Posted inଫୁରସତ

ସ୍ବାଧୀନତାର ସଙ୍ଗୀତ

କୁହାଯାଏ, ସଙ୍ଗୀତର ବିକଳ୍ପ ନାହିଁ। ମଣିଷଠୁ ଆରମ୍ଭକରି ପଶୁପକ୍ଷୀ ଏପରିକି ବୃକ୍ଷଲତାଙ୍କୁ ମଧ୍ୟ ଆକର୍ଷିତ କରିପାରିଥାଏ ସଙ୍ଗୀତ। ସେଥିଲାଗି ଯେବେ ବି ମଣିଷ ସଙ୍କଟରେ ପଡ଼ିଛି ସେଥିରୁ ମୁକ୍ତି ପାଇବା ପାଇଁ ସଙ୍ଗୀତକୁ ହିଁ ଆଶ୍ରା କରିଛି। ସେମିତି ଏକ ମହାସଙ୍କଟର କାଳ ଥିଲା ଭାରତରେ ବ୍ରିଟିଶ୍‌ର ରାଜତ୍ୱ। ସେହି ପରାଧୀନତାରୁ ମୁକୁଳିବା ଲାଗି ସେତେବେଳର ଦେଶପ୍ରେମୀମାନେ ସଙ୍ଗୀତକୁ ଅନ୍ୟତମ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ। ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଭାରତରେ ସ୍ବାଧୀନତାର ସ୍ରୋତ ପ୍ରବଳ ତଥା ପ୍ରଖର ହୋଇଉଠିଥିଲା। ପ୍ରତ୍ୟେକ ଭାରତୀୟ ଏକସଙ୍ଗରେ ଏ କଥା ଚିନ୍ତା କରିଥିଲେ ଯେ, ପରାଧୀନ ରହିବା ଆଉ ସମ୍ଭବ ନୁହେଁ। ସେମାନଙ୍କୁ ଏବେ ସ୍ବାଧୀନତା ଦରକାର। ସ୍ବତନ୍ତ୍ରତା ଲୋଡ଼ା। ସମଗ୍ର ଦେଶ ଯେମିତି ଦେଶପ୍ରେମର ଜ୍ୱରରେ ପୀଡ଼ିତ ହେବାକୁ ଲାଗିଲା। ଆଉ ଦେଶପ୍ରେମର ଜ୍ୱରରୁ ଉପଶମ ପାଇବାର ଗୋଟିଏ ମହୌଷଧି ଥିଲା ଦେଶପ୍ରେମର ଗୀତ। କୋଟିକୋଟି ଲୋକଙ୍କୁ ଗୋଟିଏ ମନରେ ବାନ୍ଧି ରଖିବା ପାଇଁ କମରକଷି ଅଣ୍ଟା ଭିଡ଼ିଥିଲେ ସେତେବେଳର କବିଗଣ। ଆଉ ରଚିତ ହୋଇଥିଲା ଦେଶାତ୍ମବୋଧକତାରେ ଭରପୂର ସ୍ବାଧୀନତାର ସଙ୍ଗୀତ।

ବନ୍ଦେ ମାତରମ୍‌ : ଭାରତୀୟ ସ୍ବାଧୀନତା ସଂଗ୍ରାମର ବିପ୍ଳବୀମାନଙ୍କ ମଧ୍ୟରେ ସର୍ବାଧିକ ଦେଶପ୍ରେମ ତରଙ୍ଗ ଛୁଟାଇଥିଲା ଏହି ‘ବନ୍ଦେ ମାତରମ୍‌’ ସଙ୍ଗୀତ। ଏହାକୁ କେବଳ ବୋଲାଯାଉ ନଥିଲା; ଅଧିକନ୍ତୁ ଏହାର ପ୍ରଥମ ଧାଡ଼ିଟି ହିଁ ପାଲଟିଯାଇଥିଲା ଦେଶପ୍ରେମର ସ୍ଲୋଗାନ୍‌। ୧୮୭୦ ମସିହାରେ ପ୍ରସିଦ୍ଧ ବଙ୍ଗଳା ଲେଖକ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଏହାକୁ ସଂସ୍କୃତ ଭାଷାରେ ରଚନା କରିଥିଲେ। ଏହା ତାଙ୍କର ‘ଆନନ୍ଦମଠ’ ଉପନ୍ୟାସରେ ସ୍ଥାନିତ ହୋଇଥିଲା। ଏଥିରେ ଭାରତକୁ ମାତା ବୋଲି ସମ୍ବୋଧନ କରାଯାଇଥିଲା। ପ୍ରଥମ ଗାୟକ ଭାବରେ ୧୮୯୬ ମସିହାରେ ରବୀନ୍ଦ୍ରନାଥ ଟାଗୋର ଇଣ୍ଡିଆନ୍‌ ନ୍ୟାଶନାଲ କଂଗ୍ରେସରେ ଏହାକୁ ଗାନ କରିଥିଲେ। ୧୯୩୭ ମସିହାରେ କଂଗ୍ରେସ ଓ୍ବାର୍କିଂ କମିଟି ପକ୍ଷରୁ ଏହା ଭାରତର ଜାତୀୟ ସଙ୍ଗୀତ(National Song of India) ଭାବରେ ଗ୍ରହଣ କରାଯାଇଥିଲା। ସନ୍ଥ ଶ୍ରୀଅରବିନ୍ଦ ଏହାକୁ National Anthem of Bengal ବୋଲି ଘୋଷଣା କରିଥିଲେ। ଏହି ଗୀତ ଥିବା ଉପନ୍ୟାସ ‘ଆନନ୍ଦମଠ’କୁ ବ୍ରିଟିଶ ସରକାର ନିଷିଦ୍ଧ ଘୋଷଣା କରିଥିଲେ। ମାତ୍ର ସେତେବେଳକୁ ଏହି ଗୀତଟି ଭାରତର ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଏକ ମହାମନ୍ତ୍ର ପାଲଟି ସାରିଥିଲା।

ଜନ-ଗଣ-ମନ : ଜନ-ଗଣ-ମନ ଅଧିନାୟକ ଜୟ ହେ, ଭାରତ ଭାଗ୍ୟ ବିଧାତା! ଏହା ହେଉଛି ଭାରତର National Anthem. ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ରଚିତ ଏହି କବିତାଟି ୧୯୦୫ ମସିହାରେ ‘ଭାରତ ଭାଗ୍ୟ ବିଧାତା’ ଶୀର୍ଷକରେ ‘ଆଦି ବ୍ରହ୍ମ ସମାଜ’ର ମୁଖପତ୍ର ‘ତତ୍ତ୍ୱବୋଧିନୀ’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ସେତେବେଳେ ‘ତତ୍ତ୍ୱବୋଧିନୀ’ ପତ୍ରିକାର ସମ୍ପାଦକ ଥିଲେ ନିଜେ ଟାଗୋର। ୧୯୧୧ ଡିସେମ୍ବର ୨୭ ତାରିଖରେ କୋଲକାତା (ତତ୍କାଳୀନ କଲିକତା)ରେ ଆୟୋଜିତ ଇଣ୍ଡିଆନ୍‌ ନ୍ୟାଶନାଲ କଂଗ୍ରେସର ବାର୍ଷିକ ଅଧିବେଶନ ଦ୍ୱିତୀୟ ଦିନରେ ଏହା ଗାୟନ କରାଯାଇଥିଲା। ଏହା ଥିଲା ‘ଜନ-ଗଣ-ମନ’ର ପ୍ରଥମ ସର୍ବସାଧାରଣ ଗାୟନ। ‘ତତ୍ତ୍ୱବୋଧିନୀ’ରେ ପ୍ରକାଶିତ କବିତାଟି ସମ୍ପୂର୍ଣ୍ଣ ବଙ୍ଗଳା ଭାଷାରେ ରଚିତ ହୋଇଥିଲା। ପରେ ଟାଗୋର ସେଥିରେ କିଛି ପରିବର୍ତ୍ତନ କରିଥିଲେ। ୧୯୫୦ ଜାନୁୟାରୀ ୨୪ ତାରିଖରେ ଏହାକୁ National Anthem ଭାବରେ ସ୍ବୀକୃତି ଦିଆଯାଇଥିଲା। ଏହା ପୂର୍ବରୁ ୧୯୪୫ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ହମ୍‌ରାହୀ’ରେ ଏହି ଗୀତଟିକୁ ରଖା ଯାଇଥିଲା। ନିଜେ ଟାଗୋର ମଧ୍ୟ ଏହି ଗୀତଟିର ଇଂଲିଶ ଅନୁବାଦ କରିଥିଲେ।

ସାରେ ଜହଁା ସେ ଆଚ୍ଛା : ସାରେ ଜହଁା ସେ ଆଚ୍ଛା, ହିନ୍ଦୁସିତଁା ହମାରା/ହମ୍‌ ବୁଲବୁଲେଁ ହେଁ ଇସ୍‌କି/ୟେ ଗୁଲସିତଁା ହମାରା! ସ୍ବାଧୀନତା ପ୍ରାପ୍ତି ପୂର୍ବରୁ ଲେଖା ଯାଇଥିବା ଏହି ଗୀତଟି ଆଜି ବି ଶ୍ରୋତାଙ୍କ ତନ୍ତ୍ରୀରେ ସ୍ବତନ୍ତ୍ରତା ତଥା ଦେଶପ୍ରେମର କମ୍ପନ ସୃଷ୍ଟିକରେ। ଏହାକୁ କେହିକେହି ‘ଆନ୍ଥେମ୍‌ ଅଫ୍‌ ଦି ପିପୁଲ ଅଫ୍‌ ହିନ୍ଦୁସ୍ତାନ’ ବୋଲି କହିଥାନ୍ତି। ଏହି କାଳଜୟୀ ଗୀତକୁ ରଚନା କରିଥିଲେ ପ୍ରସିଦ୍ଧ କବି ମହମ୍ମଦ ଇକ୍‌ବାଲ୍‌। ମୁଖ୍ୟତଃ ପିଲାମାନଙ୍କ ପାଇଁ ସେ ଏହି ଗୀତଟିକୁ ରଚନା କରିଥିଲେ। ୧୯୦୪ ଅଗଷ୍ଟ ୧୬ ତାରିଖରେ ଏହା ‘ଇତେହଦ୍‌’ ନାମକ ସାପ୍ତାହିକୀ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଏହାର ପରବର୍ଷ ବ୍ରିଟିଶ୍‌ ଇଣ୍ଡିଆର ଲାହୋର (ବର୍ତ୍ତମାନର ପାକିସ୍ତାନ) ସ୍ଥିତ ଏକ ସରକାରୀ ମହାବିଦ୍ୟାଳୟରେ ନିଜେ ଇକବାଲ୍‌ ଏହାକୁ ଗାଇ ଶୁଣାଇଥିଲେ। ଏହି ଗୀତର ଆବେଦନ ଏତେ ତୀବ୍ର ଥିଲା ଯେ, କିଛିଦିନ ଭିତରେ ଏହା ଓଠରୁ ଓଠକୁ ସମ୍ପ୍ରସାରିତ ହୋଇଯାଇଥିଲା। ସେତେବେଳର ପ୍ରବଳପ୍ରତାପୀ ବ୍ରିଟିଶରାଜରେ ପୀଡ଼ିତ ଲୋକମାନଙ୍କ ପାଇଁ ଏହା ମହୌଷଧିଠାରୁ କିଛି କମ୍‌ ନଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଏହା ଅତି ପ୍ରିୟ ସଙ୍ଗୀତ ଥିଲା। ୧୯୩୦ରେ ଗାନ୍ଧିଜୀ ଏରଓ୍ବାଡ଼ା ଜେଲରେ ବନ୍ଦୀ ଥିବା ବେଳେ ଏହାକୁ ଶତାଧିକ ବାର ଗାନ କରିଥିଲେ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri