Posted inଫୁରସତ

ମିରର୍‌ ରାଇଟିଂରେ ପାରଙ୍ଗମ ମୁସ୍କାନ୍‌

ଭଲ ପାଠପଢ଼ିବା, ଚିତ୍ରାଙ୍କନ, ତର୍କ ପ୍ରତିଯୋଗିତା ସବୁଥିରେ ସେ ଆଗୁଆ। ତଥାପି କିଛି ଭିନ୍ନ କରି ନିଜର ପରିଚୟ ଗଢ଼ିବାକୁ ସେ ସର୍ବଦା ଉଦ୍ୟମରତ। ଆଉ ଦୃଢ଼ ମନୋବଳ ଏବଂ ପ୍ରଚେଷ୍ଟା ଦ୍ୱାରା ଆଜି ସେ ନା କେବଳ ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇପାରିଛନ୍ତି ବରଂ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସେ ହେଉଛନ୍ତି, ଜଟଣୀ ବ୍ଲକ ତରାବୋଇ ଗ୍ରାମର ମା’ ସଞ୍ଜିତା ବାନୋ ଏବଂ ବାପା ଶେଖ୍‌ ସମ୍‌ସେରଙ୍କ ଝିଅ ମୁସ୍କାନ୍‌ ତେହସିନ। ସେ ଜଣେ ମେଧାବୀ ଛାତ୍ରୀ ହେବା ସହ ଦୁଇ ହାତରେ କଲମ ଧରି ଏକ ସମୟରେ ନିର୍ଭୁଲ ଭାବେ ୨ଟି ଭାଷାରେ ସୁନ୍ଦର ଭାବେ ଲେଖିପାରନ୍ତି। ଦର୍ପଣ ଛବି (ମିରର ରାଇଟିଂ)ରେ ଓଲଟା ଅକ୍ଷର ଲେଖିବାରେ ମୁସ୍କାନ ବେଶ୍‌ ପାରଙ୍ଗମ। ଓଡ଼ିଆ, ଇଂଲିଶ୍‌, ହିନ୍ଦୀ, ସଂସ୍କୃତ ଏବଂ ଊର୍ଦ୍ଦୁ ଭାଷାରେ ଲେଖି ନିଜ ପାରଦର୍ଶିତାର ପରିଚୟ ଦେଇଛନ୍ତି। ଜାତୀୟ ସଙ୍ଗୀତକୁ ସେ ୫ଟି ଭାଷାରେ ଉଭୟ ହାତରେ ଏବଂ ମିରର ରାଇଟିଂ (ଦର୍ପଣରେ ଓଲଟା ଲେଖା) ଲେଖି ଏବେ ଇଣ୍ଡିଆ ବୁକ୍‌ ଅଫ ରେକଡର୍‌ସରେ ସ୍ଥାନ ପାଇଛନ୍ତି। ତାଙ୍କର ଏହି ନିଆରା ପ୍ରତିଭା ସମ୍ପର୍କିତ ଖବର ପ୍ରଚାରିତ ହେବା ପରେ ମୁସ୍କାନ୍‌ଙ୍କୁ କଲେଜରେ ଅଧ୍ୟାପିକା, ଅଧ୍ୟାପକ, ସହପାଠୀ, ପରିବାର ଏବଂ ବନ୍ଧୁବର୍ଗଙ୍କ ନିକଟରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି। ବର୍ତ୍ତମାନ ମୁସ୍କାନ୍‌ ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ପଦାର୍ଥ ବିଜ୍ଞାନ ଶେଷବର୍ଷର ଛାତ୍ରୀ। ସେ କୁହନ୍ତି, ‘ଲକ୍‌ଡାଉନ ସମୟରେ କଲେଜ ବନ୍ଦ ହୋଇଗଲା। ଦୁଇ ହାତରେ କଲମ ଧରି ଲେଖିବା ଆରମ୍ଭ କରିଥିଲି। ଘରେ ପାଠପଢ଼ା ସହ ମୋର ଏହି ଅଭ୍ୟାସ ଜାରି ରଖିଥିଲି। ଏବେ ଏହା ମୋର ଅଭ୍ୟାସରେ ପରିଣତ ହୋଇଯାଇଛି। ଏକା ସମୟରେ ଦୁଇ ହାତରେ କଲମ ଧରି ଦୁଇଟି ଭାଷାରେ ଯେକୌଣସି ବିଷୟକୁ ଲେଖିପାରୁଛି। ମୋର ଏହି କଳା ସମ୍ପର୍କରେ ଜାଣିବା ପରେ ଆଗକୁ ବଢ଼ିବା ଲାଗି ମା’ବାପା ପ୍ରେରଣା ଦେଇଥିଲେ।’ ତରାବୋଇଠାରୁ ଖୋର୍ଦ୍ଧା ପ୍ରାୟ ୧୫ କିମି ସାଇକଲ ଚଢ଼ି କଲେଜ ଯାଉଥିବା ମୁସ୍କାନ୍‌ ଦୃଢ଼ ଇଚ୍ଛା ଶକ୍ତି ବଳରେ ସଫଳତା ହାସଲ କରିବା ସହ ଭବିଷ୍ୟତରେ ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି।
– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri