ରାଜଧାନୀରେ ପିକ୍‌ଅପ୍‌ ଭ୍ୟାନ୍‌ରେ ହତ୍ୟା ଘଟଣା: ଦୁଇ ଅଭିଯୁକ୍ତ ଭାଇ କୋର୍ଟ ଚାଲାଣ

ଭୁବନେଶ୍ୱର,୮।୩(ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶନିବାର ନୟାପଲ୍ଲୀ ଥାନା ଅଞ୍ଚଳରେ ଜଟ ଓରଫ ଟୁକୁନା ଦାସଙ୍କୁ ରାସ୍ତା ଉପରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭିତରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଦୁଇ ଭାଇ ସୁଧୀର ପୃଷ୍ଟି ଓ ସାଗର ପୃଷ୍ଟିଙ୍କୁ ରବିବାର କୋର୍ଟ ଚାଲାଣ କରିଛି। ଏଥିସହିତ ଘଟଣା ସମୟରେ ପିସିଆର ଭ୍ୟାନ୍‌ ଭାଙ୍ଗିବା ସହ ଅଭିଯୁକ୍ତଙ୍କୁ ସେଥିରୁ ଟାଣିଆଣି ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ସିସିଟିଭି ଫୁଟେଜ ଓ ସୋସିଆଲ ମିଡିଆ ଭିଡିଓରୁ ପ୍ରାୟ ୧୫ଜଣଙ୍କୁ ଚିହ୍ନଟ କରିଛି। ସେମାନଙ୍କ ମଧ୍ୟରୁ
୫ଜଣଙ୍କୁ ଗିରଫ କରାଯାଇ ଥିବାବେଳେ ଅନ୍ୟ ୧୦ଜଣଙ୍କୁ ଧରିବା ପାଇଁ ଖୋଜା ଚାଲିଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ପୋଲିସ ଭ୍ୟାନ୍‌ ଭାଙ୍ଗିବା, କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଓ ଅଭିଯୁକ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିବା ଆଦିକୁ ନେଇ ପୋଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିଛି।
ସୂଚନା ଅନୁଯାୟୀ, ମୃତ ଟୁକୁନା ଏବଂ ଅଭିଯୁକ୍ତ ଦୁଇ ଭାଇ ସୁଧୀର ଓ ସାଗରଙ୍କ ଘର ସାଲିଆ ସାହିରେ। ଟୁକୁନାଙ୍କ ଘର ସାମ୍ନାରେ ଅଭିଯୁକ୍ତ ଦ୍ୱୟଙ୍କ ଘର ହୋଇଥିବାବେଳେ ବିଭିନ୍ନ କାରଣକୁ ନେଇ ଦୀର୍ଘଦିନ ହେବ ଶତ୍ରୁତା ଲାଗି ରହିଥିଲା। ଟୁକୁନାଙ୍କ ଘର ସାମ୍ନାରେ ଅଭିଯୁକ୍ତ ଦ୍ୱୟ ପିକ୍‌ଅପ୍‌ ଗାଡ଼ି ପାର୍କିଂ କରୁଥିଲେ। ଏହାକୁ ନେଇ ୧୫ଦିନ ତଳେ ସେମାନଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ପୁଣି ଶୁକ୍ରବାର ରାତିରେ ମଧ୍ୟ ବଚସା ହୋଇଥିଲା। ଶନିବାର ସକାଳେ ଅଭିଯୁକ୍ତ ଦ୍ୱୟ ଗାଡି ନେଇ ଆସୁଥିବାବେଳେ ଟୁକୁନା ଅଟକାଇ ଆକ୍ରମଣ କରିଥିଲେ। ଏହାପରେ ଦୁଇ ଭାଇ ତାଙ୍କୁ କାବୁ କରି ଗାଡିରେ ପୂରାଇ ନୟାପଲ୍ଲୀ ଥାନାକୁ ଆଣୁଥିଲେ। ନୟାପଲ୍ଲୀ ଏନ୍‌-୨ ଛକ ଟ୍ରାଫିକ ନିକଟରେ ଟୁକୁନା ଲୁଚାଇ ରଖିଥିବା ଏକ ଭୁଜାଲିରେ ସୁଧୀରଙ୍କ ଗୋଡ଼ରେ ଭୁସିଦେଇଥିଲେ। ଏହାପରେ ଅଭିଯୁକ୍ତ ଦୁଇଭାଇ ଟୁକୁନାଙ୍କଠାରୁ ଭୁଜାଲି ଛଡାଇ ତାଙ୍କ ଛାତି ଓ ବେକରେ ଭୁସି ଦେଇଥିଲେ। ଗାଡ଼ି ଭିତରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସୁଧୀର ଓ ସାଗରଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଅଭିଯୁକ୍ତଙ୍କୁ କାବୁ କରି ପିସିଆର ଭ୍ୟାନ୍‌ରେ ନେଉଥିବା ସମୟରେ କେତେଜଣ ଲୋକ ଉତ୍ତ୍ୟକ୍ତ ହୋଇ ପିସିଆର ଭ୍ୟାନ୍‌କୁ ଅଟକାଇଥିଲେ। ଭ୍ୟାନ୍‌ ଚାବି ନେଇଯିବା ସହ କାଚ ଭାଙ୍ଗି ଦୁଇ ଭାଇଙ୍କୁ ମାଡ଼ମାରି ରକ୍ତାକ୍ତ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri