ଏମ୍‌ଭି-୬୭ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ

କାଲିମେଳା, ୧୪ା୧୨(ଜୀବନକୃଷ୍ଣ ଦାସ)ମାଲକାନଗିରି ଜିଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଏମ୍‌ଭି-୬୭ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଗ୍ରାମର ଗୋଟିଏ ରାତିରେ ୨ଜଣଙ୍କ ଚାଷୀଙ୍କ ୪୦ରୁ ଊର୍ଦ୍ଧ୍ୱ ଛେଳି ଓ ମେଣ୍ଢାକୁ ଏହି ଜଙ୍ଗଲୀ ଅଜଣା ଜନ୍ତୁ ମାରି ଖାଇଛି। କେତେକ ଛେଳିମେଣ୍ଢାଙ୍କ ଅଧାଖିଆ ମୃତଦେହ ଛାଡ଼ି ଚାଲିଯାଇଛି। ଏପରି ଘଟଣା ଉକ୍ତ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।
ଖବରରୁ ଜଣାପଡିଛି, ମଙ୍ଗଳବାର ରାତିରେ ଅଜଣା ଜନ୍ତୁଟି ଏମ୍‌ଭି-୭୬ ଗ୍ରାମର ସୁନୀଲ ହାଲ୍‌ଦାର ଓ ଅସିତ ବାରିକଙ୍କ ଗୁହାଳରେ ପଶି ଉପରୋକ୍ତ ଛେଳିମେଣ୍ଢା ମାରି ଖାଇଥିବା ଜଣାପଡ଼ିଛି। ସୁନୀଲଙ୍କ ୪୦ରୁ ଊର୍ଦ୍ଧ୍ୱ ଛେଳି ମେଣ୍ଢା ଏବଂ ଅସିତଙ୍କ ଗୋଟିଏ ଛେଳି ଅଜଣା ଜନ୍ତୁ ଖାଇଥିବା ସେମାନେ ପ୍ରକାଶ କରିଛନ୍ତି। ସୁନୀଲ ଧାରକରଜ କରି ୧୦୦ରୁ ଅଧିକ ଛେଳି ପାଳନ କରି ଆସୁଥିଲେ। ମଙ୍ଗଳବାର ରାତିରେ ଛେଳିଗୁଡିକ ନିଜ ଗୁହାଳ ଘରେ ରଖିଥିଲେ। ବୁଧବାର ସକାଳେ ଗୁହାଳରେ ଅନେକ ଛେଳି ନ ଥିବା ସେ ଦେଖିବାକୁ ପାଇଥିଲେ। ଛେଳିଗୁଡିକୁ ଖୋଜାଖୋଜି କରିବା ପରେ ତାଙ୍କ ଘରଠାରୁ ୫୦ ମିଟର ଦୂର ଏକ ଚାଷଜମିରେ କେତେକ ଛେଳିର ମୃତଦେହ ପଡିଥିବା ସୁନୀଲ ଦେଖିବାକୁ ପାଇଥିଲେ। ଏଥିସହ ମୃତଦେହଗୁଡିକ ନିକଟରେ ଅଜଣା ଜନ୍ତୁର ନଖ ଓ ରାମ୍ପୁଡା ଚିହ୍ନ ମଧ୍ୟ ରହିଥିବା ଦେଖିବାକୁ ମିଳିଛି। ସେଠାରେ ଛେଳି ମେଣ୍ଢାଙ୍କ ମାଂସ, ହାଡ, ମୁଣ୍ଡ, କଲିଜା ଓ ଚମଡ଼ା ଆଦି ଏଣେତେଣେ ପଡିରହିଥିଲା।
ଖବର ପାଇ କୋଇମେଟଲା ସରପଞ୍ଚ ମୁନା ପଡିଆମି ଏବଂ କାଲିମେଳା ପ୍ରାଣୀଚିକିତ୍ସା କେନ୍ଦ୍ରର ଏକ ଡାକ୍ତରୀ ଟିମ୍‌ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ବିଜନ ମଲ୍ଲିକ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଯଶବନ୍ତ କୁମୁଟି ଛେଳିଗୁଡିକୁ କେଉଁ ପ୍ରାଣୀ ଆକ୍ରମଣ କରିଛି ସେନେଇ ସେମାନେ ବିଭିନ୍ନ ନମୁନା ସଂଗ୍ରହକରି ତାହାର ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଚାଷୀ ସୁନୀଲ କହିଛନ୍ତି, ସେ ଏତେ ବର୍ଷ ଧରି ଛେଳି ପାଳନ କରି ଆସୁଛନ୍ତି। ଅଥଚ ଏଭଳି ଘଟଣା କେବେ ହୋଇନାହିଁ। ତାଙ୍କର ୪୦ରୁ ଊର୍ଦ୍ଧ୍ୱ ଛେଳି ମେଣ୍ଢା ଚାଲିଯିବାରୁ ସେ ବହୁତ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ମଲ୍ଲିକଙ୍କୁ ପଚାରିବାରୁ ସେ ଅଜଣା ଜଙ୍ଗଲୀ ଜନ୍ତୁ ଆକ୍ରମଣରେ ଛେଳିଗୁଡିକର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଜନ୍ତୁର ପାଦ, ନଖ ଚିହ୍ନ ଏବଂ ଅନ୍ୟାନ୍ୟ ଦିଗ ପ୍ରତି ଅନୁଧ୍ୟାନକରି ଏହାର ତଦନ୍ତ କରାଯାଉଛି। ଏପରି ବିପଦ କ୍ଷେତ୍ରରେ ଯାହା କିଛି ସରକାରୀ ସୁବିଧା ରହିଛି ତାହା ସମ୍ପୃକ୍ତ ଛେଳିଚାଷୀଙ୍କୁ ଦେବା ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଛନ୍ତି। ଏହି ଜନ୍ତୁ ଆକ୍ରମଣ ପରେ ଗ୍ରାମବାସୀ ଏବେ ନିଜ ନିଜ ପଶୁପକ୍ଷୀଙ୍କ ସୁରକ୍ଷାରେ ଚିନ୍ତାରେ ରହିଥବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବୀ ଗୀତ ବୁଝି ପାରିଲେନି Vaibhav Suryavanshi! ବିଜୟ ପରେ ଡ୍ୟାନ୍ସ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୨: ୧୯ ବର୍ଷରୁ କମ ବିଶ୍ୱକପ ଇତିହାସର ସବୁଠାରୁ ଶକ୍ତିଶାଳୀ ପ୍ରଦର୍ଶନ ପରେ, Vaibhav Suryavanshi ଏକ ଜବରଦସ୍ତ ଉତ୍ସବ ସହିତ ଭାରତର ବିଜୟ ପାଳନ କଲେ,…

ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଛି ଷ୍ଟୋନ ସମସ୍ୟା, ଜାଣନ୍ତୁ କାରଣ ଏବଂ ପ୍ରତିକାର

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଷ୍ଟୋନକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । କିନ୍ତୁ ଏହି ଛୋଟ ସମସ୍ୟା ହୃଦରୋଗ, କ୍ରନିକ ବୃକକ୍ ରୋଗ ଏବଂ କିଡନୀ…

ଭଲିବଲ ଟୁର୍ଣ୍ଣାମେଣ୍ଟ: ସ୍ବାମ୍‌ ଟିମ୍‌କୁ ହରାଇ କରଞ୍ଜିଆ ଚମ୍ପିୟାନ

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସ୍ବାମ ବିରଜୟ ଗୋବିନ୍ଦପୁର ଶାସନ ଭଲିବଲ ଆସୋସିଏଶନ ପକ୍ଷରୁ ଶୁକ୍ରବାର ଦିବାରାତ୍ର ସ୍ବାମ…

ଅଶାନ୍ତ ହୋଇପଡ଼ିଛି ବରଗଡ଼: ଜଳୁଛି କ୍ରୋଧର ନିଆଁ, ସହରବାସୀ ଅସୁରକ୍ଷିତ

ବରଗଡ଼,୭ା୨(ପ୍ରେମାନନ୍ଦ ଖମାରୀ): ବିଚ୍‌ ରାସ୍ତା ଉପରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୨ଯୁବକଙ୍କ ମୃତ୍ୟୁ ପରେ ବରଗଡ଼ ସହର ଅଶାନ୍ତ ହୋଇ ପଡ଼ିଛି। ଏବେ ମଧ୍ୟ ଉତ୍ତେଜନା ଲାଗି…

India-US Trade Deal: ‘ବନ୍ଧୁ ଆଉ ବନ୍ଧୁ ହୋଇ ରହିଲେ ନାହିଁ…’, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ମଧ୍ୟରେ ଘୋଷଣା ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଜାତୀୟ ରାଜନୀତିକୁ ଉଷ୍ମ କରିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ…

ଜିଲାକୁ ରହିଛି ପ୍ରାକୃତିକ ବିପର୍ଯ୍ୟୟ ଭୟ: ସାମୁଦ୍ରିକ ପ୍ରାଚୀର, ହେନ୍ତାଳ ବଣ ପ୍ରସ୍ତାବରେ ସୀମିତ

କେନ୍ଦ୍ରାପଡ଼ା, ୭ା୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ। ଏହି ଜିଲାକୁ ପ୍ରତିବର୍ଷ ବନ୍ୟା, ବାତ୍ୟା ସହିତ ସୁନାମି ଭୟ ରହିଛି। ଏପରି ପ୍ରାକୃତିକ ବିପର୍ଯ୍ୟୟ…

କାନ୍ଦିଲାଣି ପାକିସ୍ତାନ, ଚିନ୍ତାରେ ଚାଇନା! ଆମେରିକାର ଜବାବକୁ ନେଇ…

ନୂଆଦିଲ୍ଲୀ,୭।୨: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସମ୍ପ୍ରତି ପିଓକେର ମାଟିରୁ ‘କଶ୍ମୀର ପାକିସ୍ତାନ ହେବ’ ସ୍ଲୋଗାନ ଦେଇଥିଲେ। ମଞ୍ଚ ପ୍ରସ୍ତୁତ ଥିଲା, କରତାଳି ହୋଇଥିଲା, ଏବଂ ଇସଲାମାବାଦ…

ଅଳଙ୍କାର ଦେକାନରୁ ଚେନ୍ ଚୋରି କଲା ପାରା; ଥଣ୍ଟରେ ନେଇ ବେକରେ ପିନ୍ଧିଲା, ତାପରେ…

ଜୟପୁର,୭।୨: ରାଜସ୍ଥାନର ନାଗୌର ଜିଲାରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ମଜାଦାର ଖବର ସାମ୍ନାକୁ ଆସିଛି। ସାଧାରଣତଃ ଲୋକମାନେ ଚୋରି ଏବଂ ଡକାୟତି ରିପୋର୍ଟରେ ମଣିଷଙ୍କ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri