ଗଞ୍ଜାମ,୨।୯ (ବିଦ୍ୟାଧର ସାହୁ ): ସମୁଦ୍ର ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଦଧିନଉତି । ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ରହସ୍ୟମୟ ଦଧିନଉତି ଠାବ ହୋଇଛି । ଏହା ଗଙ୍ଗାଦେବୀ ମନ୍ଦିର ବୋଲି ଅନୁମାନ କରାଯାଉଛି ।
ମନ୍ଦିର ପ୍ରତିଷ୍ଠା ନହେବା ପୂର୍ବରୁ ଏହା ସମୁଦ୍ରରେ ଲୀନ ହୋଇଯାଇଥିବା ସେଠାକାର ଗ୍ରାମବାସୀ ଅନୁମାନ କରୁଛନ୍ତି । ଏହା ୨୦ ରୁ ୨୫ ବର୍ଷର ମନ୍ଦିର । ଦିନେ ଏହି ସ୍ଥାନରେ ଜନବସତି ରହିଥିଲା । କିନ୍ତୁ ସମୁଦ୍ରରେ ଗୋଟିଏ ପରେ ଗୋଟେ ଘର ସବୁ ସମୁଦ୍ରରେ ଲୀନ ହୋଇଯାଇଥିଲା । ଏବେ ସମୁଦ୍ର ପାଣି କମ ଥିବାରୁ ଏହି ମନ୍ଦିରର କିଛି ଅଂଶ ଦୃଶ୍ୟମାନ ହୋଇଛି ।
ଦଧିନଉତି ଠାବ ହେବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଗହଳି ଜମୁଛି ଏବଂ କିଛି ଲୋକ ଏହାକୁ ଖୋଳୁଥିବା ମଧ୍ୟ ଦେଖାଯାଉଛି । କିନ୍ତୁ ପୁଣି ସମୁଦ୍ର ପାଣି ଚାଲି ଆସୁଛି । ସମୁଦ୍ର ଦିନକୁ ଦିନ କୂଳ ଲଙ୍ଘି ଘର ଗୁଡିକ ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଛି । ଏହାରି ଭିତରେ ଦଧିନଉତି ଅନେକ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।