ବର୍ଷାର ଆଗମନରେ ମେଲିଲାଣି ଛତୁ ପସରା

କେନ୍ଦୁଝର,୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବର୍ଷା ହେଲେ ବଣ ଜଙ୍ଗଲରେ ବିଭିନ୍ନ ପ୍ରକାର ଛତୁ ଫୁଟେ। ବଜାରର ରାସ୍ତାକଡ଼ରେ ଛତୁ ପସରା ମେଲିଲାଣି। ସେ ମଧ୍ୟରୁ ରୁଟୁକା ଛତୁ ଅନ୍ୟତମ। ବିଶେଷକରି ବର୍ଷାଋତୁରେ ଏହି ଛତୁ ପଡ଼ିଆରେ ଫୁଟିଥାଏ। ପ୍ରାକୃତିକ ପରିବେଶରେ ଫୁଟୁଥିବା ଅନ୍ୟାନ୍ୟ ଛତୁ ମଧ୍ୟରେ ରୁଟୁକା ଛତୁର ଚାହିଦା ଗାଁଠାରୁ ଆରମ୍ଭ କରି ସହରରେ ରହିଛି। ତେଣୁ ସୁସ୍ବାଦୁ ରୁଟୁକା ଛତୁ ଉପରେ ବ୍ୟବସାୟୀଙ୍କ ନଜର ରହିଥାଏ।
ବନବାସୀମାନେ ପାହାଡ଼, ଜମିବାଡ଼ିରୁ ଛତୁ ସଂଗ୍ରହକରି ବଜାରକୁ ପାଛିଆରେ ବୋହି ଆଣି ବିକ୍ରି କରିଥାନ୍ତି। ଏହାକୁ ବିକି ତେଲ, ଲୁଣ କିଣି ନେଇ ଘର ଚଳାନ୍ତି। ତେବେ ବ୍ୟବସାୟୀମାନେ ସେମାନଙ୍କଠାରୁ ମୂଲଚାଲ କରି ନେଇ ଅଧିକ ଦରରେ ବିକୁଥିବା ବେଳେ ବନବାସୀଙ୍କୁ ଉଚିତ ମୂଲ୍ୟ ମିଳେ ନାହିଁ ବୋଲି ଅବସରପ୍ରାପ୍ତ ଶିକ୍ଷକ ପ୍ରଣବ ରାଉତରାୟ କହିଛନ୍ତି।

ପ୍ରଥମକରି ରୁଟୁକା ଛତୁ ବଜାରକୁ ଆସିଲେ ବ୍ୟବସାୟୀମାନେ ନିଜ ଅକ୍ତିଆରକୁ ନେଇଯାଇ କିଲୋ ୬ ରୁ ୭ ଶହ ଟଙ୍କାରେ ବିକ୍ରି କରିଥାନ୍ତି। ଧୀରେ ଧୀରେ ପରିମାଣରେ ହ୍ରାସ ହେଲେ ଏହାର ଦର କମିଥାଏ। ତେବେ କିଛିଦିନ ପରେ ଏହାର ଦାମ କମିଲେ ହେଁ କିଲୋ ୨ ଶହ ଟଙ୍କାରୁ କମେ ନାହିଁ। ସାଧାରଣତଃ ବନବାସୀ ଛତୁକୁ ପତ୍ରରେ ନିର୍ମିତ ଚଉତିରେ ଭାଗକରି ବିକ୍ରିକରିଥାନ୍ତି। ଚଉତି ସାଇଜ ଅନୁଯାୟୀ, ଦାମ ୨୦ ରୁ ୫୦ ଟଙ୍କାରେ ବିକ୍ରି ହୋଇଥାଏ। ଏହାକୁ ବ୍ୟବସାୟୀ କିଣି ନେଇ କଟକ, ଭୁବନେଶ୍ୱର ଆଦି ଅଞ୍ଚଳକୁ କିଲୋ ୧ ହଜାର ଓ ତା’ଠାରୁ ଅଧିକ ମୂଲ୍ୟରେ ବିକି ଲାଭବାନ୍‌ ହୋଇଥାନ୍ତି। ଜଙ୍ଗଲରେ ସାପ, ଭାଲୁ, ହାତୀ ଭୟ ଏବଂ ବହୁ ଖର୍ଚ୍ଚ କରି ସହରକୁ ବିକ୍ରି କରିବାକୁ ଆସିଥାନ୍ତି ା କିନ୍ତୁ ବ୍ୟବସାୟୀ ସେମାନଙ୍କଠାରୁ ବହୁ କମ୍‌ ଦାମରେ କିଣି ନେଇଥାନ୍ତି। ଏହି ଟଙ୍କା ସିଧାସଳଖ ବନବାସୀଙ୍କ ପାଖକୁ ଗଲେ ସେମାନେ ଅଧିକ ଲାଭବାନ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ଛତୁରେ ବିଭିନ୍ନ ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ଏହାକୁ କାଟି କୁନ୍ଦୁରି, ଖଡ଼ା, ଶାଗ ଆଦି ପକାଇ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ସହ ଭଜା କରିଖାଇଥାନ୍ତି। ବଡ଼ ବଡ଼ ହୋଟେଲରେ ମଧ୍ୟ ଏହି ଛତୁର ଚାହିଦା ରହିଥିବା ଗୃହିଣୀ ଦେବସ୍ମିତା ସାହୁ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri