବର ଚାଷ କରି ଚାଷୀ ବେଶ୍‌ ଉପକୃତ ହେଉଛନ୍ତି। ଜିଲାର ଗୁମ୍ମା,…

ଛତ୍ରପୁରରେ ଭୟଙ୍କର ଗ୍ୟାସ୍‌ ସଙ୍କଟ: ସିଲିଣ୍ଡର ନେବାକୁ ଉପଭୋକ୍ତାଙ୍କ ଲମ୍ବା ଲାଇନ୍‌

ଛତ୍ରପୁର,୧୬ା୩(ଦିଲ୍ଲୀ ସାମଲ): ଗ୍ୟାସ୍‌ ବୁକିଂ ନମ୍ବର ଲାଗୁନାହିଁ, ପୂର୍ବରୁ ବୁକିଂ ଥିଲେ ବିଳମ୍ବ ହେଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି…

ନକ୍‌ଆଉଟ ଟୁର୍ନାମେଣ୍ଟ: ବାରାବାଂସ ଦଳ ବିଜୟୀ

ବନ୍ଧମୁଣ୍ଡା,୧୬ା୩(ସୁବ୍ରତ ଦେ): ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ କପାଟମୁଣ୍ଡା ପଞ୍ଚାୟତଠାରେ ଲାୟନ୍ସ ହାର୍ଟ କ୍ଲବ ପକ୍ଷରୁ ଆୟୋଜିତ ୨ ଦିନିଆ ଷଷ୍ଠ ଇଣ୍ଟର ପଞ୍ଚାୟତ କ୍ରିକେଟ ନକ୍‌ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri