Posted inଫୁରସତ

ପ୍ରଥମ ରୋଜଗାରରେ ବହି ଛାପିଥିଲି: ସାହିତି୍ୟକ ଡକ୍ଟର ଗୌରହରି ରାଉତ

ଅବିଭକ୍ତ କଟକ ଜିଲା(ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲା)ର ରାଜନଗର ବ୍ଲକ ଅନ୍ତର୍ଗତ ପ୍ରାକୃତିକ ପରିବେଶଘେରା ସମୁଦ୍ରକୂଳିଆ ଗାଁ ଏଣ୍ଡୁଳାପୁରରେ ମୋର ଜନ୍ମ। ବାପା ଉତ୍ତମ ଚରଣ ରାଉତ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ପିଲାବେଳେ ବଡ଼ବାପା ନାରାୟଣ ରାଉତ ମୋ ଖେଳିବା ପାଇଁ କଞ୍ଚାମାଟିରେ ବିଭିନ୍ନ ପ୍ରକାର ଖେଳନା ତିଆରି କରି ଦେଉଥିଲେ। ପରେ ମୁଁ ଯେତେବେଳେ ଆମ ଗାଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ିଲି, ତତ୍କାଳୀନ ପ୍ରଧାନ ଶିକ୍ଷକ ମହେଶ୍ୱର ପଲ୍ଲାଇ କଳାପଟାରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଦେଉଥିଲେ ଓ ମୁଁ ସେସବୁକୁ ଅତିଆଗ୍ରହର ସହିତ ଡ୍ରଇଂ ଖାତାରେ ନକଲକରି ନେଉଥିଲି। ପିଲାଦିନେ ଏହି ଦୁଇ ବ୍ୟକ୍ତିତ୍ୱଙ୍କ ଦ୍ୱାରା ମୁଁ ଗଭୀର ଭାବେ ପ୍ରଭାବିତ ହୋଇଥିଲି ଚିତ୍ର ଆଙ୍କିବା ପାଇଁ। କେନ୍ଦ୍ରାପଡ଼ା କଲେଜରେ ଓଡ଼ିଆ ଅନର୍ସ ନେଇ +୩ ପଢ଼ିଲାବେଳେ ବିଭିନ୍ନ ଲୋକଙ୍କ ପ୍ରେରଣା ଫଳରେ ଚିତ୍ର ଆଙ୍କିବାର ନିଶା ବହୁଗୁଣିତ ହୋଇଯାଇଥିଲା। ଶେଷରେ ନିଷ୍ପତ୍ତି ନେଲି ଭୁବନେଶ୍ୱରସ୍ଥିତ ବି.କେ. ଆର୍ଟ କଲେଜରେ ପଢ଼ିବା ପାଇଁ। ଆଡ୍‌ମିଶନ ନେଇ ପଢ଼ିଲି ବି। ୧୯୯୧ ମସିହାର ଘଟଣା। ସେତେବେଳେ ମୁଁ ବି.କେ. ଆର୍ଟ କଲେଜରେ ଶେଷବର୍ଷ ଡିଗ୍ରୀ ପରୀକ୍ଷା ଦେଇଥାଏ; କିନ୍ତୁ ଫଳ ବାହାରି ନ ଥାଏ। ଏହି ସମୟରେ ଜଣେ ଦିବଂଗତ ଡିଫେନ୍ସ କର୍ନେଲଙ୍କ ବରାଦିଆ ତୈଳରଙ୍ଗ ପ୍ରତିକୃତି ଅଙ୍କନ ବାବଦରେ ମୋତେ ମିଳିଥାଏ ୩୦୦୦ ଟଙ୍କା। ସେ ସମୟରେ ଏହି ଟଙ୍କା ମୋତେ ଭାରି ବଡ଼ ମନେହେଉଥାଏ। ଯଦିଓ ତା’ପୂର୍ବରୁ କିଛି କିଛି ପଇସା ରୋଜଗାର କରୁଥିଲି; ମାତ୍ର ସେଦିନ ପ୍ରଥମଥର ପାଇଁ ଏତେ ଟଙ୍କା ପାଇ ବହୁତ ଖୁସି ହୋଇଯାଇଥିଲି। ଏହା ହିଁ ଥିଲା ମୋ ପାଇଁ ପ୍ରଥମ ମୋଟାଅଙ୍କର ପାରିଶ୍ରମିକ। ସଂଯୋଗବଶତଃ ସେଇ ବର୍ଷ ରାଜ୍ୟ ସରକାର ମୋତେ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାରରେ ସମ୍ବର୍ଦ୍ଧିତ କରିଥାନ୍ତି; ଯେଉଁ ପୁରସ୍କାରର ଅର୍ଥରାଶି ଥିଲା ୫୦୦୦ ଟଙ୍କା। ସେ ସମୟରେ ଚିତ୍ରକଳା ସହ ମୋର କବିତା ଲେଖିବାର ଝୁଙ୍କ୍‌ ବି ଥିଲା। ଯାହା ବି କବିତା ଲେଖେ ସେହି ସମୟରେ କଲେଜର ଅଧ୍ୟକ୍ଷ ଥିବା ଡକ୍ଟର ଦିନନାଥ ପାଠୀ ସାର୍‌ଙ୍କୁ ନେଇ ଦେଖାଏ। ଦିନେ ସେ ଖୁସିହୋଇ ମୋତେ ପରାମର୍ଶ ଦେଲେ କବିତାର ଏକ ପାଣ୍ଡୁଲିପି ପ୍ରସ୍ତୁତକରି ରାଜ୍ୟ ସଂସ୍କୃତି ନିର୍ଦ୍ଦେଶାଳୟରେ ଦାଖଲ କରିବାକୁ। ପାଠୀ ସାର୍‌ କେବଳ ଜଣେ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ନ ଥିଲେ, ଆଗଧାଡ଼ିର ଲେଖକ ବି ଥିଲେ। ତାଙ୍କରି ପରାମର୍ଶକ୍ରମେ ତାହା ହିଁ କଲି। ପ୍ରଥମ କବିତା ପୁସ୍ତକ ହେତୁ ପାଣ୍ଡୁଲିପିର ନାମକରଣ କରିଥିଲି ‘ଉଦୟଧ୍ୱନି’। ଈଶ୍ୱରଙ୍କ କୃପାରୁ ପାଣ୍ଡୁଲିପିକୁ ସ୍ବୀକୃତି ମିଳିଲା ଛପାହେବା ପାଇଁ ଏବଂ ଛପାଖର୍ଚ୍ଚ ବାବଦକୁ ସଂସ୍କୃତି ବିଭାଗ ତରଫରୁ ଅନୁଦାନ ମିଳିଥିଲା ୩୦୦୦ ଟଙ୍କା। ଏହିପରି ଭାବରେ ସେହି କିଛିଦିନ ଭିତରେ ମୋର ସର୍ବମୋଟ ରୋଜଗାର ହୋଇଥିଲା ୧୧,୦୦୦ ଟଙ୍କା। ଆଉ ସେହି ସମୁଦାୟ ଅର୍ଥରାଶିରେ ମୋର ପ୍ରଥମ କବିତା ପୁସ୍ତକ ‘ଉଦୟଧ୍ୱନି’ ୧୯୯୧ ମସିହାରେ ଆତ୍ମପ୍ରକାଶ କଲା। ‘ଉଦୟଧ୍ୱନି’ ପୁସ୍ତକର ପ୍ରାୟ ସବୁ କବିତା ଥିଲା ଛନ୍ଦଧର୍ମୀ; ଯାହା ମୋତେ ଅନେକ ପ୍ରସିଦ୍ଧି ଦେଇଥିଲା। କବିତା, ପ୍ରବନ୍ଧ, ଗଳ୍ପ, ରମ୍ୟରଚନା, ଉପନ୍ୟାସକୁ ମିଶାଇ ଏଯାବତ୍‌ ମୋ କଲମରୁ ୧୩ଟି ପୁସ୍ତକ ପ୍ରକାଶ ପାଇସାରିଛି ଓ ଆଉ କିଛି ପ୍ରକାଶ ଅପେକ୍ଷାରେ l ମାତ୍ର ପ୍ରଥମ ରୋଜଗାରରେ ପ୍ରକାଶ ପାଇଥିବା କବିତା ପୁସ୍ତକ ‘ଉଦୟଧ୍ୱନି’ର ପହିଲି ପୁଲକ ଆଜି ବି ଅନେକ ସମୟରେ ମୋତେ ଆନମନା କରେ। ବର୍ତ୍ତମାନ ମୁଁ ପି.ଏମ୍‌. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, କ୍ରମାଙ୍କ-୪, ଭୁବନେଶ୍ୱରରେ ଚିତ୍ରକଳା ଅଧ୍ୟାପକ ଭାବେ କାର୍ଯ୍ୟରତ। ଏତଦ୍‌ବ୍ୟତୀତ ପୁସ୍ତକ ଓ ମୋ ଛବି ବିକ୍ରୟକରି ଆଉ କିଛି ରୋଜଗାର ବି କରୁଛି। କିନ୍ତୁ ପ୍ରଥମ ରୋଜଗାରରେ ପୁସ୍ତକ ଛାପିବା ଘଟଣା ମୋ ପାଇଁ ଅଭୁଲା ହୋଇ ରହିଛି। ଆଉ ପ୍ରଥମ ରୋଜଗାରରୁ ଆରମ୍ଭ ହୋଇଥିବା ମୋର ଏ ସୃଜନଯାତ୍ରା ପଥରେ ଧର୍ମପତ୍ନୀ ସାଧନା ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛନ୍ତି l

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ୨୦ ଓଟ ବାଦ୍‌: କରୁଥିଲେ ଏହି କାମ, ଧରାପଡ଼ିବାରୁ…

ମସ୍କଟ,୨ା୩:କସ୍‌ମେଟିକ୍‌ ସର୍ଜରୀ କରିଥିବାରୁ ୨୦ ଓଟଙ୍କୁ ଆରବୀୟ ଦେଶ ଓମାନର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ଏହି ଘଟଣା ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…

ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା

ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri