ବ୍ଳାକ୍‌ମେଲିଂ କରିବାରୁ ହତ୍ୟା କରି ଜାଳି ଦେଲୁ

ବଲାଙ୍ଗୀର ଅଫିସ/ଗୁଡଭେଲା,୨୬ା୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ତୁଷରା ଥାନା ବୀରାମୁଣ୍ଡା ପଞ୍ଚାୟତ ଅଧୀନ କର୍ଲାଖମନ ଗାଁ ନିକଟ ରାହୁଲ ନଦୀ କୂଳରୁ ବୁଧବାର ସନ୍ଧ୍ୟାରେ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ଉଦେର ଗ୍ରାମର ସହକାରୀ ଶିକ୍ଷକ ବାସୁଦେବ ଭୋଇ (୨୫)ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ତଦନ୍ତରୁ ସ୍ପଷ୍ଟ ହେବା ପରେ ପୋଲିସ ମୃତ ଶିକ୍ଷକଙ୍କ ପ୍ରେମିକାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗିରଫ ଯୁବତୀ ଜଣକ କର୍ଲାଖମନ ଗ୍ରାମର ପ୍ରମଦା ବଗର୍ତ୍ତୀ (୨୨)। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ପ୍ରମଦାଙ୍କ ଭିଣୋଇ ଫେରାର ହୋଇଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ମୃତ ବାସୁଦେବ ଓ ପ୍ରମଦାଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥିଲା। ତେବେ ଆସନ୍ତା ମାର୍ଚ୍ଚ ୯ ତାରିଖରେ ବାସୁଦେବଙ୍କ ବିବାହ ସ୍ଥିର ହୋଇଯାଇଥିଲା। ବିବାହ ସ୍ଥିର ହେବା ପରେ ମଧ୍ୟ କିଛି ଫଟୋକୁ ନେଇ କୁଆଡେ ବାସୁଦେବ ପ୍ରେମିକାଙ୍କୁ ବ୍ଳାକ୍‌ମେଲିଂ କରୁଥିଲେ। ଏହି କାରଣକୁ ନେଇ ପ୍ରମଦା ଓ ତାଙ୍କ ଭିଣୋଇ ବାସୁଦେବଙ୍କୁ ହତ୍ୟା ପାଇଁ ଯୋଜନା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଗତ ୧୨ ତାରିଖ ଦିନ ଯୁବତୀ ଜଣକ କୁଆଡେ ଫୋନ୍‌ କରି ବାସୁଦେବଙ୍କୁ କର୍ଲାଖମନ ଆସିବାକୁ କହିଥିଲେ। ସେଠାରେ ପୂର୍ବରୁ ତାଙ୍କ ଭିଣୋଇ ରହିଥିଲେ। ଖର୍ଲାଖମନ୍‌ ରାହୁଲ ନଦୀ କୂଳ ଜଙ୍ଗଲ ନିକଟକୁ ବାସୁଦେବ ଆସିବା ପରେ ପୂର୍ବ ଯୋଜନା ମୁତାବକ ଏକ ଶାବଳରେ ବାସୁଦେବଙ୍କ ମୁଣ୍ଡରେ ପ୍ରହାର କରିଥିଲେ। ସେଠାରେ ବାସୁଦେବଙ୍କ ମୃତ୍ୟୁ ଘଟିଥିଲା। ପରେ ମୃତଦେହରେ ନିଆଁ ଲଗାଇ ପୋଡି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri