Posted inଖେଳ

ମୁରେ, ପିରୋଙ୍କୋଭା, ବୁଚାର୍ଡଙ୍କୁ ଫ୍ରେଞ୍ଚ୍‌ ଓପନ୍‌ ଓ୍ବାଇଲ୍ଡ କାର୍ଡ

ପ୍ୟାରିସ୍‌,୧୬।୯(ଏପି): ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରେ ବ୍ରିଟେନର ଆଣ୍ଡି ମୁରେଙ୍କୁ ଓ୍ବାଇଲ୍ଡ କାର୍ଡ ପ୍ରଦାନ କରାଯାଇଛି। ୮ଜଣ ଓ୍ବାଇଲ୍ଡ କାର୍ଡ ପାଇଥିବା ଖେଳାଳିମାନଙ୍କ ମଧ୍ୟରେ ମୁରେ ହେଉଛନ୍ତି ଏକମାତ୍ର ଅଣଫ୍ରେଞ୍ଚ୍‌ ଖେଳାଳି। ସେହିପରି ବୁଲ୍‌ଗେରିଆର ଶ୍ୱେତାନା ପିରୋଙ୍କୋଭା ଓ କାନାଡ଼ାର ୟୁଗେନି ବୁଚାର୍ଡ ଦୁଇ ଅଣଫେଞ୍ଚ୍‌ ମହିଳା ଭାବେ ଓ୍ବାଇଲ୍ଡ କାର୍ଡ ପାଇଛନ୍ତି। ଏହି ହାଇପ୍ରୋଫାଇଲ କ୍ଲେ- କୋର୍ଟ ଟୁର୍ନାମେଣ୍ଟ ଉପରେ ଏବେ ସାରା ବିଶ୍ୱର ନଜର ରହିଛି।
ଆଘାତ ସମସ୍ୟା କାରଣରୁ ପୂର୍ବତନ ୧ ନମ୍ବର ଖେଳାଳି ମୁରେ ଏଟିପି ର଼୍ୟାଙ୍କିଙ୍ଗ୍‌ର ୧୨୯ତମ ସ୍ଥାନକୁ ଖସିଥିଲେ। ଫଳରେ ତାଙ୍କୁ ଓ୍ବାଇଲ୍ଡ କାର୍ଡ ପ୍ରଦାନ କରାଯାଇଛି। ୟୁଏସ୍‌ ଓପନ୍‌ରେ ମଧ୍ୟ ତାଙ୍କୁ ଓ୍ବାଇଲ୍ଡ କାର୍ଡ ପ୍ରଦାନ କରାଯାଇଥିଲା। ୟୁଏସ୍‌ ଓପନ୍‌ରେ ସେ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ ଓ ତାଙ୍କ ର଼୍ୟାଙ୍କିଙ୍ଗ୍‌କୁ ୧୧୦ରେ ପହଞ୍ଚାଇଥିଲେ। ତେବେ ଫ୍ରେଞ୍ଚ୍‌ ଓପନ ମୁଖ୍ୟ ଡ୍ରରେ ସାମିଲ ହେବା ପାଇଁ ଏହା ଯଥେଷ୍ଟ ନ ଥିଲା। ୨୦୧୬ରେ ମୁରେ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ପ୍ରବେଶ କରିଥିଲେ। ଫ୍ରେଞ୍ଚ୍‌ ଓପନ୍‌ରେ ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା।
୨୦୧୭ ପରେ ପ୍ରତ୍ୟାବର୍ତ୍ତନ କରିଥିବା ପିରୋଙ୍କୋଭା ପୁତ୍ର ସନ୍ତାନର ମା’ ହେବା ପରେ ୟୁଏସ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ ଓ ଅଭିଜ୍ଞ ସେରେନା ଓ୍ବିଲିୟମ୍ସଙ୍କଠାରୁ ପରାସ୍ତ ହୋଇଥିଲେ। ପିରୋଙ୍କୋଭା ୨୦୧୬ ଫ୍ରେଞ୍ଚ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ବୁଚାର୍ଡ ୨୦୧୪ ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲରେ ସେତେବେଳର ଚାମ୍ପିୟନ ମାରିଆ ସାରାପୋଭାଙ୍କଠାରୁ ପରାସ୍ତ ହୋଇଥିଲେ। ଏହି ବର୍ଷ ସେ ମଧ୍ୟ ଓ୍ବିମ୍ବେଲଡନ ଫାଇନାଲକୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri