Posted inଜାତୀୟ

ଉପରାଷ୍ଟ୍ରପତି-ରାଜ୍ୟପାଳ ପଦବୀରେ ରହିବାକୁ ସହନଶୀଳତାର ମୁଖା ପିନ୍ଧନ୍ତି ମୁସଲମାନ: କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ,୯।୫ : କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଏସପି ସିଂ ବାଘେଲ ଏପରି କିଛି କହିଛନ୍ତି ଯାହାକୁ ନେଇ ରାଜନୈତିକସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ଉପରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ହେବା ପାଇଁ ମୁସଲମାନମାନେ ସହନଶୀଳତାର ମୁଖା ପିନ୍ଧନ୍ତି। ସହନଶୀଳ ମୁସଲମାନ ଦେଶରେ ବହୁତ କମ ଏବଂ ସେମାନଙ୍କୁ ଆଙ୍ଗୁଠିରେ ଗଣାଯାଇପାରିବ। ଉପରାଷ୍ଟ୍ରପତି, ରାଜ୍ୟପାଳ କିମ୍ବା କୁଳପତି ହେବାକୁ ସେମାନେ ଏକ ରଣନୀତି ଅନ୍ତର୍ଗତ ସହନଶୀଳତାର ମୁଖା ଲଗାନ୍ତି।

ଯେତେବେଳେ ଏହି ଲୋକମାନେ ସେମାନଙ୍କର କାର୍ଯ୍ୟକାଳ ସମାପ୍ତ କରି ଅବସର ନିଅନ୍ତି, ସେତେବେଳେ ସେମାନଙ୍କର ପ୍ରକୃତ ଚେହେରା ସାମ୍ନାକୁ ଆସିଥାଏ। ଏହି କାର୍ଯ୍ୟକ୍ରମକୁ ଆରଏସଏସର ମିଡିଆ ୱିଙ୍ଗ ପକ୍ଷରୁ ଆୟୋଜନ କରାଯାଇଥିଲା। ସହନଶୀଳ ମୁସଲମାନଙ୍କ ସଂଖ୍ୟା ହଜାରେ ମଧ୍ୟରେ ହେବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସୂଚନା କମିଶନର ଉଦୟ ମହୁରକର ତାଙ୍କ ଅଭିଭାଷଣରେ କହିଥିଲେଧ୍‌, ଭାରତ ଇସଲାମିକ ମୌଳିକତା ବିରୋଧରେ ଲଢ଼ିବା ଉଚିତ କିନ୍ତୁ ସହନଶୀଳ ମୁସଲମାନମାନଙ୍କୁ ମଧ୍ୟ ଗ୍ରହଣ କରାଯିବା ଆବଶ୍ୟକ। ମୋଗଲ ସମ୍ରାଟ ଆକବର ହିନ୍ଦୁ-ମୁସଲମାନ ଏକତା ପାଇଁ ବହୁତ କାମ କରିଛନ୍ତି। ମହୁରକର ଦାବି କରିଥିଲେ ଛତ୍ରପତି ଶିବାଜୀ ମଧ୍ୟ ଆକବରଙ୍କୁ ଠିକ ବୋଲି ବିଶ୍ୱାସ କରିଥିଲେ। ତେବେ ବାଘେଲ ତାଙ୍କ ଅଭିଭାଷଣରେ ମହୁରକରଙ୍କ ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ।

ହିନ୍ଦୁ ମୁସଲମାନ ଏକତା କେବଳ ଆକବରଙ୍କ ରଣନୀତି ଥିଲା। କେନ୍ଦ୍ର ମନ୍ତ୍ରୀ କହିଛନ୍ତି,ଏହା ଆକବରଙ୍କ ରଣନୀତି ଏବଂ ଯୋଧା ବାଈଙ୍କ ସହ ମୋଗଲ ଶାସକଙ୍କ ବିବାହ ମଧ୍ୟ ତାଙ୍କ ରାଜନୈତିକ ରଣନୀତିର ଏକ ଅଂଶ। ହିନ୍ଦୁ-ମୁସଲମାନ ଏକତାର କଥାବାର୍ତ୍ତା ଆକବରଙ୍କ ହୃଦୟରୁ ବାହାରି ନ ଥିଲା, ନଚେତ ସେ ଚିତୋରଗଡରେ ନରସଂହାର କରି ନ ଥାନ୍ତେ। ୧୧୯୨ ମସିହାରେ ଯେତେବେଳେ ମହମ୍ମଦ ଘୋରୀ ରାଜପୁତ ରାଜା ପୃଥ୍ବରାଜ ଚୌହ୍ବାନଙ୍କୁ ପରାସ୍ତ କରିଥିଲେ ସେତେବେଳେ ଭାରତର ଖରାପ ଦିନ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri