ରାପର୍‌ ଡୁଲେଙ୍କୁ ସହଯୋଗର ହାତ ବଢ଼ାଇଲେ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ

ଭବାନୀପାଟଣା,୧୨।୭ (ଡି.ଏନ୍‌.ଏ.): ‘ରାପର୍‌ ଡୁଲେ ରକ୍‌’ଙ୍କ ରାପ୍‌ ସଙ୍ଗ୍‌ ସୋସିଆଲ୍‌ ମଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି। କଳହାଣ୍ଡିର ଏହି ରାପର୍‌ଙ୍କ ଉପରେ ଏବେ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବିଶାଲ ଡଡ୍‌ଲାନିଙ୍କ ନଜର ପଡ଼ିଛି। ବିଶାଲ ଟୁଇଟ୍‌ କରି ଡୁଲେଙ୍କ ସମ୍ପର୍କରେ ଆଶ୍ଚର୍ଯ୍ୟ ପ୍ରକଟ କରି ଲେଖିଛନ୍ତି, ‘ଯଦି ତୁମକୁ ସଙ୍ଗୀତ ପ୍ରଯୋଜନା, ରେକର୍ଡିଂ, ରିଲିଜ୍‌ କରିବାରେ ସାହାଯ୍ୟ ଦରକାର, ମୋ ସହ ସମ୍ପର୍କରେ ରୁହ। ମୁଁ ଯେତିକି ପାରିବି କରିବି। ମୁଁ ନିଶ୍ଚିତ ଯେ ଆମେ ପାରିବା।’ ବିଶାଲଙ୍କ ଏହି ଟୁଇଟ୍‌ ପାଇ ଡୁଲେଶ୍ୱର ଖୁସି ବ୍ୟକ୍ତ କରିବା ସହ ବିଶାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।