Advertisement

ପ୍ରତି ୧୧ ମିନିଟ୍‌ରେ ଜଣେ ମହିଳାଙ୍କୁ ହତ୍ୟା କରୁଛନ୍ତି ସମ୍ପର୍କୀୟ: ଗୁଟେରସ୍‌

ଓ୍ବାଶିଂଟନ୍‌, ୨୩।୧୧: ବିଶ୍ୱରେ ପ୍ରତି ୧୧ ମିନିଟ୍‌ରେ ଜଣେ ମହିଳା ନିଜ ପରିଚିତ ବା ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହେଉଛନ୍ତି। ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସାକୁ ଦୃଷ୍ଟିରେ ରଖି ଜାତିସଂଘ ମହା ସଚିବ ଆଣ୍ଟୋନିଓ ଗୁଟେରସ୍‌ ଏହା କହିଛନ୍ତି। ବିଶ୍ୱରେ ମହିଳା ତଥା ଯୁବତୀମାନଙ୍କ ଉପରେ ହିଂସା କ୍ରମାଗତ ବଢ଼ିଚାଲିଛି। ସେମାନଙ୍କୁ ଏ ପ୍ରକାର ସଙ୍କଟଜନକ ପରିସ୍ଥିତିରୁ ଉଦ୍ଧାର କରିବା ଲାଗି ଉପଯୁକ୍ତ ପଦକ୍ଷେପ ନେବା ଜରୁରୀ। ବିଶ୍ୱରେ ବ୍ୟାପକ ହେଉଥିବା ହିଂସାର ଦୂରୀକରଣ ସକାଶେ ବିଭିନ୍ନ ଦେଶର ସରକାର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ନଭେମ୍ବର ୨୫ରେ ପାଳନ ହେବାକୁ ଥିବା ଅନ୍ତର୍ଜାତୀୟ ‘ଏଲିମିନେଶନ୍‌ ଅଫ୍‌ ଭାଓଲେନ୍ସ ଏଗେଷ୍ଟ ଓମେନ୍‌’ ଦିବସ ପାଖେଇ ଆସୁଥିବାବେଳେ ଗୁଟେରସ ମହିଳା ହିଂସାକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି।
କୋଭିଡ୍‌ ମହାମାରୀ ଯୋଗୁ ବିଶ୍ୱ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଥିବାବେଳେ ବହୁ ଲୋକଙ୍କ ବ୍ୟବସାୟିକ କାରବାର ସାଙ୍ଗକୁ ରୋଜଗାର ପନ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା। ଏଥିଯୋଗୁ ବଢ଼ିଥିବା ମାନସିକ ଚାପ ମହିଳାଙ୍କ ପ୍ରତି ହେଉଥିବା ହିଂସାର ମୁଖ୍ୟ କାରଣ ବୋଲି କୁହାଯାଇପାରିବ। ଏହା ବ୍ୟତୀତ ମହିଳାମାନେ ଅନ୍‌ଲାଇନ୍‌ ହଂସାର ଶିକାର ମଧ୍ୟ ହେଉଛନ୍ତି। ସୋସିଆଲ ମିଡିଆରେ ଅନେକ ଅସାମାଜିକ ପ୍ରବୃତ୍ତିର ଯୁବଗୋଷ୍ଠୀ ଯୁବତୀମାନଙ୍କୁ କମେଣ୍ଟ ସାଙ୍ଗକୁ ସେମାନଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ମଧ୍ୟ ଭାରଇରାଲ କରୁଥିବା ଦେଖାଯାଉଛି। ମହିଳାଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ପ୍ରତ୍ୟେକ ବ୍ୟକ୍ତି ସ୍ବର ଉତ୍ତୋଳନ କରିବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜି-୭ରେ ମୋଦି

ବିଆରିଜ୍‌,୨୬ା୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଫ୍ରାନ୍ସର ବିଆରିଜ୍‌ରେ ଆୟୋଜିତ ତିନିଦିନିଆ ଜି-୭ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି। ସେ ବାହାରିନ୍‌ରୁ ଫ୍ରାନ୍ସ ଯାଇ ସମ୍ମିଳନୀରେ...

୨୦୩୦ ସୁଦ୍ଧା ନିର୍ମାଣ ହେବ ହାଇପରସୋନିକ୍‌ ବିମାନ: ୪ ଘଣ୍ଟାରେ ଲଣ୍ଡନରୁ ସିଡ୍‌ନୀ ୧୭ ହଜାର କିମି କରିବ ଅତିକ୍ରମ

ଲଣ୍ଡନ,୨।୧୧: ଲଣ୍ଡନରୁ ସିଡ୍‌ନୀ ୧୭ ହଜାର କିମି ଅତିକ୍ରମ କରିବାକୁ ବିମାନକୁ ୨୨ରୁ ୨୫ ଘଣ୍ଟା ଲାଗିଥାଏ। ତେବେ ବ୍ରିଟେନ୍‌ ପକ୍ଷରୁ ହାଇପରସୋନିକ୍‌ ବିମାନ ନିର୍ମାଣ...

ଗାଈକ୍ଷୀର ଶିଶୁ ପାଇଁ ନୁହେଁ ଉପଯୋଗୀ…

ଶିଶୁକୁ ଗାଈକ୍ଷୀର ଦେଲେ ଅନେକ ସମସ୍ୟା ଦେଖାଦେଇଥାଏ। ଗାଈକ୍ଷୀର ଶିଶୁଙ୍କ ପାଇଁ ଅନୁପଯୁକ୍ତ ଏବଂ ଏହାଯୋଗୁ ପିଲାଙ୍କ କିଡ୍‌ନୀ ଉପରେ ବିପରୀତ ପ୍ରଭାବ ପଡିବାର ଆଶଙ୍କା...

ଭାରତ-ଆମେରିକା ପ୍ରତିରକ୍ଷା କାରବାର ୧୮ଶହ କୋଟି ଡଲାର ଛୁଇଁବ

ଓ୍ବାଶିଂଟନ,୧୯।୧୦: ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ-ଆମେରିକା ପ୍ରତିରକ୍ଷା କାରବାର ୧୮ଶହ କୋଟି ଡଲାର ଛୁଇଁବ। ଏନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୮ରେ ଦୁଇ...

ଫିଲିପାଇନ୍ସ ଜଳସୀମାରେ ୨୨୦ ଚାଇନା ଜାହାଜ

ମାନିଲା,୨୨।୩: ଦକ୍ଷିଣ ଚାଇନା ସାଗରର ବିବାଦୀୟ ଅଞ୍ଚଳରେ ଚାଇନାର ୨୨୦ ଜାହାଜ ପଇଁତରା ମାରିବା ଘଟଣାରେ ଫିଲିପାଇନ୍ସ ଉଦ୍‌ବେଗ ପ୍ରକାଶ କରିଛି। ମାର୍ଚ୍ଚ ୭ରେ ଏହି...

ଯୁଦ୍ଧ ନୁହେଁ, ଗଣହତ୍ୟା

ଲଭିଭ୍‌, ୧୪ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ସୈନ୍ୟ ବାହିନୀ ୟୁକ୍ରେନ୍‌ ଆକ୍ରମଣ ଜାରି ରଖିଛନ୍ତି। ସେମାନେ କେବଳ ୟୁକ୍ରେନୀୟ ସୈନ୍ୟଙ୍କୁ...

ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍‌!

ୱାଶିଂଟନ,୨୯ ।୧୨: ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଭାରତର ବି ପହଞ୍ଚିଗଲାଣି । ଏହାସହ ପାଖାପାଖି ୧୨ଟି...

ଗଣତନ୍ତ୍ରକୁ ସୁଦୃଢ଼ କରିବେ ମହିଳା

ମେକ୍ସିକୋ ସିଟି,୪ା୧୧:ମେକ୍ସିକୋ ସିଟି ମେୟର କ୍ଲାଉଡିଆ ଶେଇବଉମ୍‌ ପେସାରେ ଜଣେ ଡାକ୍ତର। ଜଣେ ପରିବେଶବିତ୍‌ ଭାବେ ଜଣାଶୁଣା ଏହି ୬୦ ବର୍ଷୀୟା ମହିଳା ୨୦୨୪ ରାଷ୍ଟ୍ରପତି...

Advertisement
Archives

Model This Week