ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ହତ୍ୟା: ୩ କୋର୍ଟ ଚାଲାଣ

ଭବାନୀପାଟଣା,୨୫ା୨(ସ୍ବ.ପ୍ର.): କେବେ ପ୍ରେମ ପାଇଁ ଅପହରଣ ତ କେବେ ହତ୍ୟା। ପ୍ରେମରେ ଅନ୍ଧ ହୋଇ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ନିଜ ସାଙ୍ଗର ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ। ଏଭଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଞ୍ଚଳରେ। ଏଠାରେ ତ୍ରିକୋଣୀୟ ପ୍ରେମରୁ ଦିଲୀପ ବାଗ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ଜୟପାଟଣା ପୋଲିସ ହାତରେ ୪ ଜଣ ଧରାପଡିଛନ୍ତି। ସେଥିମଧ୍ୟରୁ ଜଣେ ନାବାଳକ ରହିଛନ୍ତି। ଶନିବାର ୩ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛ। ସେମାନେ ହେଲେ ମୋହନ ମାଝି, ଅବତାର ମାଝି, ଚନ୍ଦ୍ର ମାଝି। ସେହିପରି ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ସାମିଲ ଥିବା ଜଣେ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। ଅଭିଯୁକ୍ତଙ୍କଠାରୁ ଅପରାଧରେ ବ୍ୟବହୃତ ସାମଗ୍ରୀ ପୋଲିସ ଜବତ କରିଛି। ଏ ନେଇ ସ୍ଥାନୀୟ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପାଟଣା ଆଇଆଇସି ବାସୁଦେବ ଛତ୍ରିଆ।

ମିଳିଥିବା ସୂଚନା ଅନୁଯାୟୀ,ଗତ ୧୯ ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗ୍ରାମର ଦିଲୀପ ବାଗ(୧୭)ନାମକ ଜଣେ କଲେଜ ଛାତ୍ର ନିଖୋଜ ଥିବା ନେଇ ସ୍ଥାନୀୟ ଥାନାରେ ତାଙ୍କ ବାପା ଧୋବା ବାଗ ଅଭିଯୋଗ କରିଥିଲେ। ପରେ ଗତ ୨୧ ତାରିଖରେ କାଦୋପଦର ହାତୀ ନଦୀ ଘାଟ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଯାହାକି ନିଖୋଜ ଥିବା ଦିଲୀପଙ୍କ ମୃତଦେହ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିପାରିଥିଲା। ପରେ ଦିଲୀପଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖି ଦିଲୀପଙ୍କ ୨ ଜଣ ସାଙ୍ଗ ମୋହନ ମାଝି ଓ ଜଣେ ନାବାଳକଙ୍କୁ ପ୍ରଥମେ ଅଟକ ରଖି ପଚରାଉଚରା କରିଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ୨ ଜଣଙ୍କୁ ମଧ୍ୟ ଏଥିରେ ସାମିଲ ଥିବା ଅଭିଯୋଗରେ ଅଟକ ରଖି ପଚାରାଉଚରା କରିଥିଲା। ତଦନ୍ତ ପରେ ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ଦିଲୀପଙ୍କ ହତ୍ୟା ହୋଇଥିବା ଜଣାପଡ଼ିଥିଲା। ଜଣେ ଝିଅକୁ ମୃତକ ଦିଲୀପ ଓ ମୋହନ ଭଲ ପାଉଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ହତ୍ୟାର ରୂପ ନେଇଥିଲା। ଗତ ୧୮ ତାରିଖରେ ମୋହନ ଓ ନାବାଳକ ଦିଲୀପଙ୍କୁ କୌଶଳ କ୍ରମେ ନିକଟସ୍ଥ ଏକ ନାଳକୁ ନେଇ ହତ୍ୟା କରିଥିଲେ। ପରେ ନିକଟରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ତାର ଫାଶରେ ଦିଲୀପକୁ ଠେଲି ଦେଇ ଚାଲି ଆସିଥିଲେ। ଫାଶ ପକାଇଥିବା ଦରଲୀପଡ଼ା ଗାଁର ଦୁଇ ଚାଷୀ ଅବତାର ମାଝି ଓ ଚନ୍ଦ୍ର ମାଝି ଫାଶ ତାରରେ ମୃତଦେହ ପଡିଥିବା ଦେଖି ଭୟଭୀତ ହୋଇପଡ଼ିଥିଲେ। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଥିବା ଭାବି ସେମାନେ ଗୋଟିଏ ଦିନ ମୃତଦେହକୁ ଲୁଚାଇ ରଖିଥିଲେ। ପରେ ମୃତଦେହକୁ ହାତୀ ନଦୀରେ ଫିଙ୍ଗି ଦେଇଥିଲେ। ନଦୀରେ ଭାସି ମୃତଦେହ କାଦୋପଦର ନଦୀଘାଟ ନିକଟରେ ଲାଗିଥିଲା। ଯାହାକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଏ ନେଇ ଜୟପାଟଣା ଥାନାରେ କେସ୍‌ ନଂ ୪୩/୨୩ରେ ଏକ ମାମଲା ରୁୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri