ଝିଅକୁ ନିର୍ଯାତନା ଦେଇ ମାରିଦେଲେ

ଲୋଇସିଂହା,୧୯।୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା କନ୍ଦାଜୁରୀ ପଞ୍ଚାୟତ ଅଧୀନ ଫଟାମୁଣ୍ଡା ଗାଁରେ ବଧୂ ହତ୍ୟା ହୋଇଥିବା ନେଇ ଲୋଇସିଂହା ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।

ଅଭିଯୋଗ ମୁତାବକ, ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ରାଣୀସର୍ଡl ଗାଁର ପ୍ରହଲ୍ଲାଦ ତ୍ରିପାଠୀଙ୍କ ସାନ ଝିଅ ବିବିଶିନୀ ତ୍ରିପାଠୀ(୨୪)ଲୋଇସିଂହା ଥାନା ଅଧୀନ ଫଟାମୁଣ୍ଡା ଗାଁ ପ୍ରଫୁଲ୍ଲ ତ୍ରିପାଠୀ(୩୨)ଙ୍କୁ ୨୦୧୬ରେ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ଅଛନ୍ତି।

ହେଲେ ବିବାହ ପରଠାରୁ ଝିଅ ବିବିଶିନୀଙ୍କୁ ସ୍ବାମୀ, ଶାଶୁ ଏବଂ ଶ୍ୱଶୁର ନିର୍ଯାତନା ଦେଉଥିଲେ l ନିର୍ଯାତନା ଅସହ୍ୟ ହେବାରୁ ବିବିଶିନୀ ବୁଧବାର ପରିବାର ଲୋକଙ୍କୁ ଫୋନ କରି ଘରକୁ ନେଇଯିବାକୁ କହିଥିଲେ। ହେଲେ ସେହି ରାତିରେ ଜ୍ୱାଇଁ ପ୍ରଫୁଲ୍ଲ ଶ୍ୱଶୁର ଘର ଲୋକଙ୍କୁ ଫୋନ କରି ବିବିଶିନୀ ବିଷ ପିଇ ଦେଇଥିବା କହିଥିଲେ। ଖବର ପାଇ ବାପ ଘର ଲୋକେ ଡାକ୍ତର ଖାନାରେ ପହଞ୍ଚି ଥିଲେ l ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଓ ପରେ ବୁର୍ଲା ବୀରସୁରେନ୍ଦ୍ର ସାଏ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ବୁର୍ଲା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ବୃର୍ଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ହେଲେ ଶୁକ୍ରବାର ସନ୍ଧ୍ୟାରେ ବାପ ଘର ଲୋକେ ମୃତଦେହ ଧରି ଲୋଇସିଂହା ଥାନାରେ ପହଞ୍ଚିଥିଲେ। ଶ୍ୱଶୁର ଘର ଲୋକେ ଝିଅକୁ ନିର୍ଯାତନା ଦେବାସହ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି l ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଛିଡା ହୋଇଥିବା ଚିପ୍ସ ବୋଝେଇ ହାଇୱାକୁ ପଛରୁ ଧକ୍କା ଦେଲା ଟ୍ରକ୍‌: ଟ୍ରକ୍‌ ହେଲ୍ପର ମୃତ, ଡ୍ରାଇଭର ଗୁରୁତର

ରେଙ୍ଗାଲି, ୨୬।୪ (ଡି.ଏନ.ଏ.)- ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ରମ୍ପେଲା ଗ୍ରାମ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚିପ୍ସ ବୋଝେଇ ହାଇୱା (ଓଡି...

ବିଜେଡିର ସଭ୍ୟ ସଂଗ୍ରହ ପାଇଁ କର୍ମୀ ସମ୍ମିଳନୀ

ପାଟଣା,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ଭଗପଶିଠାରେ ବିଜେଡିର ପାଟଣା ନିର୍ବାଚନମଣ୍ଡଳୀର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ...

ପୁଅର ଭୁଜାଲି ମାଡରେ ବାପାଙ୍କ ମୃତ୍ୟୁ

ସୋର, ୨୧ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ପଞ୍ଚାୟତର ଉସୁନୁପୁର ଗ୍ରାମରେ ଶନିବାର ରାତି ପ୍ରାୟ ୧୦ଟା ବେଳେ ଏକ ହତ୍ୟାକାଣ୍ଡ ଘଟିଛି। ଶରତ...

ଗଞ୍ଜାମରେ ଶ୍ରମ ବିଭାଗର ନକଲି କାର୍ଯ୍ୟାଳୟ

ବ୍ରହ୍ମପୁର ଅଫିସ,୨୨।୨: ଗଞ୍ଜାମ ଜିଲା ଦିଗପହଣ୍ଡିରେ ନକଲି ଶ୍ରମ କାର୍ଯ୍ୟାଳୟ ଠାବ ହୋଇଛି । ଶ୍ରମ ବିଭାଗ ଅଧିକାରୀମାନେ ତଦନ୍ତ କରି ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ...

ମହୁଲ ପୋଚ ସହ ରନ୍ଧା ମଦ ନଷ୍ଟ କଲା ଅବକାରୀ ବିଭାଗ

ଜୁନାଗଡ,୨୪।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜୁନାଗଡ ବ୍ଲକ ହରଡଗୁଡା ଗ୍ରାମ ନିକଟ ନଦୀକୂଳରେ ଦେଶୀ ହାତରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ହିଞ୍ଜିଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ହିଞ୍ଜିଳିକାଟୁ,୨୫ା୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି। ଏହି ଦିନିକିଆ ଗସ୍ତରେ ପ୍ରାୟ ୧୫ ମାସ ପରେ ମୁଖ୍ୟମନ୍ତ୍ରୀ ନିଜ...

୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ: ୪ କୋର୍ଟ ଚାଲାଣ

କୋରୁକୋଣ୍ଡା,୨୧।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ପୋଲିସ ୮ କୁଇଣ୍ଟାଲ ୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରି ୪ ଜଣଙ୍କୁ କୋର୍ଟ ଚାଲାଣ...

ବ୍ୟାଙ୍କରୁ ଟଙ୍କା ଲୁଟ୍‌ ମାମଲା: ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

ଢେଙ୍କାନାଳ ଅଫିସ,୨୫ା୧୧-ଢେଙ୍କାନାଳ ସଦର ଥାନା ସିମିନଈସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଶାଖାରୁ ୨୦୧୭ରେ ସଙ୍ଗଠିତ ଲୁଟ୍‌ ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ମୁଖ୍ୟ ବିଚାର ବିଭାଗୀୟ...

Advertisement
Archives

Model This Week