Posted inଫୁରସତ

ନୀରୋଗ ସ୍ବାସ୍ଥ୍ୟ ଓ ଜୀବନଧାରା

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ନିଜକୁ ନୀରୋଗ ରଖିବା ଲାଗି ଏକ ସନ୍ତୁଳିତ ଜୀବନଶୈଳୀର ଆବଶ୍ୟକତା ରହିଛି। ତା’ସହ ଖାଦ୍ୟପେୟ, ବ୍ୟାୟାମ ପ୍ରତି ଗୁରୁତ୍ୱ ଦେବା ଜରୁରୀ।
ଆମ ଶରୀରର ସମସ୍ତ କାର୍ଯ୍ୟ ଏକାଦଶ ଇନ୍ଦ୍ରିୟ ଦ୍ୱାରା ପରିଚାଳିତ। ଏହି ଇନ୍ଦ୍ରିୟଗୁଡ଼ିକ ମଧ୍ୟରୁ ପଞ୍ଚ ଜ୍ଞାନେନ୍ଦ୍ରିୟ (ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ବା ଓ ତ୍ୱଚା), ପଞ୍ଚ କର୍ମେନ୍ଦ୍ରିୟ (ବାକ୍‌, ପାଣି, ପାଦ, ପାୟୁ ବା ଗୁଜ ଓ ଉପସ୍ଥ ବା ଲିଙ୍ଗ) ଓ ଏକାଦଶ ଇନ୍ଦ୍ରିୟ ‘ମନ’କୁ ସଂଯୋଗକାରୀ ଇନ୍ଦ୍ରିୟ କୁହାଯାଏ। ଏଣୁ ମନ ଦ୍ୱାରା ଉପରୋକ୍ତ ଦଶଟି ଇନ୍ଦ୍ରିୟର କାର୍ଯ୍ୟ ପରିଚାଳିତ ହୋଇଥାଏ। ଏହି ମନର ସ୍ଥାନ ମସ୍ତିଷ୍କସ୍ଥିତ କପାଳ ମଧ୍ୟସ୍ଥ ଭ୍ରୂଲତା ଦ୍ୱୟ ସଂଯୋଗ ସ୍ଥଳ ଆଜ୍ଞାଚକ୍ରରେ ଉପସ୍ଥିତ। ତେଣୁ ମନକୁ ନିୟନ୍ତ୍ରଣ କରିବା ଦ୍ୱାରା ଶରୀରର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲେ।
ଶରୀର ପୋଷଣ ପାଇଁ ଖାଦ୍ୟ ଆବଶ୍ୟକ। ଖାଦ୍ୟ ମଧ୍ୟ ସାତ୍ତ୍ୱିକ ହେବା ଆବଶ୍ୟକ। ଖାଦ୍ୟ ମାନ, ମାତ୍ରା ଓ ସମୟ ମଧ୍ୟ ଠିକ୍‌ ନିର୍ଦ୍ଧାରଣ ହେବା ଜରୁରୀ। ଆହାର ଗ୍ରହଣ ପୂର୍ବରୁ ଭଗବାନ୍‌ଙ୍କୁ ଅର୍ପଣ କରିବା ସହ ଗଣ୍ଡୁଷ କଲେ ଭଲ। ଭୋଜନ ଗ୍ରହଣ ସମୟରେ ବାର୍ତ୍ତାଳାପ ନ କରି, ଟିଭି ନ ଦେଖି ଖାଦ୍ୟ ଖାଆନ୍ତୁ। ଖାଇବାର ୧ଘଣ୍ଟା ପରେ ପାଣି ପିଇବା, ଥଣ୍ଡା ଜିନିଷ, ଆଇସ୍‌କ୍ରିମ୍‌ ଆଦି ନ ଖାଇବା ଦ୍ୱାରା ପାଚନ ଭଲ ଭାବେ ହୋଇଥାଏ। ବାରମ୍ବାର ଖାଇବା, ଅତ୍ୟଧିକ ପରିମାଣରେ ଖାଇବା, ତେଲ, ମାଛ, ମାଂସ ଓ ଅଣ୍ଡାଦି ଗରିଷ୍ଠ ଭୋଜନ ନିୟମିତ ବା ଅତ୍ୟଧିକ ସେବନ ଶରୀର ପାଇଁ କ୍ଷତିକାରକ। ଖାଦ୍ୟ ଖାଇବା ପରେ ତା’ର ପରିପାକ କ୍ରିୟା ସୂଚାରୁ ରୂପେ ହେବା ଆବଶ୍ୟକ। ଯଦି ଏହାର ପରିପାକ ଠିକ୍‌ ରୂପେ ନ ହୁଏ, ତେବେ ଏହାକୁ ଅପକ୍ୱ ଅନ୍ନ କୁହାଯାଏ। ଏହା ଦ୍ୱାରା ଖାଦ୍ୟ ପେଟରେ ଶଢ଼େ ଏବଂ ଟକ୍ସିକ୍‌ ବା ବିଷ ସୃଷ୍ଟି ହୋଇଥାଏ, ତାହାକୁ ଅମ୍ଳ କୁହାଯାଏ।
ପରିବେଶ ସହ ଆମ ଜୀବନ ଓତପ୍ରୋତ ଭାବେ ଜଡ଼ିତ। ତେଣୁ ପରିବେଶ ସନ୍ତୁଳନ, ନିର୍ମଳ ଓ ସୁସ୍ଥ ରହିଲେ ଆମ ଜୀବନ ସୁରକ୍ଷିତ ରହିବ। ଏହାର ସୁପ୍ରଭାବ ପ୍ରକୃତି ଓ ମନରେ ପ୍ରତିଫଳିତ ହୋଇ ଶରୀରରେ ନୂତନ ଉର୍ଜା ଉତ୍ପନ୍ନ ହେବ। ସୁସ୍ଥ ଶରୀର ପାଇଁ ପ୍ରାତଃକାଳରେ ଶଯ୍ୟାତ୍ୟାଗ ପୂର୍ବକ ଓଁ କାର ଉଚ୍ଚାରଣ, ଶଙ୍ଖନାଦ କରିବା, ଭଜନ, କୀର୍ତ୍ତନ, ପ୍ରାତଃଭ୍ରମଣ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ, ଯୋଗ, ଧ୍ୟାନ, ପ୍ରାଣାୟାମ କରିବା, ଏହାର ଏକ ଘଣ୍ଟା ପରେ ସ୍ନାନ କରି ପୂଜାପାଠ ଶେଷ କରି ହାଲୁକା ଭୋଜନ, ଦିବା ୧ ଘଟିକା ମଧ୍ୟରେ ମଧ୍ୟାହ୍ନ ଭୋଜନ ଓ ରାତ୍ର ୯ ଘଟିକା ମଧ୍ୟରେ ହାଲୁକା ରାତ୍ରଭୋଜନ କଲେ ନୀରୋଗ, ଦୀର୍ଘାୟୁ ଜୀବନଯାପନ କରିବେ।
– ଡା. ଆଶିଷ ବାନାର୍ଜୀ, ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ, ମୋ-୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧ ଲକ୍ଷ ଟଙ୍କାର ଲ୍ୟାପ୍‌ଟପ୍‌: ମିଳିଲା ଏମିତି କିଛି, ଗ୍ରାହକଙ୍କ ହେଶ୍‌ ଉଡିଲା

ନୂଆଦିଲ୍ଲୀ,୯।୫: ଅନଲାଇନ ଶପିଂ ଆପ୍‌ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି। ଏହାର କାରଣ...

ପିଜା ଖାଇବାକୁ ବିମାନ ବୁକ୍‌ କରି ବିଦେଶରେ ପହଞ୍ଚିଲେ ଯୁବତୀ

ବାସ୍ତାବରେ ଧନୀମାନଙ୍କର ପରିଭାଷା କ’ଣ? ଏହାର ଅର୍ଥ ହେଲା ଧନୀଙ୍କ ପାଖରେ ଅର୍ଥର ଅଭାବ ନ ଥାଏ। ତେଣୁ ମନ ଯାହା ଚାହେଁ, ତାହା କରିଦିଅନ୍ତି।...

ବିବାହ କରିବେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଶତାୟୁ ନାୟକ ଟେରେନ୍ସ

ୱାଶିଂଟନ୍‌: ଆମେରିକା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାହସର ସହ ଲଢ଼ିଥିବା ହେରୋଲ୍ଡ ଟେରେନ୍ସ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ଆସନ୍ତା ମାସ ଫ୍ରାନ୍ସରେ ନିଜ ପ୍ରେମିକା...

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri