Posted inଫୁରସତ

ସ୍ବାଧୀନତାର ସଙ୍ଗୀତ

କୁହାଯାଏ, ସଙ୍ଗୀତର ବିକଳ୍ପ ନାହିଁ। ମଣିଷଠୁ ଆରମ୍ଭକରି ପଶୁପକ୍ଷୀ ଏପରିକି ବୃକ୍ଷଲତାଙ୍କୁ ମଧ୍ୟ ଆକର୍ଷିତ କରିପାରିଥାଏ ସଙ୍ଗୀତ। ସେଥିଲାଗି ଯେବେ ବି ମଣିଷ ସଙ୍କଟରେ ପଡ଼ିଛି ସେଥିରୁ ମୁକ୍ତି ପାଇବା ପାଇଁ ସଙ୍ଗୀତକୁ ହିଁ ଆଶ୍ରା କରିଛି। ସେମିତି ଏକ ମହାସଙ୍କଟର କାଳ ଥିଲା ଭାରତରେ ବ୍ରିଟିଶ୍‌ର ରାଜତ୍ୱ। ସେହି ପରାଧୀନତାରୁ ମୁକୁଳିବା ଲାଗି ସେତେବେଳର ଦେଶପ୍ରେମୀମାନେ ସଙ୍ଗୀତକୁ ଅନ୍ୟତମ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ। ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଭାରତରେ ସ୍ବାଧୀନତାର ସ୍ରୋତ ପ୍ରବଳ ତଥା ପ୍ରଖର ହୋଇଉଠିଥିଲା। ପ୍ରତ୍ୟେକ ଭାରତୀୟ ଏକସଙ୍ଗରେ ଏ କଥା ଚିନ୍ତା କରିଥିଲେ ଯେ, ପରାଧୀନ ରହିବା ଆଉ ସମ୍ଭବ ନୁହେଁ। ସେମାନଙ୍କୁ ଏବେ ସ୍ବାଧୀନତା ଦରକାର। ସ୍ବତନ୍ତ୍ରତା ଲୋଡ଼ା। ସମଗ୍ର ଦେଶ ଯେମିତି ଦେଶପ୍ରେମର ଜ୍ୱରରେ ପୀଡ଼ିତ ହେବାକୁ ଲାଗିଲା। ଆଉ ଦେଶପ୍ରେମର ଜ୍ୱରରୁ ଉପଶମ ପାଇବାର ଗୋଟିଏ ମହୌଷଧି ଥିଲା ଦେଶପ୍ରେମର ଗୀତ। କୋଟିକୋଟି ଲୋକଙ୍କୁ ଗୋଟିଏ ମନରେ ବାନ୍ଧି ରଖିବା ପାଇଁ କମରକଷି ଅଣ୍ଟା ଭିଡ଼ିଥିଲେ ସେତେବେଳର କବିଗଣ। ଆଉ ରଚିତ ହୋଇଥିଲା ଦେଶାତ୍ମବୋଧକତାରେ ଭରପୂର ସ୍ବାଧୀନତାର ସଙ୍ଗୀତ।

ବନ୍ଦେ ମାତରମ୍‌ : ଭାରତୀୟ ସ୍ବାଧୀନତା ସଂଗ୍ରାମର ବିପ୍ଳବୀମାନଙ୍କ ମଧ୍ୟରେ ସର୍ବାଧିକ ଦେଶପ୍ରେମ ତରଙ୍ଗ ଛୁଟାଇଥିଲା ଏହି ‘ବନ୍ଦେ ମାତରମ୍‌’ ସଙ୍ଗୀତ। ଏହାକୁ କେବଳ ବୋଲାଯାଉ ନଥିଲା; ଅଧିକନ୍ତୁ ଏହାର ପ୍ରଥମ ଧାଡ଼ିଟି ହିଁ ପାଲଟିଯାଇଥିଲା ଦେଶପ୍ରେମର ସ୍ଲୋଗାନ୍‌। ୧୮୭୦ ମସିହାରେ ପ୍ରସିଦ୍ଧ ବଙ୍ଗଳା ଲେଖକ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଏହାକୁ ସଂସ୍କୃତ ଭାଷାରେ ରଚନା କରିଥିଲେ। ଏହା ତାଙ୍କର ‘ଆନନ୍ଦମଠ’ ଉପନ୍ୟାସରେ ସ୍ଥାନିତ ହୋଇଥିଲା। ଏଥିରେ ଭାରତକୁ ମାତା ବୋଲି ସମ୍ବୋଧନ କରାଯାଇଥିଲା। ପ୍ରଥମ ଗାୟକ ଭାବରେ ୧୮୯୬ ମସିହାରେ ରବୀନ୍ଦ୍ରନାଥ ଟାଗୋର ଇଣ୍ଡିଆନ୍‌ ନ୍ୟାଶନାଲ କଂଗ୍ରେସରେ ଏହାକୁ ଗାନ କରିଥିଲେ। ୧୯୩୭ ମସିହାରେ କଂଗ୍ରେସ ଓ୍ବାର୍କିଂ କମିଟି ପକ୍ଷରୁ ଏହା ଭାରତର ଜାତୀୟ ସଙ୍ଗୀତ(National Song of India) ଭାବରେ ଗ୍ରହଣ କରାଯାଇଥିଲା। ସନ୍ଥ ଶ୍ରୀଅରବିନ୍ଦ ଏହାକୁ National Anthem of Bengal ବୋଲି ଘୋଷଣା କରିଥିଲେ। ଏହି ଗୀତ ଥିବା ଉପନ୍ୟାସ ‘ଆନନ୍ଦମଠ’କୁ ବ୍ରିଟିଶ ସରକାର ନିଷିଦ୍ଧ ଘୋଷଣା କରିଥିଲେ। ମାତ୍ର ସେତେବେଳକୁ ଏହି ଗୀତଟି ଭାରତର ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଏକ ମହାମନ୍ତ୍ର ପାଲଟି ସାରିଥିଲା।

ଜନ-ଗଣ-ମନ : ଜନ-ଗଣ-ମନ ଅଧିନାୟକ ଜୟ ହେ, ଭାରତ ଭାଗ୍ୟ ବିଧାତା! ଏହା ହେଉଛି ଭାରତର National Anthem. ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ରଚିତ ଏହି କବିତାଟି ୧୯୦୫ ମସିହାରେ ‘ଭାରତ ଭାଗ୍ୟ ବିଧାତା’ ଶୀର୍ଷକରେ ‘ଆଦି ବ୍ରହ୍ମ ସମାଜ’ର ମୁଖପତ୍ର ‘ତତ୍ତ୍ୱବୋଧିନୀ’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ସେତେବେଳେ ‘ତତ୍ତ୍ୱବୋଧିନୀ’ ପତ୍ରିକାର ସମ୍ପାଦକ ଥିଲେ ନିଜେ ଟାଗୋର। ୧୯୧୧ ଡିସେମ୍ବର ୨୭ ତାରିଖରେ କୋଲକାତା (ତତ୍କାଳୀନ କଲିକତା)ରେ ଆୟୋଜିତ ଇଣ୍ଡିଆନ୍‌ ନ୍ୟାଶନାଲ କଂଗ୍ରେସର ବାର୍ଷିକ ଅଧିବେଶନ ଦ୍ୱିତୀୟ ଦିନରେ ଏହା ଗାୟନ କରାଯାଇଥିଲା। ଏହା ଥିଲା ‘ଜନ-ଗଣ-ମନ’ର ପ୍ରଥମ ସର୍ବସାଧାରଣ ଗାୟନ। ‘ତତ୍ତ୍ୱବୋଧିନୀ’ରେ ପ୍ରକାଶିତ କବିତାଟି ସମ୍ପୂର୍ଣ୍ଣ ବଙ୍ଗଳା ଭାଷାରେ ରଚିତ ହୋଇଥିଲା। ପରେ ଟାଗୋର ସେଥିରେ କିଛି ପରିବର୍ତ୍ତନ କରିଥିଲେ। ୧୯୫୦ ଜାନୁୟାରୀ ୨୪ ତାରିଖରେ ଏହାକୁ National Anthem ଭାବରେ ସ୍ବୀକୃତି ଦିଆଯାଇଥିଲା। ଏହା ପୂର୍ବରୁ ୧୯୪୫ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ହମ୍‌ରାହୀ’ରେ ଏହି ଗୀତଟିକୁ ରଖା ଯାଇଥିଲା। ନିଜେ ଟାଗୋର ମଧ୍ୟ ଏହି ଗୀତଟିର ଇଂଲିଶ ଅନୁବାଦ କରିଥିଲେ।

ସାରେ ଜହଁା ସେ ଆଚ୍ଛା : ସାରେ ଜହଁା ସେ ଆଚ୍ଛା, ହିନ୍ଦୁସିତଁା ହମାରା/ହମ୍‌ ବୁଲବୁଲେଁ ହେଁ ଇସ୍‌କି/ୟେ ଗୁଲସିତଁା ହମାରା! ସ୍ବାଧୀନତା ପ୍ରାପ୍ତି ପୂର୍ବରୁ ଲେଖା ଯାଇଥିବା ଏହି ଗୀତଟି ଆଜି ବି ଶ୍ରୋତାଙ୍କ ତନ୍ତ୍ରୀରେ ସ୍ବତନ୍ତ୍ରତା ତଥା ଦେଶପ୍ରେମର କମ୍ପନ ସୃଷ୍ଟିକରେ। ଏହାକୁ କେହିକେହି ‘ଆନ୍ଥେମ୍‌ ଅଫ୍‌ ଦି ପିପୁଲ ଅଫ୍‌ ହିନ୍ଦୁସ୍ତାନ’ ବୋଲି କହିଥାନ୍ତି। ଏହି କାଳଜୟୀ ଗୀତକୁ ରଚନା କରିଥିଲେ ପ୍ରସିଦ୍ଧ କବି ମହମ୍ମଦ ଇକ୍‌ବାଲ୍‌। ମୁଖ୍ୟତଃ ପିଲାମାନଙ୍କ ପାଇଁ ସେ ଏହି ଗୀତଟିକୁ ରଚନା କରିଥିଲେ। ୧୯୦୪ ଅଗଷ୍ଟ ୧୬ ତାରିଖରେ ଏହା ‘ଇତେହଦ୍‌’ ନାମକ ସାପ୍ତାହିକୀ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଏହାର ପରବର୍ଷ ବ୍ରିଟିଶ୍‌ ଇଣ୍ଡିଆର ଲାହୋର (ବର୍ତ୍ତମାନର ପାକିସ୍ତାନ) ସ୍ଥିତ ଏକ ସରକାରୀ ମହାବିଦ୍ୟାଳୟରେ ନିଜେ ଇକବାଲ୍‌ ଏହାକୁ ଗାଇ ଶୁଣାଇଥିଲେ। ଏହି ଗୀତର ଆବେଦନ ଏତେ ତୀବ୍ର ଥିଲା ଯେ, କିଛିଦିନ ଭିତରେ ଏହା ଓଠରୁ ଓଠକୁ ସମ୍ପ୍ରସାରିତ ହୋଇଯାଇଥିଲା। ସେତେବେଳର ପ୍ରବଳପ୍ରତାପୀ ବ୍ରିଟିଶରାଜରେ ପୀଡ଼ିତ ଲୋକମାନଙ୍କ ପାଇଁ ଏହା ମହୌଷଧିଠାରୁ କିଛି କମ୍‌ ନଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଏହା ଅତି ପ୍ରିୟ ସଙ୍ଗୀତ ଥିଲା। ୧୯୩୦ରେ ଗାନ୍ଧିଜୀ ଏରଓ୍ବାଡ଼ା ଜେଲରେ ବନ୍ଦୀ ଥିବା ବେଳେ ଏହାକୁ ଶତାଧିକ ବାର ଗାନ କରିଥିଲେ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri