ପ୍ରେମ ଘଟଣାକୁ ନେଇ ହତ୍ୟା: ମହିଳାଙ୍କ ଅର୍ଦ୍ଧ ଲଗ୍ନ ମୃତଦେହ ଜବତ, ୨ ଗିରଫ

ହିଞ୍ଜିଳିକାଟୁ,୨ା୮(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା କୁକଡ଼ାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବୋରିଗାଁ ପଞ୍ଚାୟତ ମହୁଲପଲ୍ଲୀ ଗ୍ରାମର ଏକ ଶଶ୍ମାନରୁ ରବିବାର ମାଟି ଖୋଳି ଉଦ୍ଧାର ହୋଇଥିବା ମହିଳାଙ୍କ ମୃତଦେହ ଚିହ୍ନଟ ହୋଇଛି। ମୃତା ମହିଳା ଜଣକ ହେଲେ ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଜୟ ନଗର ଗ୍ରାମର ବର୍ଷାରାଣୀ ପୁରୋହିତ(୨୫)। ପ୍ରେମ ବ୍ୟାପାରକୁ ନେଇ ବର୍ଷାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। ଘଟଣାରେ ଜଡ଼ିତ ୨ଜଣଙ୍କୁ ହିଞ୍ଜିଳି ପୋଲିସ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ଉମା ଶଙ୍କର ସିଂ ସୂଚନା ଦେଇଛନ୍ତି। ଗିରଫମାନେ ହେଲେ ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଅନ୍ତର୍ଗତ ଗୁରୁଣ୍ଡି ଗ୍ରାମ କୁମ୍ଭାର ସାହିର ସନ୍ତୋଷ ବେହେରା ଓ ତାଙ୍କ ଭାଇ ସୁଶାନ୍ତ ବେହେରା। ଘଟଣାରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ।

ପ୍ରକାଶ ଯେ, ପାଟପୁର ଥାନା ଅନ୍ତର୍ଗତ ଜୟ ନଗର ଗ୍ରାମର ବର୍ଷାରାଣୀ ପୁରୋହିତ ପଳାସପୁର ଗ୍ରାମରେ ବିବାହ କରିଥିଲେ। କିନ୍ତୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ କୋର୍ଟରେ ଛାଡ଼ପତ୍ର ମାମଲା ହୋଇଛି। ଏହା ପରେ ବର୍ଷା ହୋଟେଲ ମ୍ୟାନେଜମେଣ୍ଟ କରି ହାଇଦ୍ରାବାଦରେ କାମ କରୁଥିଲେ। ସେଠି ଜଣେ ଯୁବକଙ୍କ ସହ ରିଲେସନଶିପ୍‌ରେ ରହି ଗୋଟିଏ ଘରେ ରହି ଆସୁଥିଲେ। ଏହି କଥା ବର୍ଷା ନିଜ ଭାଇ ଓ ଘରଲୋକଙ୍କୁ ମଧ୍ୟ ଜଣାଇଥିବା ନେଇ ବର୍ଷାଙ୍କ ଭାଇ ବିକାଶ ପୁରୋହିତ ଗଣମାଧ୍ୟମରେ କହିଛନ୍ତି। ହେଲେ କିଛି ଦିନ ରିଲେସନଶିପ୍‌ରେ ରହିବା ପରେ ବିବାହ କଥା ଉଠିଥିଲା। କିନ୍ତୁ ପୁରୁଷ ବନ୍ଧୁ ଜଣକ ଓ ତାଙ୍କ ଘର ଲୋକେ ଏହାକୁ ଗ୍ରହଣ କରି ନ ଥିଲେ। ଏଥି ନେଇ ନିମ ଖଣ୍ଡି ଥାନାରେ ବର୍ଷା ଅଭିଯୋଗ ମଧ୍ୟ କରିଥିଲେ। ନିମଖଣ୍ଡି ଥାନାରେ ଏଥି ନେଇ ଉଭୟ ପକ୍ଷକୁ ଡାକି ବିବାହ ସର୍ତ୍ତରେ ରାଜିନାମା ହୋଇଥିବା ମଧ୍ୟ ବର୍ଷାଙ୍କ ଭାଇ ବିକାଶ କହିଛନ୍ତି। ପରେ ବର୍ଷାକୁ ସୁଚିନ୍ତିତ ଯୋଜନା କରି ତାଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ପରିବାର ଲୋକେ ହତ୍ୟା କରିଥିବା ଭାଇ ବିକାଶ ପୁରୋହିତ ଅଭିଯୋଗ କରିଛନ୍ତି।
ହତ୍ୟା ଘଟଣାରେ ମହିଳାଙ୍କ ପରିବାର ପକ୍ଷରୁ କୌଣସି ଏତଲା ହୋଇ ନ ଥିଲେ ମଧ୍ୟ ହିଞ୍ଜିଳି ପୋଲିସ ପକ୍ଷରୁ କେସ୍‌ ନମ୍ବର ୫୫୧/୨୩ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ହତ୍ୟା ରେ ବ୍ୟବହୃତ ଅଟୋ, ଏକ ବାଇକ୍‌ , ହାତୁଡି ଓ ପାଣିରେ ପଡ଼ିଥିବା ମୋବାଇଲ ସହ ଅନ୍ୟାନ୍ୟ ଜିନିଷ ପୋଲିସ ଜବତ କରିଛି। ଗିରଫ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ହତ୍ୟା ଘଟଣାର ସିନ୍‌ ରିକ୍ରିଏଶନ କରିଛି। ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଓ ତଦନ୍ତରେ ବାଧା ଆଶଂକା ନେଇ ପୋଲିସ ଘଟଣାର ସ୍ପଷ୍ଟ ସୂଚନା ପ୍ରଦାନ କରିନାହିଁ। ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସିଂଙ୍କ ସହ ଆଇଆଇସି ଅଭିମନ୍ୟୁ ଦାସ, ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା, ତଦନ୍ତକାରୀ ଅଧିକାରୀ ସୁନୀଲ କଣ୍ଡୋଗିରି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri