ତୁର୍କୀ ଛୁଟିରେ ଯାଇଥିବା ଭାରତୀୟ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ: ‘କୀଟନାଶକ’ ପାଇଁ ମୃତ୍ୟୁ ସନ୍ଦେହ

ନୂଆଦିଲ୍ଲୀ,୧୯।୧୧: ତୁର୍କୀର ଇସ୍ତାନବୁଲକୁ ଛୁଟି କାଟିବାକୁ ଯାଇଥିବା ଜର୍ମାନୀରେ ରହୁଥିବା ତୁର୍କୀ-ଜର୍ମାନୀୟ ବଂଶୋଦ୍ଭବ ଏକ ପରିବାରର ଚାରି ଜଣ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରହସ୍ୟମୟ ହୋଇଛି । ମୃତକମାନେ ହେଲେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ନାବାଳକ ପିଲା ।

ପ୍ରାରମ୍ଭରେ ଖାଦ୍ୟ ବିଷକ୍ରିୟା (Food Poisoning) ହୋଇଥିବା ସନ୍ଦେହ କରାଯାଉଥିଲା, କିନ୍ତୁ ଏବେ ସେମାନେ ରହୁଥିବା ହୋଟେଲ ରୁମରେ କୀଟନାଶକ (Pesticide) ବିଷକ୍ରିୟାର ଶିକାର ହୋଇଥିବା ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି ।

ଜର୍ମାନୀରୁ ଛୁଟିରେ ଆସିଥିବା ଏହି ପରିବାର (ସର୍ଭେତ୍ ବୋଚେକ୍, ତାଙ୍କ ପତ୍ନୀ ଚିଗ୍ଦେମ୍ ବୋଚେକ୍ ଏବଂ ପିଲା କାଦିର (୬) ଓ ମାସଲ୍ (୩)) ବୁଧବାର ଦିନ ଇସ୍ତାନବୁଲର ଅର୍ଟାକୋୟ ଜିଲ୍ଲାରେ ଷ୍ଟ୍ରିଟ୍ ଫୁଡ୍ ଖାଇବା ପରେ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଗୁରୁବାର ୬ ବର୍ଷର କାଦିର ଓ ୩ ବର୍ଷର ମାସଲ୍‌ଙ୍କ ମୃତ୍ୟୁ ଘଟିଥିଲା । ପରଦିନ ମା’ ଚିଗ୍ଦେମ୍ ବୋଚେକ୍ ପ୍ରାଣ ହରାଇଥିଲେ । ଅନେକ ଦିନ ଧରି ଚିକିତ୍ସାଧୀନ ଥିବା ବାପା ସର୍ଭେତ୍ ବୋଚେକ୍ ମଧ୍ୟ ସୋମବାର ଦିନ ମୃତ୍ୟୁବରଣ କରିଛନ୍ତି।

ଇସ୍ତାନବୁଲର ଆଞ୍ଚଳିକ ସ୍ୱାସ୍ଥ୍ୟ ମୁଖ୍ୟ ଡା. ଅବଦୁଲ୍ଲା ଏମ୍ ର ଗୁନେର ସୋସିଆଲ ମିଡ଼ିଆରେ ଏହି ଖବର ନିଶ୍ଚିତ କରିବା ସହ ଘଟଣାର ତଦନ୍ତ ଜୋରଦାର ଚାଲିଥିବା କହିଛନ୍ତି ।ପ୍ରାଥମିକ ତଦନ୍ତ ଖାଦ୍ୟ ବିଷକ୍ରିୟା ଆଡ଼କୁ ଇଶାରା କରୁଥିବା ବେଳେ, ତୁର୍କୀ ମିଡିଆ ରିପୋର୍ଟ ଅନୁଯାୟୀ, ପରିବାରଟି ରହୁଥିବା ‘ହାର୍ବର୍ ସୁଇଟ୍ସ ଓଲ୍ଡ ସିଟି’ ହୋଟେଲରେ କୀଟନାଶକର ସଂସ୍ପର୍ଶରେ ଆସିଥିବାର ସମ୍ଭାବନା ରହିଛି ।

ସନ୍ଦେହ କରାଯାଉଛି ଯେ ଭୂତଳ କକ୍ଷରେ (Ground Floor Room) ଛାରପୋକ (bed bug) ନିୟନ୍ତ୍ରଣ ପାଇଁ ବ୍ୟବହୃତ ଏକ ବିଷାକ୍ତ କୀଟନାଶକ (ଯେପରିକି ଆଲୁମିନିୟମ ଫସଫାଇଡ୍) ଭେଣ୍ଟିଲେସନ୍ ଶାଫ୍ଟ ମାଧ୍ୟମରେ ପ୍ରଥମ ମହଲାରେ ଥିବା ପରିବାରର ରୁମ୍ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା ।

ନଭେମ୍ବର ୧୫ ତାରିଖରେ ସେହି ହୋଟେଲରୁ ଅନ୍ୟ ଦୁଇ ଜଣ ପର୍ଯ୍ୟଟକ ମଧ୍ୟ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏହି ସନ୍ଦେହ ଦୃଢ଼ ହୋଇଛି । ଘଟଣାକୁ ନେଇ ହୋଟେଲ ମାଲିକ, କର୍ମଚାରୀ ଏବଂ କୀଟନାଶକ ପ୍ରୟୋଗ କରିଥିବା କମ୍ପାନୀର କର୍ମଚାରୀଙ୍କ ସମେତ ୧୧ ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ପରିବାରର ମୃତ୍ୟୁର ପ୍ରକୃତ କାରଣ ନିର୍ଣ୍ଣୟ କରିବା ପାଇଁ ଫରେନସିକ୍ ମେଡିସିନ୍ ଇନଷ୍ଟିଚ୍ୟୁଟ୍ ତଦନ୍ତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

8th Pay Commission: ନାଇଟ ଡ୍ୟୁଟି ପାଇଁ ମିଳିବ ଅଲଗା ଟଙ୍କା! ୩ ଗୁଣା ଦରମା…

୮ମ ବେତନ ଆୟୋଗ (8th Pay Commission) ଗଠନ ସହିତ ସରକାରୀ କର୍ମଚାରୀଙ୍କ ଆଶା ଆହୁରି ବଢ଼ିବାରେ ଲାଗିଛି। ଏହି କ୍ରମରେ ଦେଶର ବିଭିନ୍ନ କେନ୍ଦ୍ର ସରକାରୀ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?