୩ ନୂଆ ରୁଟ୍‌ରେ ଚାଲିବ ମୋ ବସ୍‌

ଭୁବନେଶ୍ୱର,୩୦।୮: ସେପ୍ଟେମ୍ବର ପହିଲାରୁ ରାଜଧାନୀରେ ତିନୋଟି ନୂଆ ରୁଟ୍‌ରେ ‘ମୋ ବସ୍‌’ ସେବା ଆରମ୍ଭ ହେବାକୁ ଯାଉଛି। ରୁଟ୍‌ ନଂ ୭୧ (ବରମୁଣ୍ଡାରୁ ରସୁଲଗଡ଼ ଦେଇ କୋଣାର୍କ), ରୁଟ୍‌ ନଂ ୩୫ (ମାଷ୍ଟର କ୍ୟାଣ୍ଟିନ୍‌ରୁ ଜୟଦେବ ପୀଠ) ଏବଂ ରୁଟ୍‌ ନଂ ୯ (ଆଚାର୍ଯ୍ୟ ବିହାରରୁ ନୀଳାଦ୍ରିବିହାର ଦେଇ ପଟିଆ)ରେ ମୋ ବସ୍‌ ସେବା ଉପଲବ୍ଧ ହେବ। କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ରବିବାର ଏହା ଘୋଷଣା କରାଯାଇଛି। ଆଚାର୍ଯ୍ୟ ବିହାରରୁ ପଟିଆ ରୁଟ୍‌ରେ ମୋ ବସ୍‌ ସେବା ପ୍ରମୁଖ ହସ୍ପିଟାଲଗୁଡ଼ିକୁ ସଂଯୋଗ କରିବ। ବିଭିନ୍ନ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ଚାହୁଁଥିବା ଲୋକମାନେ ଯେପରି ସୁବିଧାରେ ପହଞ୍ଚତ୍ପାରିବେ, ତାହାକୁ ଲକ୍ଷ୍ୟରେ ରଖି ୯ ନଂ ରୁଟ୍‌ରେ ଏହି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ୩୦ ମିନିଟ ବ୍ୟବଧାନରେ ମୋ ବସ୍‌ ଉପଲବ୍ଧ ହେବ ବୋଲି କ୍ରୁଟ୍‌ର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଯାତ୍ରୀ ହେଉ ନ ଥିବାରୁ ପହିଲାରୁ ରୁଟ୍‌ ନଂ ୫୧ (ବରମୁଣ୍ଡା ଆଇଏସ୍‌ବିଟିରୁ ପୁରୀ ବସ୍‌ଷ୍ଟାଣ୍ଡ)ରେ ମୋ ବସ୍‌ ଚଳାଚଳ ବନ୍ଦ ରହିବ। ସୂଚନାଯୋଗ୍ୟ ମହାମାରୀ ପୂର୍ବରୁ କ୍ରୁଟ୍‌ର ଦୈନିକ ଯାତ୍ରୀସଂଖ୍ୟା ସର୍ବାଧିକ ୧ ଲକ୍ଷରେ ପହଞ୍ଚତ୍ଥିବାବେଳେ ଏବେ ତାହା ୧୦ ହଜାର ତଳକୁ ଖସିଥିବା ଏକ ସୂତ୍ରରୁ ଜଣାପଡ଼ିଛି।