Posted inଫୁରସତ

ସଙ୍ଗୀତ: ମନରେ ଭରିଦିଏ ଆନନ୍ଦ

ସଙ୍ଗୀତ, ମନରେ ଭରିଦିଏ ଆନନ୍ଦ। ଆଉ ଏହି ସଙ୍ଗୀତର ବିବିଧତାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବର୍ଷ ଜୁନ ୨୧ରେ ପାଳିତ ହୋଇ ଆସୁଛି ବିଶ୍ବ ସଙ୍ଗୀତ ଦିବସ। ୧୯୮୨ମସିହା ଜୁନ୍‌ ୨୧ରେ ଫ୍ରାନ୍ସର ପ୍ୟାରିସଠାରେ ପ୍ରଥମଥର ପାଇଁ ବିଶ୍ବ ସଙ୍ଗୀତ ଦିବସ ପାଳନ କରାଯାଇଥିଲା। ଏଥିରେ ୧୦୦୦ରୁ ଅଧିକ କଣ୍ଠଶିଳ୍ପୀ, ସଙ୍ଗୀତକାର ପ୍ୟାରିସ ନଗରୀର ରାସ୍ତାରେ ସଙ୍ଗୀତ ପରିବେଷଣ କରିଥିଲେ। ଏହାର ସଫଳତା ପରେ ବିଶ୍ବବ୍ୟାପୀ ଏହି ଦିବସକୁ ପାଳନ କରାଯାଉଅଛି।

ହୃଦୟକୁ ଛୁଇଁଲା ଭଳି ଗୀତ ବନାଯାଉ
ସଙ୍ଗୀତ ଏମିତି ଏକ ମାଧ୍ୟମ ଯାହାଦ୍ୱାରା ଭାରାକ୍ରାନ୍ତ ମନ କିଛି ମାତ୍ରାରେ ହାଲୁକା କରାଇଦିଏ। ପ୍ରେମିକାଟିଏ ତା’ପ୍ରେମିକକୁ ଗୀତ ମାଧ୍ୟମରେ ତା’ର ଭାବନାକୁ ମେସେଜ ମାଧ୍ୟମରେ ଦେଇପାରେ। ଗୋଟିଏ ମା’ ତା’ର ପୁଅକୁ ଗୀତ ଦ୍ୱାରା ବାତ୍ସଲ୍ୟ ମମତାକୁ ଫିଲ୍‌ କରାଇ ପାରିବ। ବନ୍ଧୁ ସହ ବନ୍ଧୁତାର ଅନୁଭବକୁ ଗୀତ ଦ୍ୱାରା ଅନୁଭବ କରେଇ ପାରିବ। ସେହିପରି ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଗୀତ ମାଧ୍ୟମରେ ହିଁ ତାଙ୍କର ସବୁ ସ୍କିମ୍‌ ଲୋକମାନଙ୍କ ପାଖରେ ପହଞ୍ଚୁଛି। ତେଣୁ ବିନା ଗୀତ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବା ଅସମ୍ଭବ। ଆଗରୁ ସ୍ବର ବା ଶବ୍ଦ ହୃଦୟରୁ ବାହାରୁଥିଲା। ତାହା ହୃଦୟରେ ମଧ୍ୟ ପହଞ୍ଚୁଥିଲା। ବର୍ତ୍ତମାନ ଗୀତ ଆଉ ହୃଦୟରୁ ବାହାରୁନାହିଁ। ତାହା ଶବ୍ଦ ହେଉକି ସ୍ବର ଏବେ ଗୀତ ମୁଣ୍ଡରୁ ବାହାରୁଛି ଆଉ ମୁଣ୍ଡରେ ରହିଯାଉଛି। ଏବେ ଗୀତ ସବୁ ପ୍ରାୟ ଏଆଇ ଦ୍ୱାରା ପ୍ରସ୍ତୁତ ହେଉଛି। ସେଥିଲାଗି ବର୍ତ୍ତମାନ ସମୟରେ ବନାଯାଉଥିବା ଗୀତ ହୃଦୟକୁ ଛୁଇଁ ପାରୁନାହିଁ। ବିଶ୍ୱ ସଙ୍ଗୀତ ଦିବସରେ କହିବି ଆଗଭଳି ଯେମିତି ହୃଦୟକୁ ସ୍ବର ବା ଶବ୍ଦ ଛୁଇଁ ପାରୁଥିଲା ସେମିତି ଯଦି ଚେଷ୍ଟା କରାଯିବ ତେବେ ପ୍ରତ୍ୟେକ ଓଡ଼ିଆ ଗୀତ ନିଶ୍ଚିତ ହୃଦୟକୁ ଛୁଇଁବା ସହ ପରିଚୟ ଲାଭ କରିପାରିବ।
– ପ୍ରେମ୍‌ ଆନନ୍ଦ, ସଂଗୀତ ନିର୍ଦ୍ଦେଶକ

ଭଲ ସଙ୍ଗୀତର ଚାହିଦା ସବୁବେଳେ ରହିବ
ସଙ୍ଗୀତ ଜୀବନର ଆଧାର। ପୁରୁଣା ଦିନରୁ ହିଁ ଆମ ସଂସ୍କୃତିରେ ବିଭିନ୍ନ ଶାସ୍ତ୍ରୀୟ ସଙ୍ଗୀତର ମୂଲ୍ୟବୋଧ ଅଧିକ ରହିଛି। ସମୟ ସହ ବଦଳୁଛି ପିଢି ଓ ତା’ ସହ ବଦଳିଯାଉଛି ସଙ୍ଗୀତର ସ୍ବାଦ, ପାଶ୍ଚାତ୍ୟ ସଙ୍ଗୀତର ପ୍ରଭାବ ଏବେ ଯୁବ ପିଢି ହେଉ ଅଥବା ସଙ୍ଗୀତପ୍ରେମୀଙ୍କ ଉପରେ ଟିକିଏ ଅଧିକ ମାତ୍ରାରେ ପଡୁଛି। ସେଥିପାଇଁ ସଙ୍ଗୀତକୁ ନେଇ ବିଭିନ୍ନ ଧରଣର ପରୀକ୍ଷା ନିିରୀକ୍ଷା ମଧ୍ୟ ହେଉଛି। ସଙ୍ଗୀତର ଉତ୍ପତ୍ତି ଯେମିତି ବି ହେଉନା କାହିଁକି ଭଲ ସଙ୍ଗୀତର ଚାହିଦା ସବୁବେଳେ ରହିଥିବ। ତେଣୁ ବିଶ୍ବ ସଙ୍ଗୀତ ଦିବସରେ ସଙ୍ଗୀତକୁ ଭଲପାଉଥିବା ବ୍ୟକ୍ତିବିଶେଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
– ସ୍ଥିତ ପଟ୍ଟନାୟକ, ଗୀତିକାର


Enter your email to get our daily news in your inbox.

All Right Reserved By Dharitri.Com

ଠାକରେ ବ୍ରଦର୍ସଙ୍କୁ ଏକାଠି କଲା ବିଏମସି ନିର୍ବାଚନ, ଶିବସେନା, ୟୁବିଟି ଏବଂ ଏମଏନଏସ ଘୋଷଣା କଲା ମେଣ୍ଟ

ମୁମ୍ବାଇ,୨୪।୧୨: ବାଲାସାହେବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ପୁଣି ଥରେ ଶକ୍ତିଶାଳୀ ହେଉଥିବା ଦେଖାଯାଉଛି। ତାଙ୍କ ପୁଅ ଉଦ୍ଧବ ଠାକରେ ଏବଂ ଭଣଜା ରାଜ ଠାକରେ, ଯେଉଁମାନେ...

୨୦ ବର୍ଷ ପରେ ଏକାଠି ହେବେ ବାଲ ଠାକରେ-ଉଦ୍ଧବ ଠାକରେ, କହିଲେ ମହାରାଷ୍ଟ୍ରକୁ ନେଇ ଆମର ଚିନ୍ତାଧାରା ଗୋଟିଏ

ମୁମ୍ବାଇ,୨୪।୧୨: ବୃହନମୁମ୍ବାଇ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ଜୋରଦାର। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ସମର୍ଥନ ସଂଗ୍ରହ ପାଇଁ ଦାବି...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri