ଯୌତୁକ ଲାଗି ମୋ ଝିଅକୁ ମାରି ଟାଙ୍ଗିଦେଲେ ଜ୍ୱାଇଁ

ନିଶ୍ଚିନ୍ତକୋଇଲି, ୨୧।୨(ସ୍ବ.ପ୍ର.): ଅଧିକ ଯୌତୁକ ଦାବିରେ ବଧୂଙ୍କୁ ଶାଶୁ ଘର ଲୋକ ବିଭିନ୍ନ ନିର୍ଯାତନା ଦେବା ସହ ମାରି ଟାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କଟକ ଜିଲା ଭଦ୍ରେଶର ଥାନା ଅଧୀନ ଗୋପାଳପୁର ଗ୍ରାମରେ। ଗ୍ରାମର ସୁନୀଲ ପ୍ରଧାନଙ୍କ ପୁଅ ରଞ୍ଜନ ୨୦୨୦ରେ ଉକ୍ତ ଥାନା ଅନ୍ତର୍ଗତ ଏରକଣା ଗ୍ରାମର ସୁନାକର ନାୟକଙ୍କ ଝିଅ ଲିଜାମ୍ବିନିଙ୍କୁ ବିବାହ କରିଥିଲେ। ବିବାହ ପରେ ଅଧିକ ଯୌତୁକ ଓ ଏକ ପୁତ୍ର ସନ୍ତାନ ଆଶାରେ ଶାଶୁଘର ଲୋକେ ଲିଜାଙ୍କୁ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆାଣିଛନ୍ତି। ମଙ୍ଗଳବାର ତାଙ୍କୁ ତାଙ୍କ ସ୍ବାମୀ, ଶାଶୁ ଓ ନଣନ୍ଦ ମିଶି ହତ୍ୟା କରିବା ପରେ ରଶି ଲଗାଇ ଟାଙ୍ଗି ଦେଇଥିବା ମୃତା ଲିଜାଙ୍କ ବାପା ସୁନାକର ଥାନାରେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷେ ଲିଜା ନିଜେ ଆତ୍ମହତ୍ୟା କରିଥିବା ନେଇ ଶାଶୁ ଘର ଲୋକେ କହୁଥିବା ବେଳେ ପୋଲିସ ଏକ ମାମଲା ରୁଜୁ କର ଘଟଣାର ତଦନ୍ତ ଚଳାଇଛି।