ରାଜଧାନୀ ଉପକଣ୍ଠରେ ହତ୍ୟା

ବାରଙ୍ଗ/ଯାଁଳା,୨୩।୧୧(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଧୀନ ପାଇକରାପୁର ପାହାଡ଼ତଳେ ମଙ୍ଗଳବାର ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତକ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପଞ୍ଚପଲ୍ଲୀ ପଞ୍ଚାୟତ ବ୍ରହ୍ମକୁଣ୍ଡଳ ଗଁାର ବଂଶୀଧର ଜେନା। କିନ୍ତୁ ସେ ଚନ୍ଦକା ଥାନା ଅଧୀନ ପାଇକରାପୁର ସ୍କୁଲରେ ପିଅନ ଭାବେ କାମ କରୁଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏଥିସହ ଭୁବନେଶ୍ୱରରୁ ସାଇଣ୍ଟିଫିକ ଟିମ୍‌ ପହଞ୍ଚତ୍ ଘଟଣାସ୍ଥଳରୁ ରକ୍ତଲଗା ପଥର, ଚପଲ, ମଦ ବୋତଲ, ସିଗାରେଟ, ମୋବାଇଲ ଫୋନ ଓ ପର୍ସ ଜବତ କରିଛି। ତେବେ ବଂଶୀଧରଙ୍କ ପରିବାର ବଂଶୀଧରଙ୍କୁ କେହି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ହତ୍ୟା ମାମଲା(ନଂ.୨୭୦/୨୨) ରୁଜୁ କରି ପ୍ରାଥମିକ ତଦନ୍ତରେ ୪ଜଣଙ୍କୁ ଅଟକ ରଖିଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସୋମବାର ବଂଶୀଧର ସ୍କୁଲକୁ ଯାଇଥିଲେ। କାମ ସରିବା ପରେ ସନ୍ଧ୍ୟାରେ ଗଁା ବୁଲି ଫେରୁଥିଲେ। ହେଲେ ରାତି ୧୦ଟା ୧୫ରେ ବଂଶୀଧର ତାଙ୍କ ବୋହୂ ଓ ନାତି ସହ ଫୋନରେ କଥା ହୋଇ ଗାଡ଼ି ଖରାପ ହୋଇଯାଇଥିବା କହିବା ସହ ହଜାରେ ଟଙ୍କା ପଠାଇବାକୁ କହିଥିଲେ। କିନ୍ତୁ ତାଙ୍କ ପାଖରେ ଟଙ୍କା ନ ଥିବା କହି ପୁଅସହ କଥାହେବାକୁ ବୋହୂ କହିବାରେ ବଂଶୀଧର ମନା କରିଦେଇଥିଲେ। ପରେ ସେ ବାରଙ୍ଗରେ ଥିବା ଜ୍ୱାଇଁଙ୍କ ସହ କଥାହୋଇ ହଜାରେ ଟଙ୍କା ମାଗିଥିଲେ। ଫୋନ ପେ’ରେ ପଠାଇବାକୁ କହିବାରୁ ବଂଶୀଧର ଅନ୍ୟ ଏକ ନମ୍ବର ଦେବା ସହ ଗାଡ଼ି ସଜାଡ଼ି ଘରକୁ ଯାଉଛି ବୋଲି କହିଥିଲେ। ଟଙ୍କା ପଠାଇବା ପରେ ଜ୍ୱାଇଁ କଥାହେବାକୁ ଚେଷ୍ଟା କରିବାବେଳେ ବଂଶୀଧରଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିଲା। ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ଖବର ପାଇଥିଲୁ। କେହି ଟଙ୍କା ପାଇଁ ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ବଂଶୀଧରଙ୍କ ପୁଅ ଜ୍ୟୋତିରଞ୍ଜନ ଜେନା ଓ ସମୁଦୁଣୀ ଖୋଲଣା ଜେନା କହିଛନ୍ତି। ଅପରପକ୍ଷେ ମଙ୍ଗଳବାର ସକାଳେ ପାଇକରାପୁର ଗ୍ରାମର କେତେଜଣ ଯୁବକ ସ୍କୁଲ ପଡିଆ ପଛପଟ ସନ୍ତୋଷୀ ମା’ ମନ୍ଦିର ପାଖ ପାହାଡ଼ ରାସ୍ତାରେ ଯାଉଥିବା ବେଳେ ବଂଶୀଧରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିଥିଲେ। ବିଭିନ୍ନ ସାମଗ୍ରୀ ସହ ରକ୍ତଛିଟା ଲାଗିଥିବା ପଥର ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ। ପୋଲିସ ସାଇଣ୍ଟିଫିକ ଟିମ୍‌କୁ ଜଣାଇବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ପରେ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ତଦନ୍ତ ରି ଫୋନ ପେ’ରେ ହଜାରେ ଟଙ୍କା ଛଡ଼ାଯାଇଥିବା ମୋବଇଲ ନମ୍ବର ଆଧାରରେ ୪ଜଣଙ୍କୁ ଧରି ଆଣି ପଚରାଉଚରା କରୁଛି। ଉଲ୍ଲେଖଥାଉ କି, ବଂଶୀଧର ଆଉ ଗୋଟିଏ ବର୍ଷ ପରେ ଚାକିରିରୁ ଅବସର ନେଇଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri