ରାଜଧାନୀରେ ପିକ୍‌ଅପ୍‌ ଭ୍ୟାନ୍‌ରେ ହତ୍ୟା ଘଟଣା: ଦୁଇ ଅଭିଯୁକ୍ତ ଭାଇ କୋର୍ଟ ଚାଲାଣ

ଭୁବନେଶ୍ୱର,୮।୩(ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶନିବାର ନୟାପଲ୍ଲୀ ଥାନା ଅଞ୍ଚଳରେ ଜଟ ଓରଫ ଟୁକୁନା ଦାସଙ୍କୁ ରାସ୍ତା ଉପରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭିତରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଦୁଇ ଭାଇ ସୁଧୀର ପୃଷ୍ଟି ଓ ସାଗର ପୃଷ୍ଟିଙ୍କୁ ରବିବାର କୋର୍ଟ ଚାଲାଣ କରିଛି। ଏଥିସହିତ ଘଟଣା ସମୟରେ ପିସିଆର ଭ୍ୟାନ୍‌ ଭାଙ୍ଗିବା ସହ ଅଭିଯୁକ୍ତଙ୍କୁ ସେଥିରୁ ଟାଣିଆଣି ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ସିସିଟିଭି ଫୁଟେଜ ଓ ସୋସିଆଲ ମିଡିଆ ଭିଡିଓରୁ ପ୍ରାୟ ୧୫ଜଣଙ୍କୁ ଚିହ୍ନଟ କରିଛି। ସେମାନଙ୍କ ମଧ୍ୟରୁ
୫ଜଣଙ୍କୁ ଗିରଫ କରାଯାଇ ଥିବାବେଳେ ଅନ୍ୟ ୧୦ଜଣଙ୍କୁ ଧରିବା ପାଇଁ ଖୋଜା ଚାଲିଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ପୋଲିସ ଭ୍ୟାନ୍‌ ଭାଙ୍ଗିବା, କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଓ ଅଭିଯୁକ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିବା ଆଦିକୁ ନେଇ ପୋଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିଛି।
ସୂଚନା ଅନୁଯାୟୀ, ମୃତ ଟୁକୁନା ଏବଂ ଅଭିଯୁକ୍ତ ଦୁଇ ଭାଇ ସୁଧୀର ଓ ସାଗରଙ୍କ ଘର ସାଲିଆ ସାହିରେ। ଟୁକୁନାଙ୍କ ଘର ସାମ୍ନାରେ ଅଭିଯୁକ୍ତ ଦ୍ୱୟଙ୍କ ଘର ହୋଇଥିବାବେଳେ ବିଭିନ୍ନ କାରଣକୁ ନେଇ ଦୀର୍ଘଦିନ ହେବ ଶତ୍ରୁତା ଲାଗି ରହିଥିଲା। ଟୁକୁନାଙ୍କ ଘର ସାମ୍ନାରେ ଅଭିଯୁକ୍ତ ଦ୍ୱୟ ପିକ୍‌ଅପ୍‌ ଗାଡ଼ି ପାର୍କିଂ କରୁଥିଲେ। ଏହାକୁ ନେଇ ୧୫ଦିନ ତଳେ ସେମାନଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ପୁଣି ଶୁକ୍ରବାର ରାତିରେ ମଧ୍ୟ ବଚସା ହୋଇଥିଲା। ଶନିବାର ସକାଳେ ଅଭିଯୁକ୍ତ ଦ୍ୱୟ ଗାଡି ନେଇ ଆସୁଥିବାବେଳେ ଟୁକୁନା ଅଟକାଇ ଆକ୍ରମଣ କରିଥିଲେ। ଏହାପରେ ଦୁଇ ଭାଇ ତାଙ୍କୁ କାବୁ କରି ଗାଡିରେ ପୂରାଇ ନୟାପଲ୍ଲୀ ଥାନାକୁ ଆଣୁଥିଲେ। ନୟାପଲ୍ଲୀ ଏନ୍‌-୨ ଛକ ଟ୍ରାଫିକ ନିକଟରେ ଟୁକୁନା ଲୁଚାଇ ରଖିଥିବା ଏକ ଭୁଜାଲିରେ ସୁଧୀରଙ୍କ ଗୋଡ଼ରେ ଭୁସିଦେଇଥିଲେ। ଏହାପରେ ଅଭିଯୁକ୍ତ ଦୁଇଭାଇ ଟୁକୁନାଙ୍କଠାରୁ ଭୁଜାଲି ଛଡାଇ ତାଙ୍କ ଛାତି ଓ ବେକରେ ଭୁସି ଦେଇଥିଲେ। ଗାଡ଼ି ଭିତରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସୁଧୀର ଓ ସାଗରଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଅଭିଯୁକ୍ତଙ୍କୁ କାବୁ କରି ପିସିଆର ଭ୍ୟାନ୍‌ରେ ନେଉଥିବା ସମୟରେ କେତେଜଣ ଲୋକ ଉତ୍ତ୍ୟକ୍ତ ହୋଇ ପିସିଆର ଭ୍ୟାନ୍‌କୁ ଅଟକାଇଥିଲେ। ଭ୍ୟାନ୍‌ ଚାବି ନେଇଯିବା ସହ କାଚ ଭାଙ୍ଗି ଦୁଇ ଭାଇଙ୍କୁ ମାଡ଼ମାରି ରକ୍ତାକ୍ତ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri