ନଅଙ୍କ ଦୁର୍ଭିକ୍ଷରେ ଭୋକ ମେଣ୍ଟାଉଥିଲା ସାରୁ ଫୁଲ

ମହାକାଳପଡ଼ା, ୧୩।୮(ଡି.ଏନ.ଏ.): ପୂର୍ବ ଭାରତରେ ଅନାବୃଷ୍ଟି ଯୋଗୁ ୧୮୬୬-୬୭ ମସିହାରେ ଭୟାବହ ନଅଙ୍କ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦୁର୍ଭିକ୍ଷ ଯୋଗୁ ଫସଲ ଉତ୍ପାଦନ ନ ଥିଲା। ଜୀବନ ବଞ୍ଚାଇବା ପାଇଁ ଲୋକେ ଖାଦ୍ୟ ଅନ୍ବେଷଣ କରୁଥିଲେ। ଖାଦ୍ୟ ଅଭାବ ଯୋଗୁ ଲୋକମାନେ ପେଟକୁ ମୁଠେ ଦାନା ନ ପାଇ ଡହଳ ବିକଳ ହୋଇ ବିଭିନ୍ନ ରୋଗରେ ପଡି ଅକାଳରେ ମୃତ୍ୟୁ ହେଉଥିଲା। ଅନେକ ଲୋକଙ୍କ ଖାଦ୍ୟ ଅଭାବରେ ଶରୀରର ନରକଙ୍କାଳ ଦେଖିବାକୁ ମିଳିଥିଲା। ଜୀବନ ବିକଳରେ ସାରୁ ନରା, ଦେଶୀ ସାରୁ ପେଙ୍କାଳି ଫୁଲ, କଇଁ ମାଟୁଳା, କଇଁ ନରା, ଗିରିଆ ଶାଗ ଓ ଫୁଲ ଆଦିକୁ ମୁଖ୍ୟ ଆହାର ଭାବେ ଲୋକେ ଗ୍ରହଣ କରୁଥିଲେ ବୋଲି କୁହାଯାଏ।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଲୋକଙ୍କ ନଅଙ୍କ ଦୁର୍ଭିକ୍ଷ ପରିସ୍ଥିତି ସମୟରେ ଗିରିଆ ଶାଗ, ସାରୁ ଫୁଲ, କଇଁ ନରା ଆଦି ଲୁଣି ଅଞ୍ଚଳ ଜମି, ଖାଲ ପାଟରେ ପ୍ରଚୁର ପରିମାଣରେ ମିଳୁଥିଲା। ଏହାକୁ ଲୋକମାନେ ଖାଇ ଜୀବନ ବଞ୍ଚାଇ ଥିଲେ। ଆଜିକା ଦିନରେ ଏହି ସାରୁ ଫୁଲ ବିଭିନ୍ନ ଖାଲ ପାଟ, ନଦୀ କୂଳରେ ମିଳୁଛି। ଏହି ସାରୁ ଫୁଲକୁ ସ୍ଥାନୀୟ ଭାଷାରେ ଲୋକମାନେ ପେଙ୍କାଳିକୁହନ୍ତି। ଏହାକୁ ଲୋକମାନେ ସଂଗ୍ରହ କରି ଭଲ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରନ୍ତି। ପ୍ରଥମେ ଏହି ଫୁଲକୁ ଗରମ ପାଣିରେ ପକାଇ ତା’ର ଲାଲ ଅଂଶ ପାଣିକୁ ଗାଳି ଦିଆଯାଏ। ପରେ ଏହି ସାରୁ ନରା ଓ ଫୁଲକୁ ଚିଙ୍ଗୁଡ଼ି, କଙ୍କଡା ଓ ଅନ୍ୟ ପନିପରିବାରେ ମିଶାଯାଇ ରନ୍ଧା ଯାଏ। ଶାକାହାରିମାନେ ଏହାକୁ ସନ୍ତୁଳା କରି ଖାଇଥାନ୍ତି। ଏବେ ବ୍ଲକ ଅଞ୍ଚଳର ବଜାରରେ ସାରୁ ଫୁଲ ବିଡା ବନ୍ଧା ଯାଇ ବିକ୍ରୟ ହେଉଛି। ଏହାର ବିଡା ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଛି। ବ୍ଲକର ମହାନଦୀ ପାର୍ଶ୍ୱ ନଦୀକୂଳ, ଗୋବରୀ ନଦୀକୂଳ, ରାମଚଣ୍ଡୀ ଗଳିଆ ପାର୍ଶ୍ୱ, ଗୁପ୍ତଗିରି ନଦୀ ପାର୍ଶ୍ୱ ବଣ ବୁଦା ମୂଳେ ଏହି ସାରୁ ମିଳେ। ଅପରପକ୍ଷରେ ଏହି ଦେଶୀୟ ସାରୁ ଫୁଲର ଚାହିଦା ବଢୁଥିବାରୁ ବହୁ ଚାଷୀ ନିଜ ବାଡିରେ ଚାଷ କରି ସ୍ଥାନୀୟ ବଜାରରେ ବିକ୍ରି କରି ଭଲ ଦି ପଇସା ରୋଜଗାର କରୁଛନ୍ତି। ସାରୁ ଫୁଲ ପାଳ ଛତୁ ତରକାରି ସହ ସମକକ୍ଷ ବୋଲି ସ୍ଥାନୀୟ ବାସିନ୍ଦା ହରିହର ଗୋଚ୍ଛାୟତ କହିଛନ୍ତି। ଏହି ଫୁଲ ବିଶେଷକରି ବର୍ଷା ଋତୁରେ ଅମଳ ହୋଇଥାଏ। ଚାଷୀମାନେ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ବୋଲି ସାରୁ ଚାଷୀ ଯଶମନ୍ତ ରାଉତ କହିଛନ୍ତି। ଏହି ଫୁଲ କୋଲକାତା, କାନ୍ଥୀ ଆଦି ସ୍ଥାନକୁ ବଙ୍ଗୀୟ ଲୋକମାନେ ଚାଲାଣ କରୁଛନ୍ତି। ସେଠାରେ ସାରୁ ଫୁଲର ଚାହିଦା ରହିଛି। ବ୍ଲକର ରାମନଗର ବଜାରରେ ଏହି ସାରୁ ଫୁଲ ବିକ୍ରି ହେଉଛି। ବଙ୍ଗୀୟ ଲୋକମାନଙ୍କ ପ୍ରିୟ ଏହି ସାରୁ ଫୁଲକୁ ଦୈନନ୍ଦିନ ତରକାରି କରି ଖାଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri