ସାଇକେଲ, ବାଇକ୍‌ ଚାଳକଙ୍କୁ ଧକ୍କାଦେଲା ମୋ ବସ୍‌

ବାରଙ୍ଗ,୬।୮(ଡି.ଏନ୍‌.ଏ.): ରଘୁନାଥପୁର ଗାଁ ମୁଣ୍ଡରେ ଗୁରୁବାର ସାଇକେଲ ନେଇ ଆସୁଥିବା ଜଣେ ବ୍ୟକ୍ତିଙ୍କ ସହ ଜଣେ ବାଇକ୍‌ ଚାଳକକୁ ଏକ ମୋ ବସ୍‌ ଧକ୍କା ଦେଇଛି। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଅଟକ ରଖିଥିଲେ। କିନ୍ତୁ ବସ୍‌ ଚାଳକ ବସ୍‌ ଆଗରେ ରଖା ଯାଇଥିବା ବାଇକ୍‌କୁ ଧକ୍କାଦେଇ ଯିବାକୁ ଉଦ୍ୟମ କରିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ପାଟି କରିବା ସହ ନନ୍ଦନକାନନକୁ ଆସୁଥିବା ସମସ୍ତ ମୋ ବସ୍‌କୁ ୧ଘଣ୍ଟା କାଳ ଅଟକ ରଖିଥିଲେ। ଖବରପାଇ ନନ୍ଦନକାନନ ଥାନା ପୋଲସି ଆସି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ ପରେ ଅଟକ ଥିବା ଅନ୍ୟ ମୋ ବସ୍‌ଗୁଡିକୁ ଯିବାକୁ ଦେଇଥିଲେ। ପ୍ରକାଶ ଯେ, ଓଡି ୩୩-ଭି-୪୫୭୭ନଂ. ମୋ ବସ୍‌ଟି ସକାଳ ୮ଟା ସୁଦ୍ଧା ମାଷ୍ଟରକ୍ୟାଣ୍ଟିନରୁ ନନ୍ଦନକାନନକୁ ଯାତ୍ରୀ ନେଇ ଆସୁଥିଲା। ରଘୁନାଥପୁର ଗାଁ ମୁଣ୍ଡ ଦେଇ ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର କାଳୁ ବେହେରା ସାଇକେଲରେ ଯାଉଥିବାବେଳେ ପଛପଟରୁ ତାଙ୍କୁ ଧକ୍କାଦେଇଥିଲା। ଫଳରେ ସାଇକେଲରୁ ସେ ଛିଟିକି ରାସ୍ତାକଡ଼ରେ ପଡିଥିଲେ। ଏହି ସମୟରେ ଏକ ବାଇକ୍‌ରେ ଆସୁଥିବା ଦୁଇଜଣଙ୍କୁ ବସ୍‌ଟି ସାଇଡ୍‌ ମାରିବାରୁ ସେମାନେ ମଧ୍ୟ ଛିଟିକି ହୋଇ ପଡିଥିଲେ। ଦୁର୍ଘଟଣା ଘଟାଇ ବସ୍‌ଟି ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ବାଇକ ଚାଳକ ଉଠିପଡ଼ି ବସ୍‌ ଆଗରେ ତାଙ୍କ ବାଇକକୁ ରଖି ଦେବାରୁ ବସ୍‌ଟି ଯାଇପାରି ନ ଥିଲା। ଅନ୍ୟପଟେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଡକାଇ ଗୁରୁତର ଆହତ ହୋଇଥିବା କାଳୁଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ଏହି ସମୟରେ ପୁଣି ବସ୍‌ ଚାଳକ ବସ୍‌କୁ ଆଗକୁ ନେବାକୁ ପୁନର୍ବାର ଉଦ୍ୟମ କରିବାରୁ ଉପସ୍ଥିତ ଲୋକମାନେ ଉତ୍ତେଜିତ ହୋଇପଡିବା ସହ ନନ୍ଦନକାନନକୁ ଆସୁଥିବା ସମସ୍ତ ମୋ ବସ୍‌କୁ ଅଟକାଇଥିଲେ। ଦ୍ରୁତଗତିରେ ଗାଡି ଚଳାଇବା, ମନଇଚ୍ଛା ରାସ୍ତାମଝିରେ ଗାଡିରଖିବା ଦ୍ୱାରା ଦୁର୍ଘଟଣା ବଢୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହ ଆହତ ବ୍ୟକ୍ତିଙ୍କୁ କ୍ଷତିପୂରଣ ପାଇଁ ଦାବି କରିଥିଲେ। ଖବରପାଇ ପୋଲିସ ଆସି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ପରେ ରାସ୍ତାରୁ ମୋ ବସ୍‌ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri