Posted inଜାତୀୟ

ଉପରାଷ୍ଟ୍ରପତି-ରାଜ୍ୟପାଳ ପଦବୀରେ ରହିବାକୁ ସହନଶୀଳତାର ମୁଖା ପିନ୍ଧନ୍ତି ମୁସଲମାନ: କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ,୯।୫ : କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଏସପି ସିଂ ବାଘେଲ ଏପରି କିଛି କହିଛନ୍ତି ଯାହାକୁ ନେଇ ରାଜନୈତିକସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ଉପରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ହେବା ପାଇଁ ମୁସଲମାନମାନେ ସହନଶୀଳତାର ମୁଖା ପିନ୍ଧନ୍ତି। ସହନଶୀଳ ମୁସଲମାନ ଦେଶରେ ବହୁତ କମ ଏବଂ ସେମାନଙ୍କୁ ଆଙ୍ଗୁଠିରେ ଗଣାଯାଇପାରିବ। ଉପରାଷ୍ଟ୍ରପତି, ରାଜ୍ୟପାଳ କିମ୍ବା କୁଳପତି ହେବାକୁ ସେମାନେ ଏକ ରଣନୀତି ଅନ୍ତର୍ଗତ ସହନଶୀଳତାର ମୁଖା ଲଗାନ୍ତି।

ଯେତେବେଳେ ଏହି ଲୋକମାନେ ସେମାନଙ୍କର କାର୍ଯ୍ୟକାଳ ସମାପ୍ତ କରି ଅବସର ନିଅନ୍ତି, ସେତେବେଳେ ସେମାନଙ୍କର ପ୍ରକୃତ ଚେହେରା ସାମ୍ନାକୁ ଆସିଥାଏ। ଏହି କାର୍ଯ୍ୟକ୍ରମକୁ ଆରଏସଏସର ମିଡିଆ ୱିଙ୍ଗ ପକ୍ଷରୁ ଆୟୋଜନ କରାଯାଇଥିଲା। ସହନଶୀଳ ମୁସଲମାନଙ୍କ ସଂଖ୍ୟା ହଜାରେ ମଧ୍ୟରେ ହେବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସୂଚନା କମିଶନର ଉଦୟ ମହୁରକର ତାଙ୍କ ଅଭିଭାଷଣରେ କହିଥିଲେଧ୍‌, ଭାରତ ଇସଲାମିକ ମୌଳିକତା ବିରୋଧରେ ଲଢ଼ିବା ଉଚିତ କିନ୍ତୁ ସହନଶୀଳ ମୁସଲମାନମାନଙ୍କୁ ମଧ୍ୟ ଗ୍ରହଣ କରାଯିବା ଆବଶ୍ୟକ। ମୋଗଲ ସମ୍ରାଟ ଆକବର ହିନ୍ଦୁ-ମୁସଲମାନ ଏକତା ପାଇଁ ବହୁତ କାମ କରିଛନ୍ତି। ମହୁରକର ଦାବି କରିଥିଲେ ଛତ୍ରପତି ଶିବାଜୀ ମଧ୍ୟ ଆକବରଙ୍କୁ ଠିକ ବୋଲି ବିଶ୍ୱାସ କରିଥିଲେ। ତେବେ ବାଘେଲ ତାଙ୍କ ଅଭିଭାଷଣରେ ମହୁରକରଙ୍କ ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ।

ହିନ୍ଦୁ ମୁସଲମାନ ଏକତା କେବଳ ଆକବରଙ୍କ ରଣନୀତି ଥିଲା। କେନ୍ଦ୍ର ମନ୍ତ୍ରୀ କହିଛନ୍ତି,ଏହା ଆକବରଙ୍କ ରଣନୀତି ଏବଂ ଯୋଧା ବାଈଙ୍କ ସହ ମୋଗଲ ଶାସକଙ୍କ ବିବାହ ମଧ୍ୟ ତାଙ୍କ ରାଜନୈତିକ ରଣନୀତିର ଏକ ଅଂଶ। ହିନ୍ଦୁ-ମୁସଲମାନ ଏକତାର କଥାବାର୍ତ୍ତା ଆକବରଙ୍କ ହୃଦୟରୁ ବାହାରି ନ ଥିଲା, ନଚେତ ସେ ଚିତୋରଗଡରେ ନରସଂହାର କରି ନ ଥାନ୍ତେ। ୧୧୯୨ ମସିହାରେ ଯେତେବେଳେ ମହମ୍ମଦ ଘୋରୀ ରାଜପୁତ ରାଜା ପୃଥ୍ବରାଜ ଚୌହ୍ବାନଙ୍କୁ ପରାସ୍ତ କରିଥିଲେ ସେତେବେଳେ ଭାରତର ଖରାପ ଦିନ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଶାହରୁଖ ଖାନ ଜଣେ ବିଶ୍ୱାସଘାତକ: ଭାଜପା ନେତାଙ୍କ ବିବାଦୀୟ ବୟାନ

ଲକ୍ଷ୍ନୌ,୧।୧: ଉତ୍ତର ପ୍ରଦେଶର ମିରଟରେ ଭାରତୀୟ ଜନତା ପାର୍ଟିର ଫାୟାରବ୍ରାଣ୍ଡ ନେତା ସଙ୍ଗୀତ ସୋମ ଚଳଚ୍ଚିତ୍ର ଅଭିନେତା ଶାହରୁଖ ଖାନଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri