ଅଡ଼ଶପୁରକୁ ଗଡ଼ିଲା ମୋ’ ବସ୍‌

କଣ୍ଟାପଡା,୨ା୯(ଡି.ଏନ୍‌.ଏ.): ଦୀର୍ଘଦିନର ଦାବି ପରେ କଣ୍ଟାପଡା ବ୍ଲକ ଅନ୍ତର୍ଗତ ଅଡଶପୁରଠାରୁ ଭୁବନେଶ୍ୱରକୁ ମୋ’ବସ୍‌ ଗଡିବା ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳବାସୀ ଆନନ୍ଦିତ ହୋଇଛନ୍ତି। ହେଲେ ବହୁଦିନର ଦାବି ପୂରଣ ହୋଇଥିବାରୁ ଏହାର ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଜୟଦେବ ପୀଠ ପର୍ଯ୍ୟନ୍ତ ୩ଟି ମୋ’ ବସ୍‌ ଚଳାଚଳ କୁରୁଥିଲା। ଜୟଦେବ ପୀଠଠାରୁ ଅଡଶପୁର ମହାବିଦ୍ୟାଳୟର ଦୂରତା ମାତ୍ର ୨ କି.ମି.। ହେଲେ ସେଠାକୁ ବସ୍‌ ଚଳାଚଳ କରୁ ନ ଥିବାରୁ ଛାତ୍ରୀଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ଉକ୍ତ ମହାବିଦ୍ୟାଳୟ ନିକଟକୁ ବସ୍‌ ଚଳାଚଳ ପାଇଁ ୨୦୨୧ ଡିସେମ୍ବରରେ କଣ୍ଟାପଡା ବ୍ଲକର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ମିତାରାଣୀ ସ୍ବାଇଁ, ବରିଷ୍ଠ ନାଗରିକ ଶଙ୍କର ସାହୁ, ରମେଶ ଚନ୍ଦ୍ର ସ୍ବାଇଁ, ବିନୋଦ ରାଉତରାୟ, ସଞ୍ଜୟ ପାତ୍ର, ଧୀରେନ୍ଦ୍ର ସାହୁ, ଅଡଶପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପ୍ରଭାତ ପ୍ରଧାନ, ପୂର୍ବତନ ସରପଞ୍ଚ ଡଲି ସ୍ବାଇଁ, ବ୍ରାହ୍ମଣବାଟୀ ସରପଞ୍ଚ ଗାୟତ୍ରୀ ରାଉତରାୟଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ। ଅଞ୍ଚଳବାସୀଙ୍କ ଦାବିକୁ ଗ୍ରହଣ କରି ବିଭାଗୀୟ କର୍ତ୍ତୃପକ୍ଷ ଗୁରୁବାରଠାରୁ ଅଡଶପୁରକୁ ମୋ’ ବସ୍‌ ଚଳାଇବା ପାଇଁ ଘୋଷଣା କରିବା ପରେ ଏହାର ଶ୍ରେୟ ନେବା ପାଇଁ ସୋସିଆଲ ମିଡିଆରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ମୋ ବସ୍‌ ଚଳାଚଳ ପାଇଁ ତାଙ୍କର ଅବଦାନ ରହିଛି ବୋଲି ସୋସିଆଲ ମିଡିଆରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଗତ ଏପ୍ରିଲରେ ଦେଇଥିବା ଚିଠିର ନକଲ ପୋଷ୍ଟ କରି ପ୍ରଚାର କରୁଥିବାବେଳେ ଏହା ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ଯୋଗୁ ସମ୍ଭବ ହୋଇଛି ବୋଲି ତାଙ୍କର ଅନୁଗାମୀମାନେ ପ୍ରଚାର ଚଳାଇଛନ୍ତି। ତେବେ ସେ ଯାହାହେଉ ଅଡଶପୁର ଅଞ୍ଚଳକୁ ମୋ’ ବସ୍‌ ଚଳାଚଳ କରିବା ଫଳରେ ଭୁବନେଶ୍ୱରକୁ ଯାତାୟାତ କରୁଥିବା ସ୍ଥାନୀୟ ଜନସାଧାରଣ ବିଶେଷ ଉପକୃତ ହେବେ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri