Posted inଫୁରସତ

ବାପାଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ଯାଜପୁର ଜିଲା ତାଉଁତରା ଗାଁର ଏକ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ। ବାପା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ସେ ବାବଦେ ତାଙ୍କୁ ଯେଉଁ ଭତ୍ତା ମିଳୁଥିଲା, ସେଥିରେ ମୋ ପାଠପଢ଼ା ସାଙ୍ଗକୁ ଘରଖର୍ଚ୍ଚ ହେଉଥିଲା। ମା’ବାପାଙ୍କର ମୁଁ ଥିଲି ଏକମାତ୍ର ସନ୍ତାନ। ମୋତେ ନେଇ ଅନେକ ସ୍ବପ୍ନ ଥିଲା ସେମାନଙ୍କ ଆଖିରେ। ସେଥିପାଇଁ ଖୁବ୍‌ ମନ ଦେଇ ପାଠ ପଢୁଥିଲି। ଏନ୍‌.ସି. କଲେଜରୁ ଓଡ଼ିଆରେ ଏମ୍‌.ଏ. ପାସ୍‌ କରିବା ପରେ ୧୯୮୧ରେ ବରୁଣେଶ୍ୱର କଲେଜରେ ଅଧ୍ୟାପକ ଭାବେ ଯୋଗଦେଲି। ସେ ସମୟରେ ଦରମା ଠିକ୍‌ ସମୟରେ ମିଳୁ ନଥିଲା। ଘରୁ ପଇସା ଆଣି ଚଳିବାକୁ ପଡୁଥିଲା। ୧୯୮୮ ମସିହାରେ ମୁଁ ପ୍ରଥମ କରି ଯେଉଁ ଦରମା ପାଇଲି; ତାକୁ ନେଇ ବାପାଙ୍କ ହାତରେ ଦେଇଥିଲି। ସେ ଖୁବ୍‌ ଖୁସି ହୋଇଥିଲେ ଆଉ ମୋତେ ଆଶୀର୍ବାଦ କରିଥିଲେ। ତାଙ୍କରି ଆଶୀର୍ବାଦ ଯୋଗୁ କିଛି ଦିନ ପରେ ମୋତେ ୟୁଜିସି ସ୍କେଲ୍‌ରେ ଭଲ ଦରମା ମିଳିବାକୁ ଲାଗିଲା। ତା’ପରଠୁ ଆମ ସଂସାର ରଥ ଏକପ୍ରକାର ଭଲରେ ଚାଲିଲା। ବେଶ୍‌ କିଛି ବର୍ଷ ଉକ୍ତ କଲେଜରେ ଅଧ୍ୟାପନା କରିବା ପରେ ମୋର ଖରସ୍ରୋତା କଲେଜକୁ ବଦଳି ହେଲା। ସେଠାରେ କିଛି ଦିନ କାମ କରିବା ପରେ ପୁନର୍ବାର ମୋର ବଦଳି ବରୁଣେଶ୍ୱର କଲେଜକୁ ହେଲା। ଆଉ ଶେଷରେ ୨୦୨୦ ମସିହାରେ ଏହିଠାରୁ ହିଁ ପ୍ରାଧ୍ୟାପକ ଭାବେ ମୁଁ ଚାକିରିରୁ ଅବସର ନେଇଥିଲି। ଅବଶ୍ୟ ତା’ରି ଭିତରେ ମୁଁ ପିଏଚ୍‌.ଡି. ହାସଲ କରିସାରିଥିଲି। ଏ ତ ଥିଲା ବୃତ୍ତିଗତ କଥା, ହେଲେ ରୁଚି ମୋର କବିତା ଲେଖିବା। ଏନ.ସି. କଲେଜରେ ପଢିଲାବେଳୁ କବିତା ଲେଖିବା ଆରମ୍ଭ କରିଥିଲି; ଯାହା ଏବେ ବି ଚାଲିଛି। ୟା’ ଭିତରେ ମୋର ୧୧ଟି କବିତା ସଂକଳନ ମଧ୍ୟ ପ୍ରକାଶ ପାଇସାରିଛି; ତନ୍ମଧ୍ୟରୁ ‘ବୁଝେଇ ଦେବାର ଶୋଷ’, ‘ଧୂଳି ଦେଉଳ’, ‘ଫେରିବି ପକ୍ଷୀ ହୋଇ’, ‘ଅସରନ୍ତି ଆଳାପ’, ‘ଦୃଶ୍ୟହୀନ ଦରଜ’, ‘ଶବ୍ଦ ପାରିଧି’, ‘ଗୁଣୁ ଗୁଣୁ ଗୀତ’ ଇତ୍ୟାଦି ଅନ୍ୟତମ। ତେବେ କବିତା ବ୍ୟତୀତ ବେଳେବେଳେ କିଛି ପ୍ରବନ୍ଧ ବି ଲେଖିଥାଏ। ମୋ ବାପା ମୋତେ କେବଳ ପାଠ ପଢେଇ ଶିକ୍ଷିତ କରି ନ ଥିଲେ ମୋର ସାହିତ୍ୟ କ୍ଷେତ୍ରକୁ ମଧ୍ୟ ନୂଆ ଏକ ଦିଗନ୍ତ ଦେଇଥିଲେ। କହିବାକୁ ଗଲେ ସେ ହିଁ ଥିଲେ ମୋର ସାହିତ୍ୟ ସାଧନାର ପ୍ରଥମ ପ୍ରେରଣାର ଉତ୍ସ। ସେ ସବୁବେଳେ କହୁଥିଲେ, ‘ସାହିତ୍ୟ ସାଧନାକୁ କେବେ ବି ରୋଜଗାରର ମାଧ୍ୟମ ଭାବିବୁନି ବରଂ ଏହାକୁ ନିଃସ୍ବାର୍ଥପର ଭାବେ ଆରାଧନା କରିବୁ, ଦେଖିବୁ ଖୁବ୍‌ ମାନସିକ ଶାନ୍ତି ମିଳିବ।’ ତାଙ୍କରି କଥାକୁ ମାନି ଚାଲି ଆସିଥିବାରୁ ଆଜି ସାହିତ୍ୟ କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଉ ଯେଉଁଥିପାଇଁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତରଫରୁ ମୋତେ ବହୁ ପୁରସ୍କାର ଓ ସମ୍ବର୍ଦ୍ଧନା ବି ମିଳିଛି। ତେବେ ୧୯୯୬ ମସିହାରେ ଫକୀରମୋହନ ସାହିତ୍ୟ ସଂସଦ (ବାଲେଶ୍ୱର)ରୁ ହାଜିଅସରଫ୍‌ ଅଲ୍ଲି ଉଦୟ ପ୍ରତିଭା ପୁରସ୍କାର ଭାବେ ମୋତେ ଯେଉଁ ୩୦୦୦ ଟଙ୍କା ସହ ସମ୍ବର୍ଦ୍ଧନା ପତ୍ର ମିଳିଥିଲା ତାହା ମୋତେ ଏକ ନିଆରା ଖୁସି ଦେଇଥିଲା। କାରଣ ଏହା ଥିଲା ସାହିତ୍ୟ କ୍ଷେତ୍ରରୁ ମୋର ପ୍ରଥମ ପୁରସ୍କାର; ଯେଉଁଥିରେ ମୁଁ ବାପାଙ୍କ ପାଇଁ ଖଦଡ଼ର କପଡ଼ା ଓ ଧୋତି କିଣିଥିଲି। ଏପରି କରିବାରେ ମୋତେ ସେଦିନ ଯେଉଁ ଆନନ୍ଦ ମିଳିଥିଲା, ତାହାକୁ ଭାଷାରେ ବ୍ୟକ୍ତ କରିହେବନି।


Enter your email to get our daily news in your inbox.

All Right Reserved By Dharitri.Com

କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ…

ପନିପରିବା ମଧ୍ୟରେ ପସନ୍ଦର କୋବି ହେଉଛି ‘ଫୁଲକୋବି’। ଶୀତଦିନେ ଏହା ବହୁଳ ଭାବେ ଉତ୍ପାଦନ କରାଯାଏ। କୋବିର ତରକାରୀ ହେଉ ଅବା ଚିଲି, ଖାଇବାକୁ ଅନେକେ...

କାଉ କେତେ ବର୍ଷ ବଞ୍ଚିଥାଏ? ଉତ୍ତର ଜାଣିଲେ ଚମକି ପଡ଼ିବେ…

ସବୁଠାରୁ ଚାଲାକ ପକ୍ଷୀଙ୍କ କଥା ଉଠିଲେ କାଉର ନାଁ ମନକୁ ଆସିଥାଏ। କାଉ ବାସ୍ତବରେ ବେଶ ଚାଲାକ। ଏହାକୁ ନେଇ ଅନେକ କାହାଣୀ ଲୋକପ୍ରିୟ ହୋଇ...

ଭାରତର ଏଭଳି ଭାଷା, ଯାହାକୁ ସିଧା କି ଓଲଟା ପଢ଼ିଲେ ବଦଳେ ନାହିଁ ନାମ; ଜାଣନ୍ତୁ…

ଭାରତ ଏହାର ଧର୍ମ, ସଂସ୍କୃତି ଏବଂ ଭାଷାକୁ ନେଇ ପରିଚିତ। ହେଲେ କେବଳ ଗୋଟିଏ ଭାଷା ଏଭଳି ରହିଛି ଯାହାକୁ ଓଲଟା ପଢ଼ କିମ୍ବା ସିଧା...

କିଏ ଏହି ନାଗିନ ସାଧ୍ୱୀ, କୁମ୍ଭମେଳାରେ ସ୍ନାନ କରିବାବେଳେ ନାଗାସାଧୁଙ୍କ କରନ୍ତି ଅପେକ୍ଷା

ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜର ସଙ୍ଗମ ନଗରୀରେ ଆଜି ମହାକୁମ୍ଭର ତୃତୀୟ ଦିନ। ଗୋଟିଏ ଦିନ ପୂର୍ବରୁ, ମକର ସଂକ୍ରାନ୍ତିରେ, ସାଢେ ୩ କୋଟି ଲୋକ ଅମୃତ ସ୍ନାନ କରିଥିଲେ।...

ଋତୁସ୍ରାବ ସମୟରେ ମହାକୁମ୍ଭରେ କେମିତି ସ୍ନାନ କରନ୍ତି ମହିଳା ନାଗାସାଧୁ, ପୁରୁଷ ନାଗାସାଧୁଙ୍କ…

ନୂଆଦିଲ୍ଲୀ,୧୫।୧:ପ୍ରୟାଗରାଜରେ ମହାକୁମ୍ଭ ଯୋଗୁ, ମକର ସଂକ୍ରାନ୍ତିରେ ୩.୫ କୋଟି ଭକ୍ତ ପବିତ୍ର ବୁଡ଼ ପକାଇ ରାଜକୀୟ ସ୍ନାନ କରିଛନ୍ତି। ଏହି ସମୟରେ, ୧୩ଟି ଆଖଡ଼ାର ନାଗା...

‘ଯଦି ମୋ’ ଭାଇକୁ ମାର ତେବେ…’ ; ସାନ ଭାଇ ପାଇଁ ମା’ ସହ ଝଗଡ଼ା କରୁଛି କୁନିଝିଅ, Video ଦେଖିଲେ ଆଖିରେ ଆସିବ ଲୁହ

କଥାରେ ଅଛି ‘ବଚ୍ଚେ ମନ୍‌କେ ସଚ୍ଚେ’। ଅର୍ଥାତ ଛୋଟ ପିଲାଙ୍କ ମନ ଛନ୍ଦ କପଟରୁ ବହୁ ଊର୍ଦ୍ଧ୍ୱରେ ଥାଏ। ବିଶେଷକରି ଭାଇ ଭଉଣୀଙ୍କ ମଧ୍ୟରେ ପିଲାଟି...

ମହାକାଶରେ SEX କରିପାରିବେ ମହାକାଶଚାରୀ? ନାସାର ବଡ଼ ଖୁଲାସା

ନୂଆଦିଲ୍ଲୀ,୧୪।୧: ଶତାବ୍ଦୀ ଶତାଦ୍ଦୀ ଧରି, ମଣିଷ ମହାକାଶ ପ୍ରତି ଆକର୍ଷିତ ହୋଇଆସିଛି, ଏବଂ ଏହାକୁ ଅନୁସନ୍ଧାନ କରିବାର ଏହି କୌତୁହଳ ମାନବଜାତିକୁ ମହାକାଶଯାନ ଏବଂ ଦୂରବୀକ୍ଷଣ...

ବିବାହିତ ହୋଇପାରିବେ କି ନାଗାସାଧୁ? ସାଧୁ ହେବାକୁ ଦେବାକୁ ପଡେ ଅଗ୍ନି ପରୀକ୍ଷା

ଆଜି ପ୍ରୟାଗରାଜରେ ମହାକୁମ୍ଭର ଦ୍ୱିତୀୟ ଦିନ। ସଙ୍ଗମ କୂଳ ନିକଟରେ ଏବେ କୋଟି କୋଟି ଲୋକଙ୍କ ଗଙ୍ଗା ସ୍ନାନ କରିବା ପାଇଁ ଦେଶର ପ୍ରତ୍ୟେକ କୋଣରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri