ନରେନ୍ଦ୍ର ପୁଷ୍କରିଣୀରେ ମାଛ ମରିବା ଘଟଣା: ମୂଷାନଈ ପାଣିକୁ ଦାୟୀ କଲେ ଲୋକେ

ପୁରୀ ଅଫିସ,୨୦।୯: ପ୍ରଦୂଷିତ ହୋଇଯାଇଛି ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ଜଳ। ଶହ ଶହ ସଂଖ୍ୟାରେ ମାଛ ମରି ଭାସୁଛନ୍ତି। ୩ଦିନ ହେବ ନରେନ୍ଦ୍ର ପୁଷ୍କରିଣୀରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ମଲା ମାଛ ପଚି ଯିବାରୁ ପ୍ରବଳ ଦୁର୍ଗନ୍ଧ ହେଉଛି। କିନ୍ତୁ ଏ ପର୍ଯ୍ୟନ୍ତ ପାଣିକୁ ବିଶୋଧନ କରାଯାଇ ନାହିଁ କି ମଲା ମାଛଗୁଡ଼ିକୁ ବାହାର କରାଯାଇ ନାହିଁ। ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ନରେନ୍ଦ୍ର ପୁଷ୍କରିଣୀର ଏଭଳି ସ୍ଥିତି ପାଇଁ ମୂଷା ନଈ ପାଣିକୁ ଲୋକେ ଦାୟୀ କରିଛନ୍ତି। ମୂଷା ନଈର ବର୍ଜ୍ୟ ଜଳ ନରେନ୍ଦ୍ର ପୁଷ୍କରିଣୀରେ ପଶିବାରୁ ଏହାର ପାଣି ପ୍ରଦୂଷିତ ହୋଇପଡ଼ିଛି। ଅମ୍ଳଜାନର ପରିମାଣ କମିଯିବାରୁ ମାଛ ମରୁଛନ୍ତି ବୋଲି ସାମାଜିକ କର୍ମୀ ପ୍ରମୋଦ ସିଂ କହିଛନ୍ତି। ତୁରନ୍ତ ପ୍ରଶାସନ ନରେନ୍ଦ୍ର ପୁଷ୍କରିଣୀ ପାଣି କିପରି ବିଶୋଧନ କରାଯିବ ତାହା ଉପରେ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।

ନରେନ୍ଦ୍ର ପୁଷ୍କରିଣୀ ହେଉଛି ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସର ପୁଷ୍କରିଣୀ। ଏଠାରେ ମହାପ୍ରଭୁ ଜଳକ୍ରୀଡ଼ା କରିଥାନ୍ତି। ଶ୍ରଦ୍ଧାଳୁମାନେ ନରେନ୍ଦ୍ରରେ ସ୍ନାନ କରି ବୁଡ଼ ପକାଇଥାନ୍ତି। ମାତ୍ର ଏହାର ପାଣି ପ୍ରଦୂଷିତ ହୋଇଯାଇଥିବାରୁ ମାଛ ମରି ଭାସୁଛନ୍ତି। ଏ ନେଇ ଅଞ୍ଚଳବାସୀ ଓ ଶ୍ରଦ୍ଧାଳୁ ଉଦ୍‌ବେଗ ପ୍ରକାଶ କରିବା ସହ ଏହି ପବିତ୍ର ପୁଷ୍କରିଣୀ ପ୍ରତି ଅବହେଳା ଠିକ୍‌ ନୁହେଁ ବୋଲି କହିଛନ୍ତି। ସାମାଜିକ କର୍ମୀ ପ୍ରମୋଦ କହିଛନ୍ତି ଯେ, ପୁଷ୍କରିଣୀର ଉତ୍ତର-ପଶ୍ଚିମ କୋଣରେ ଥିବା ନିଷ୍କାସନ ପଥ ଦେଇ ମୂଷା ନଈର ବର୍ଜ୍ୟଜଳ ନରେନ୍ଦ୍ରକୁ ପଶୁଛି। ନଈ ପୋତି ହୋଇଯିବାରୁ ନରେନ୍ଦ୍ରର ଜଳ ପତ୍ତନଠାରୁ ମୂଷା ନଈର ଜଳପତ୍ତନ ପ୍ରାୟ ୨/୩ ଫୁଟ ଉଚ୍ଚ ହୋଇଗଲାଣି। ତେଣୁ ମୂଷା ନଈର ପାଣି ପଶୁଥିବା ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇବା ପରେ ଜଳସେଚନ ବିଭାଗ ବନ୍ଦ କରିଦେଇଥିଲା। ମାତ୍ର ଏହି ଗେଟ୍‌କୁ କେହି ଖୋଲିଦେବା ପରେ ପୁନଶ୍ଚ ମୂଷା ନଈର ବର୍ଜ୍ୟ ଜଳ ନରେନ୍ଦ୍ରରେ ପଶିଛି। ଫଳରେ ନରେନ୍ଦ୍ର ଜଳ ପ୍ରଦୂଷିତ ହେବା ସହ ଅମ୍ଳଜାନ ପରିମାଣ କମିଯାଇଛି। ଯାହାଫଳରେ ମାଛ ମରି ଭାସୁଛନ୍ତି। ଅନ୍ୟ ଆବର୍ଜନା ପଶିଥିବାରୁ ପାଣି ଦୁର୍ଗନ୍ଧ ହେଉଛି। ଗାଧୋଇଲେ ଦେହ ହାତ କୁଣ୍ଡାଇ ହେଉଛି। ନବକଳେବର ପୂର୍ବରୁ ଏମିତି ସ୍ଥିତି ଉପୁଜିଥିଲା। ସେତେବେଳେ ମତ୍ସ୍ୟ ବିଭାଗ ଅମ୍ଳଜାନ ମାତ୍ରା ବଢାଇବା ପାଇଁ ୨୦ ଲିଟର ଫାର୍ମାଲିନ ପକାଇଥିଲା। ଜଳ ବିଶୋଧନ ଲାଗି ୧ କୁଇଣ୍ଟାଲ ଜିଓଲାଇଟ୍‌ ପାଉଡର ପୁଷ୍କରିଣୀରେ ଛିଞ୍ଚତ୍ଥିଲେ। ମାତ୍ର ଏହା ପରେ ଜଳ ବିଶୋଧନ ପାଇଁ ପଦକ୍ଷେପ ନିଆଯାଇ ନାହିଁ। ସେହିପରି ଜଣେ ସଫେଇ କର୍ମଚାରୀ ନିୟୋଜିତ ହୋଇଥିବାରୁ ପୁଷ୍କରିଣୀ ପାହାଚ ଓ ଚତୁଃପାର୍ଶ୍ୱ ଠିକ୍‌ ଭାବେ ସଫା ହୋଇପାରୁନାହିଁ। ପାଚେରି ଚତୁଃପାର୍ଶ୍ୱରେ ଅନାବନା ଗଛ ଉଠି ଜଙ୍ଗଲିଆ ହୋଇଗଲାଣି। ନରେନ୍ଦ୍ର ପୁଷ୍କରିଣୀ ରକ୍ଷଣାବେକ୍ଷଣ କରାଯାଉନାହିଁ।

ଏ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କୁ ପଚାରିବାରେ କହିଛନ୍ତି, ମାଛ ମରୁଥିବା ଖବର ପାଇବା ପରେ ଆମ ଟେକ୍ନିକାଲ କମିଟି ଯାଇ ପାଣି ନମୁନା ସଂଗ୍ରହ କରିଛନ୍ତି। ଏହାକୁ ପରୀକ୍ଷା ପାଇଁ ସିଫାକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ପୁରୀ ପୌର ସଂସ୍ଥାକୁ ଅବଗତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri