ଜମିବାଡ଼ି ପାଇଁ ହତ୍ୟା, ମା’-ଭାଉଜ ଗୁରୁତର

ଭଦ୍ରକ ଅଫିସ, ୧୭।୩: ପୂର୍ବଶତ୍ରୁତା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ଅର୍ଣ୍ଣପାଳ ପଞ୍ଚାୟତ ରାଜମୁକୁନ୍ଦପୁର ଗାଁ ରାଜୁଆଳିବିନ୍ଧା ବେହେରାସାହିରେ ବୁଧବାର ପୂର୍ବାହ୍ନରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ମୃତକ ହେଲେ ସଞ୍ଜିତ ବେହେରା(୩୬)। ଆକ୍ରମଣରେ ତାଙ୍କ ମା’ ଓ ଭାଉଜ ଗୁରୁତର ହୋଇ ଜିଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଭାଇ ରଞ୍ଜିତଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ହତ୍ୟା ମାମଲା(ନଂ.୧୩୭/୨୧) ରୁଜୁ କରାଯାଇଛି।
ଅଭିଯୋଗ ଅନୁଯାୟୀ, ମୃତ ସଞ୍ଜିତଙ୍କ ପରିବାର ସହ ସେହି ସାହିର ଲକ୍ଷ୍ମୀଧର ବେହେରାଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ପୂର୍ବରୁ ବିବାଦ ରହିଥିଲା। ନିକଟରେ ଥାନାରେ ଏହି ବିବାଦର ସମାଧାନ ମଧ୍ୟ ହୋଇଥିଲା। ବୁଧବାର ହଠାତ୍‌ ଲକ୍ଷ୍ମୀଧରଙ୍କ ପରିବାର ଲୋକ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ସଞ୍ଜିତଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ। ଏପରିକି ସେମାନେ ସଞ୍ଜିତଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡ଼ି ଓ ଶାବଳରେ ଆକ୍ରମଣ କରିଥିଲେ। ଏହାର ପ୍ରତିବାଦ କରିବାରୁ ତାଙ୍କ ମା’ ଓ ଭାଉଜ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ସଞ୍ଜିତଙ୍କ ସମେତ ୩ ଜଣଙ୍କୁ ଗ୍ରାମବାସୀ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ସଞ୍ଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଜଣେ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାରଳା ମନ୍ଦିରରେ ପାଳି କରି ପୂଜା କରିବେ ୨ ବଡ଼ପଣ୍ଡା

ଜଗତ୍‌ସିଂହପୁର ଅଫିସ, ୪ା୮: ଶାରଳା ମନ୍ଦିରରେ ବଡ଼ପଣ୍ଡାଙ୍କୁ ନେଇ ଚାଲିଥିବା ବିବାଦର ଏକପ୍ରକାର ସମାଧାନ ହୋଇଛି। ଏଣିକି ୨ ଜଣଙ୍କୁ ବଡ଼ପଣ୍ଡା ଭାବେ ଗ୍ରହଣ କରାଯିବା...

ନ୍ୟାୟ ପାଇଁ ଛାତ୍ରୀଛାତ୍ରଙ୍କ ୧୬ କି.ମି. ପଦଯାତ୍ରା

ସମ୍ବଲପୁର,୬ା୧୧(ବ୍ୟୁରୋ):ସମନ୍ବିତ ବା ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ଯୁବତୀ ଯୁବକଙ୍କୁ ସରକାର ଚାକିରି ଦେବା ପାଇଁ କୌଣସି ସୁବିଧା କରି ନାହାନ୍ତି। କିଛି ଦିନ ତଳେ ଶିକ୍ଷକ...

ଭିଜିଲାନ୍ସ ଜାଲରେ ଫରେଷ୍ଟର

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମ.ରାମପୁର ରେଞ୍ଜ ମୋହନଗିରି ଫରେଷ୍ଟର ରୁଦ୍ରପ୍ରସାଦ ଗହୀର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବିଭାଗର ଜଣେ ପୂର୍ବତନ...

କରୋନାରୁ ସୁସ୍ଥ ହୃଦ୍‌ରୋଗୀ ହାର୍ଟ ଚେକ୍‌ ଅପ୍‌ କରିବାକୁ ପରାମର୍ଶ

ଭୁବନେଶ୍ୱର, ୫।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଆରୋଗ୍ୟ ଲାଭ କରିବା ପରେ ଆକ୍ରାନ୍ତଙ୍କ ଶରୀରରେ ଅନ୍ୟାନ୍ୟ ଜଟିଳତା ଦେଖାଯାଉଛି। ଫଳରେ ରୋଗୀ ଗୁରୁତର ହୋଇ ହସ୍ପିଟାଲରେ...

ଗଞ୍ଜାମର ହିଞ୍ଜିଳି, ୫ ପଞ୍ଚାୟତକୁ ଜାତୀୟ ପୁରସ୍କାର: ଅଭିନନ୍ଦନ ଜଣାଇଲେ ଜିଲାପାଳ, ଡିଆର୍‌ଡିଏ ପିଡି

ଛତ୍ରପୁର,୨୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାର ହିଞ୍ଜିଳି ବ୍ଲକ ଓ ୫ ଟି ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ପୁରସ୍କାର -୨୦୨୦ ମିଳିଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ...

ଓଡ଼ଗାଁରେ ସରକାରୀ ନିୟମକୁ ବେଖାତିର: ସ୍କୁଲକୁ ପିଲାଙ୍କୁ ଡକାଇ ଶିକ୍ଷକ ବାଣ୍ଟୁଛନ୍ତି ବହି, ସାମାଜିକ ଦୂରତାର ପ୍ରଶ୍ନ ନାହିଁ

ଓଡଗାଁ,୨୫।୪(ସ୍ବ.ପ୍ର.)- କରୋନା ମୁକାବିଲାକୁ ନେଇ ସମ୍ପ୍ରତି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପିଲାଙ୍କୁ ଘରେ ଘରେ ବୁଲି...

ଚିକିତ୍ସାରେ ଅବହେଳା ଅଭିଯୋଗ

ବାଲେଶ୍ୱର ଅଫିସ,୭।୨: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ପଦ୍ମପୁର ଗ୍ରାମର ଜଣେ ରୋଗୀଙ୍କୁ ଅପରେଶନ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ରୋଗୀଙ୍କୁ ନିଶ୍ଚେତକ ଦେଇ...

ପ୍ରଶାସନ ନିର୍ଦ୍ଦେଶ ମାନୁନାହାନ୍ତି ରାଜ୍ୟ ବାହାରୁ ଫେରିଥିବା ଲୋକେ, ଜିଲାପାଳଙ୍କୁ ଚିଠି

ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ହେଲେ ବିଭିନ୍ନ ଗଁା ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ତଦାରଖ...

Advertisement


Archives

Model This Week