ମୋ ଜଙ୍ଗଲ ଜମି ଯୋଜନା ବାଟବଣା

ନୟାଗଡ଼,୧୩।୯(ଲୋକନାଥ ମିଶ୍ର): ମୋ ଜଙ୍ଗଲ ଜମି ଯୋଜନା ନୟାଗଡ଼ ଜିଲାରେ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧନ ନିୟମାବଳି ୨୦୧୨ କାର୍ଯ୍ୟକାରୀ ହେଉଥିଲେ ହେଁ ନୟାଗଡ଼ ଜିଲାର ବନବାସୀ କାହିଁକି ଉପେକ୍ଷିତ ହେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଙ୍ଗଲ ଜମି ପଟ୍ଟା ମିଳିବାରେ ବିଳମ୍ବ, ଯୁଗ୍ମ ତଦନ୍ତରେ ବନବିଭାଗର ଅସହଯୋଗ, ଉପଖଣ୍ଡସ୍ତରୀୟ କମିଟିରେ ଫାଇଲ ପଡି ରହିବା, ବ୍ୟକ୍ତିଗତ ଓ ଗୋଷ୍ଠୀଗତ ପଟ୍ଟା ମିଳିଥିଲେ ମଧ୍ୟ ଜମି ଚିହ୍ନଟରେ ଅଣଦେଖା, ଜିଲାସ୍ତରୀୟ କମିଟିରେ ମଞ୍ଜୁର ପରେ ବି ଜଙ୍ଗଲ ଜମି ପଟ୍ଟା ହିତାଧିକାରୀ ପାଉ ନ ଥିବା ଅନୁରୂପ ଅଭିଯୋଗ ହୋଇ ଆସୁଛି।ବନବିଭାଗର ଜମିଦାର ପରି ବ୍ୟବହାର ବନବାସୀଙ୍କୁ ଅଭିଶପ୍ତ ଜୀବନ ବିତାଉବାକୁ ବାଧ୍ୟ କରୁଛି। ବନବିଭାଗ ଜମିଦାର ପରି ଦେଖାଇ ହେଉଥିବାରୁ ବନବାସୀମାନେ ଅଣଦେଖା ହୋଇ ରହି ଯାଉଛନ୍ତି ବୋଲି କଟକ ଏମ୍‌ପି ଭତ୍ତୃହରୀ ମହତାବ ଗତ ଅଗଷ୍ଟ ୧୪ ଜିଲା ପରିଷଦ ବୈଠକରେ କହିି କ୍ଷୋଭ ପ୍ରକାଶ କରିଥିଲେ। ବନବାସୀଙ୍କୁ ସହଯୋଗ କରିବାକୁ ଏମ୍‌ପି ବନବିଭାଗକୁ ପରାମର୍ଶ ଦେଇଥିଲେ। ଏମ୍‌ପିଙ୍କ ବନବିଭାଗ ଉପରେ ଟିପ୍ପଣୀକୁ ନେଇ ବନବିଭାଗ ଉପରେ ଜିଲା ପରିଷଦ ବୈଠକରେ ଅସନ୍ତୋଷ ଓ ଉଦ୍‌ବେଗ ପ୍ରକାଶ ପାଇଥିଲା।
ଏନେଇ ବଙ୍କତଳା ଜଙ୍ଗଲ ଅଧିକାର କମିଟି ସଭାପତି ଲକ୍ଷ୍ମୀଧର ମୁଦୁଲି, ଟାକେରା ଜଙ୍ଗଲ ଅଧିକାର କମିଟି ସଭାପତି ସୁବାସ ଜାନି, ତିଳାବାଡି ଜଙ୍ଗଲ ଅଧିକାର କମିଟି ସଭାପତି ଶରତ ମାଝି କୁହନ୍ତି, ଜଙ୍ଗଲ ଅଧିକାର ଆଇନ ଏକ ଐତିହାସିକ ପଦକ୍ଷେପ। ବନବାସୀଙ୍କ ବହୁଦିନର ଦାବି ପୂରଣ ହୋଇଛି। ତେବେ ଆଇନର ଫାଙ୍କ ଯୋଗୁ ବନବସୀ ସୁଫଳ ପାଉ ନାହାନ୍ତି। ବନବିଭାଗ ଓ ରାଜସ୍ବ ବିଭାଗର ବୁଝାମୁଣା ଅଭାବରୁ ବିଳମ୍ବରେ ଜଙ୍ଗଲ ଅଧିକାର ପଟ୍ଟା ମିଳୁଛି। ଗୋଷ୍ଠୀଗତ ପଟ୍ଟା ଦିଆ ଯାଉଥିଲେ ମଧ୍ୟ ଜଙ୍ଗଲର ସୀମା ନିର୍ଦ୍ଧାରଣ କରିବାରେ ବନବିଭାଗ ସମୟ ଗଡାଇ ଚାଲୁଛି। ପୁଣି ବ୍ୟକ୍ତିଗତ ଜମିପଟ୍ଟା ଦିଆ ଯାଉଥିଲେ ମଧ୍ୟ ୨୦୧୬ରୁ ଅନେକ ବନବସୀ ପଟ୍ଟା ପାଇଛନ୍ତି। ହେଲେ ସେମାନଙ୍କୁ ଏଯାବତ ଜମି ମଡାଣ ଦିଆ ଯାଉନି। ପୁଣ ଉପଖଣ୍ଡସ୍ତରୀୟ କମିଟିରେ ଦରଖାସ୍ତ ବହୁ ଦିନ ଧରି ପଡି ରହୁଛି। ଏଣୁ ବନବାସୀ ହଇରାଣ ହୋଇ ଚାଲିଛନ୍ତି। ଗଣିଆ ବ୍ଳକ ବଡସିଲିଙ୍ଗା ପଞ୍ଚାୟତ ଗୋଛାବାରୀ ଆଦିମ ଅଧିବାସୀ ମୁକ୍ତି ମଞ୍ଚ ସଂଯୋଜକ ପ୍ରଫୁଲ କୁମାର ନାୟକ କୁହନ୍ତି, ମୋ ଜଙ୍ଗଲ ଜମି ଯୋଜନା ତଥା ଜଙ୍ଗଳ ଅଧିକାର ଆଇନର ଠିକ କାର୍ଯ୍ୟକାରୀ ଓ ଅଞ୍ଚଳର ବିଭିନ୍ନ ସସମ୍ୟା ସମାଧାନ ଦାବି ନେଇ ଓଡ଼ିଶା ଜଙ୍ଗଲ ଅଧିକାର ମଞ୍ଚ ନିଷ୍ପତ୍ତି କ୍ରମେ ସେପ୍ଟେମ୍ବର ୨୩ରେ ଗୋଛାବାରୀ ଆଦିମ ଅଧିବାସୀ ମୁକ୍ତି ମଞ୍ଚ ଓ ମୂଳ ନିବାସୀ ହିତକାରୀ ସଙ୍ଗଠନ ଦଶପଲ୍ଲା ପକ୍ଷରୁ ନୟାଗଡ଼ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ଜଙ୍ଗଲ ଅଧିକାର ଆଇନର ମୌଳିକତାକୁ ଅକ୍ଷୂର୍ଣ୍ଣ ରଖି ଆଇନକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ସେହିପରି ଯୋଜନା କାର୍ଯ୍ୟକାରିତା ସମୟରେ ଜଙ୍ଗଲ ଅଧିକାର କମିଟିର ସମ୍ପୃକ୍ତି, ଗ୍ରାମବାସୀଙ୍କ ସହଭାଗିତା, ଗ୍ରାମସଭା ଦ୍ୱାରା ଅନୁମୋଦନକୁ ପ୍ରଧାନ୍ୟ ଦେବା ପାଇଁ ପ୍ରସ୍ତାବ ରହିଛି। ସେହିପରି ଜଙ୍ଗଲ ଅଧିକାର ଆଇନ ଅନୁସାରେ ବ୍ୟକ୍ତିଗତ, ଗୋଷ୍ଠିଗତ ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବାର ଦାବି ରହିଛି। ଜଙ୍ଗଲ ଜମି ଉପରେ ବ୍ୟକ୍ତିଗତ ଦାବିଦାରମାନଙ୍କୁ ଓ ଗ୍ରାମସଭାକୁ ଜଙ୍ଗଲ ସମ୍ବଳ ସଂରକ୍ଷଣ ତଥା ବ୍ୟବହାର ପାଇଁ ଦିଆଯାଇଥିବା ପଟ୍ଟାକୁ ସଂଶୋଧନ କରାଯାଇ ରେକର୍ଡ ଅଫ୍‌ ରାଇଟ୍‌ ପ୍ରଦାନ କରିବା ପରି ଅନେକ ଦାବି ରହିଛି। ଦଶପଲ୍ଲା ବ୍ଳକ ବାଣିଗୋଛାର କନ୍ନଡି ମୂଳ ନିବାସୀ ହିତକାରୀ ସଙ୍ଗଠନ ସଂଯୋଜକ କର୍ଣ୍ଣ ଜାନି କୁହନ୍ତି, ଜଙ୍ଗଲ ଅଧିକାର ଆଇନରେ ସଂଶୋଧନ ଆଣିବାକୁ ସରକାରଙ୍କୁ ଆମ ଅନୁଷ୍ଠାନ ଦ୍ୱାରା ଅନେକ ପ୍ରସ୍ତାବ ଦିଆଯିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ। ସରକାରୀ ଜମିରୁ ଉଚ୍ଛେଦ ଆଦେଶ ବାତିଲ କରାଯାଇ ଭୁବନ୍ଦୋବସ୍ତ ଆଇନ ଅନୁସାରେ ଭୂମିହୀନଙ୍କୁ ବାସ ଓ ଚାଷ ପାଇଁ ଜମି ଯୋଗାଇ ଦିଆଯାଉ। ଭୂମିହୀନ ପରିବାରକୁ ଘର କରିବା ପାଇଁ ୪ ଡିସିମିଲି ବଦଳରେ ୧୦ ଡିସିମିଲି ଓ ଚାଷ ପାଇଁ ୨.୫ ଏକର ଜମି ଯୋଗାଇ ଦିଆଯାଉ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପରିବାରର ମୁଣ୍ଡପିଛା ଦିଆ ଯାଉଥବବା ୫କେଜି ଚାଉଳକୁ ୧୦ କେଜି କରାଯାଉ ଓ ରିହାତି ଦରରେ ଡାଲି, ଚିନି, ତେଲ, ଅଟା କିରୋସିନର ଯୋଗାଣ ବ୍ୟବସ୍ଥା କରାଯାଉ। ପଞ୍ଚାୟତର ମୁଖ୍ୟ କାର୍ଯ୍ୟାଳୟରୁ ସବୁ ଗଁାକୁ ରାସ୍ତା ନିର୍ମାଣ ସହ ମୌଳିକ ସେବା ଯୋଗାଇବାର ବ୍ୟବସ୍ଥା କରାଯାଉ। ସରକାର ଆମର ଦାବି ଗୁଡିକ ଅନୁଧ୍ୟାନ କରି ପଦକ୍ଷେପ ନିଅନ୍ତୁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri