Posted inଜାତୀୟ

ନୁପୁର ଶର୍ମାଙ୍କୁ ବିରୋଧ କରି ଦିଲ୍ଲୀର ଜାମା ମସଜିଦ ବାହାରେ ପ୍ରଦର୍ଶନ

ନୂଆଦିଲ୍ଲୀ,୧୦ ।୬: ରାଜଧାନୀ ଦିଲ୍ଲୀର ଜାମା ମସଜିଦ ବାହାରେ ମୁସଲମାନ ସମ୍ପ୍ରଦାୟର ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି । ନୁପୁର ଶର୍ମାଙ୍କ ବୟାନକୁ ବିରୋଧ କରି ଏହି ପ୍ରଦର୍ଶନ କରାଯାଇଛି । ହାତରେ ପୋଷ୍ଟର ବ୍ୟାନର ଧରି ଲୋକମାନେ ନୁପୁରଙ୍କ ବିରୋଧରେ ସ୍ଲାଗାନ ଦେଇଛନ୍ତି । ଏହି ବିରୋଧ ପ୍ରଦର୍ଶନକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ପ୍ରଦର୍ଶନକୁ ନେଇ ମସଜିଦର ଶାହି ଇମାମ କହିଛନ୍ତି ମସଜିଦ କମିଟି ପକ୍ଷରୁ ପ୍ରଦର୍ଶନକୁ ନେଇ କୌଣସି ଆହ୍ୱାନ ଦିଆଯାଇ ନାହିଁ । ଗୁରୁବାର ଯେତେବେଳେ ଲୋକେ ବିରୋଧ କରିବାକୁ ଯୋଜନା କରୁଥିଲେ ସେମାନଙ୍କୁ ସ୍ପଷ୍ଟ ଭାବେ କୁହାଯାଇଥିଲା କି ଜାମା ମସଜିଦ(କମିଟି)ର ବିରୋଧ ପାଇଁ କୌଣସି ଆହ୍ୱାନ ନାହିଁ । ବିକ୍ଷୋଭକାରୀଙ୍କ ସମ୍ପର୍କରେ ଆମେ କିଛି ଜାଣିନାହୁଁ । ଶାହି ଇମାମ କହିଛନ୍ତି ମୋତେ ଲାଗୁଛି ଏମାନେ ଏଆଇଏମ୍‌ଆଇଏମ୍ କିମ୍ବା ଓୱାଇସିଙ୍କର ଲୋକ ବୋଲି । ସେ ସ୍ପଷ୍ଟ କରିଛନ୍ତି ଯେ ଯଦି ସେମାନେ ବିରୋଧ କରିବାକୁ ଚାହୁଁଛନ୍ତି, ସେମାନେ କରିପାରିବେ କିନ୍ତୁ ଆମେ ଏହାକୁ ସମର୍ଥନ କରିବୁ ନାହିଁ ।
ଦିଲ୍ଲୀ ପୋଲିସ କହିଛି ଭାରତୀୟ ଜନତା ପାଟି(ଭାଜପା)ର ନିଲମ୍ବିତ ନେତା ନୁପୁର ଶର୍ମା ଓ ନବିନ କୁମାର ଜିନ୍ଦଲଙ୍କ ବୟାନକୁ ବିରୋଧ କରି ଲୋକେ ଜାମା ମସଜିଦ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ତେବେ ସେଠାରୁ ଲୋକଙ୍କୁ ହଟାଇ ଦିଆଯାଇଛି ଓ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri