Posted inଫୁରସତ

ମୋ ସ୍ବାସ୍ଥ୍ୟ, ମୋର ଅଧିକାର

ସମଗ୍ର ବିଶ୍ୱବାସୀଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରିବା ତଥା ସେମାନଙ୍କର ସ୍ବାସ୍ଥ୍ୟ ସଂକ୍ରାନ୍ତ ସମସ୍ୟାର ସମାଧାନ ଏବଂ ସେମାନଙ୍କର ସ୍ବାସ୍ଥ୍ୟ ଉନ୍ନତି ଉଦ୍ଦେଶ୍ୟରେ ୧୯୪୮ ଏପ୍ରିଲ ୭ରେ ସ୍ଥାପିତ ହୋଇଥିଲା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ। ଏହି ସଂସ୍ଥା ଆନୁକୂଲ୍ୟରେ ୧୯୫୦ରୁ ପ୍ରତିବର୍ଷ ଏପ୍ରିଲ ୭କୁ ‘ବିଶ୍ୱ ସ୍ବାସ୍ଥ୍ୟ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଏହି ଅବସରରେ ସ୍ବାସ୍ଥ୍ୟ ଆଧାରିତ ନିର୍ଦ୍ଦିଷ୍ଟ କୌଣସି ଏକ ବିଷୟରେ ଜନସଚେତନତା ସୃଷ୍ଟି କରିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଲକ୍ଷ୍ୟ। ତେବେ ଏହି ଦିବସ ଅବସରରେ ଚଳିତବର୍ଷର ପ୍ରସଙ୍ଗ ରହିଛି ‘ମୋ ସ୍ବାସ୍ଥ୍ୟ, ମୋର ଅଧିକାର’।
ସମ୍ପ୍ରତି ପୃଥିବୀରେ କୋଟି କୋଟି ଲୋକଙ୍କୁ ସ୍ବାସ୍ଥ୍ୟସେବା ଭଳି ମୌଳିକ ଅଧିକାର ଉପଭୋଗ କରିବାର ସୁଯୋଗ ମିଳିପାରୁନାହିଁ। ଅନେକଙ୍କ ପାଇଁ ରୋଗବ୍ୟାଧି ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା। ଅନେକ ରୋଗ ଭୋଗି ଅକର୍ମଣ୍ୟ ହୋଇପଡ଼ନ୍ତି। ଏକ ସର୍ଭେରୁ ଜଣାପଡ଼ିଛି, କେବଳ ବାୟୁ ପ୍ରଦୂଷଣ ଯୋଗୁ ପ୍ରତି ପାଞ୍ଚ ସେକେଣ୍ଡରେ କେହି ନା କେହି ମୃତ୍ୟୁବରଣ କରିବାକୁ ବାଧ୍ୟ ହେଉଛନ୍ତି।
ବିଡ଼ମ୍ବନାର ବିଷୟ ଯେ, ପୃଥିବୀର ୧୪୦ଟି ରାଷ୍ଟ୍ର ନିଜ ନିଜର ସମ୍ବିଧାନରେ ସ୍ବାସ୍ଥ୍ୟକୁ ଏକ ମାନବାଧିକାର ଭାବରେ ସ୍ବୀକୃତି ଦେଇଛନ୍ତି। ମାତ୍ର ସବୁ ନାଗରିକଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସେମାନେ ଆବଶ୍ୟକ ଆଇନ ପ୍ରଣୟନ କରିନାହାନ୍ତି। ଫଳରେ ପୃଥିବୀ ଜନସଂଖ୍ୟାର ପ୍ରାୟ ଅଧାରୁ ବେଶୀ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ।
ଚଳିତବର୍ଷର ପ୍ରସଙ୍ଗ ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବେଶି ଗୁରୁତ୍ୱଦେବାକୁ ସ୍ଥିର କରିଛି। ଏହାଦ୍ୱାରା ଜନସାଧାରଣ ନିଜ ସ୍ବାସ୍ଥ୍ୟକୁ ନେଇ ଅଧିକ ସଚେତନ ରହିପାରିବେ। ଏହି ସଂସ୍ଥା ଆମ ସମସ୍ତଙ୍କୁ ସଚେତନ କରେଇ ଦେଇ କହିଛି ଯେ, ଯିଏ ଯେଉଁଠି ବାସ କରୁଥାଅ ପଛେ, ପ୍ରତ୍ୟେକଙ୍କ ପାଇଁ ଉତ୍କୃଷ୍ଟମାନର ସ୍ବାସ୍ଥ୍ୟ ସେବା, ସ୍ବାସ୍ଥ୍ୟ ଶିକ୍ଷା ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଉପଲବ୍ଧ ହେବା ଦରକାର। ତା’ସହ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ବିଶୁଦ୍ଧ ପାନୀୟ ଜଳ, ପ୍ରଦୂଷଣମୁକ୍ତ ବାୟୁ, ପୁଷ୍ଟିକର ଖାଦ୍ୟ, ସୁରକ୍ଷିତ ବାସଗୃହ ଉପଲବ୍ଧ ହେବା ଆବଶ୍ୟକ। ନିଜ ନାଗରିକଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ସେମାନଙ୍କ ପ୍ରତି ରାଷ୍ଟ୍ରର ଅନୁକମ୍ପା ପ୍ରଦର୍ଶନ ନୁହେଁ, ଏହା ନାଗରିକଙ୍କର ମୌଳିକ ଅଧିକାର।
– ଡା. ନିତ୍ୟାନନ୍ଦ ସ୍ବାଇଁ,

‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ-୧୪


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri