Categories: ଗଞ୍ଜାମ

ମୁଜାଗଡ଼ ଠାକୁରାଣୀ ଯାତ୍ରା: ଆଜି ଦେବୀଙ୍କ ନଗର ଭ୍ରମଣ

ଭଞ୍ଜନଗର,୨୨ା୫(ଡି.ଏନ୍‌.ଏ): ଭଞ୍ଜନଗର ବ୍ଲକ ମୁଜାଗଡ଼ ଠାକୁରାଣୀ ଯାତ୍ରା ଶନିବାର ଚତୁର୍ଥ ଦିବସରେ ପହଞ୍ଚତ୍ଛି। ୧୮ରେ ଦେବୀଙ୍କୁ ସ୍ଥାୟୀ ମଣ୍ଡପରୁ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା। ଏହାପରେ ଦେବୀଙ୍କ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଯାତ୍ରା ଜୁନ୍‌ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ରବିବାର ଦେବୀଙ୍କ ପ୍ରଥମ ନଗର ଭ୍ରମଣ କାର୍ଯ୍ୟକ୍ରମ
ରହିଛି । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସଭାପତି ଶରତ ଚନ୍ଦ୍ର ପ୍ରଧାନ, ସମ୍ପାଦକ ପୀତବାସ ସେଠୀ, ଉପସଭାପତି ବିରୂପାକ୍ଷ ଦାସ, କୋଷାଧ୍ୟକ୍ଷ ତପନ କୁମାର ରାଉଳ, ଲିକୁନ କୁମାର ପ୍ରଧାନ, କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରମୋଦ ପ୍ରଧାନ, ପାଣ୍ଡବ ସ୍ବାଇଁ, ଶଙ୍କର ସେଠୀ, ଶଙ୍କର ନାରାୟଣ ଦାସ, ଚାନ୍ଦୁଲାଲ ନାୟକ ପ୍ରମୁଖ ସହଯୋଗ କରୁଛନ୍ତି ।