ଉପଯୋଗିତାରୁ ଅର୍ଥନୈତିକ ସୁଧାର

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ସ୍ଥିତିରେ ପରିବର୍ତ୍ତନ ଆସୁଥିବାରୁ ବଜାରରେ ଅର୍ଥନୈତିକ ସୁଧାର ପରିଲକ୍ଷିତ ହେଉଛି। ଲୋକମାନେ ସାମଗ୍ରୀ ବ୍ୟବହାର ବଢାଇବାରୁ ଅର୍ଥ ବ୍ୟବସ୍ଥାରେ ସୁଧାର ତ୍ୱରାନ୍ବିତ ହୋଇଛି। ଗୁଜରାଟ, ରାଜସ୍ଥାନ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ବଜାର ବେଶ୍‌ ଉତ୍ସାହିତ ହୋଇଛି। ଏହି ସ୍ଥାନଗୁଡିକରେ ଲୋକମାନେ କିଣାକିଣି ତ୍ୱରାନ୍ବିତ କରୁଥିବା ଆସୋଚାମ ପକ୍ଷରୁ ଏକ ସର୍ଭେରେ ପ୍ରକାଶ ପାଇଛି।
ଜିଏସ୍‌ଟି ଡାଟାକୁ ନେଇ ହୋଇଥିବା ଏହି ଅଧ୍ୟୟନରେ କୁହାଯାଇଛି ଯେ, ୨୩ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଜିଏସ୍‌ଟି ସଂଗ୍ରହ ବେଶ୍‌ ଉନ୍ନତ ହୋଇଛି। ବିଶେଷ କରି ସାମଗ୍ରୀ ଉପଯୋଗିତା ବଢିବାରୁ ଟିକସ ସଂଗ୍ରହ ବେଶ୍‌ ଉନ୍ନତ ହେଉଥିବା କୁହାଯାଉଛି। ସାମଗ୍ରୀ କ୍ରୟରେ ଗୁଜରାଟ ସବୁଠାରେ ଆଗରେ ରହିଛି। ଏଠାରେ ରାଜସ୍ବ ସଂଗ୍ରହ ୧୪% ବଢ଼ି ୮୨୨୧ କୋଟି ଟଙ୍କା ଛୁଇଁଛି। ଏହା ପୂର୍ବରୁ ୭୨୧୫ କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଛି। ମହାରାଷ୍ଟ୍ର ଏବଂ କର୍ନାଟକରେ ଗ୍ରାହକଙ୍କ ଆତ୍ମବିଶ୍ୱାସ ବଢିଛି। ମହାରାଷ୍ଟ୍ରରେ ୧୬,୧୦୩ କୋଟି ଜିଏସ୍‌ଟି ସଂଗ୍ରହ ହୋଇଛି। ଏଠାରେ ଟିକସ ସଂଗ୍ରହରେ ୨% ଅଭିବୃଦ୍ଧି ହୋଇଛି। ସେହିଭଳି କର୍ନାଟକରେ ଜିଏସ୍‌ଟି ସଂଗ୍ରହ ୨% ବଢିବା ଯୋଗୁ ୭୫୮୧ କୋଟି ଟଙ୍କା ଆଦାୟ ହୋଇଛି।
ମାନୁଫାକ୍‌ଚରିଂ, ଏଫ୍‌ଏମ୍‌ସିଜି, କେମିକାଲ୍ସ, ସାର, ରିୟଲଇଷ୍ଟେଟ, ନିର୍ମାଣ, ଇସ୍ପାତ ଏବଂ ସିମେଣ୍ଟ ଭଳି କ୍ଷେତ୍ରର ପ୍ରଡକ୍ଟ ବିକ୍ରି ଉନ୍ନତ ରହିଛି। ଶିଳ୍ପର କ୍ଷମତା ଉପଯୋଗ ସମ୍ପୂର୍ଣ୍ଣ ହେଲେ ନିବେଶ ବଢିବା ସହ ଅର୍ଥ ବ୍ୟବସ୍ଥା ଆହୁରି ଗତିଶୀଳ ହେବ ବୋଲି ଆସୋଚାମ ମହାସଚିବ ଦୀପକ ସୁଦ କହିଛନ୍ତି। ୨୦୨୨ରେ ଭି-ଆକୃତିର ଅଭିବୃଦ୍ଧି ହେବା ନେଇ ଆସୋଚାମ ଆକଳନ କରିଛି। ସୂଚନାଯୋଗ୍ୟ, ଫେବୃୟାରୀରେ ମୋଟ ୧.୧୩ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଗତ ବର୍ଷ ସମାନ ମାସ ତୁଳନାରେ ଏହା ୭% ଅଧିକ। ସେହିଭଳି ସାମଗ୍ରୀ ବ୍ୟବହାରରେ ତ୍ୱରିତ ସୁଧାର କରୁଥିବା ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶା, ତାମିଲନାଡୁ, ହିମାଚଳପ୍ରଦେଶ, ପଞ୍ଜାବ, ହରିୟାଣା, ସିକିମ, ଅରୁଣାଚଳ ପ୍ରଦେଶ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ, ଜମ୍ମୁ ଏବଂ କଶ୍ମୀର ରହିଛି। ଟିକା ପ୍ରଦାନ ଧାରା ତ୍ୱରାନ୍ବିତ ହେଉଥିବାରୁ ସେବା କ୍ଷେତ୍ର କାର୍ଯ୍ୟକଳାପ ବଢିବ ବୋଲି ଏହି ଏଜେନ୍ସି ଅନୁମାନ ଲଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଜୁଲାଇରେ ଏତେ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୧।୭: ଶ୍ରମ ବ୍ୟୁରୋର ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, AICPI-IW ଏପ୍ରିଲ୍ ୨୦୨୬ରେ ୧୪୯.୯ରୁ ମେ ୨୦୨୬ରେ ୦.୯ ପଏଣ୍ଟ ବୃଦ୍ଧି ପାଇ ୧୫୦.୮ ହୋଇଛି। ଏହି…

ଆଜିଠୁ ଶସ୍ତା ହେଲା ୫ କେଜିଆ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ନୂଆ ଦର!

ନୂଆଦିଲ୍ଲୀ,୧।୭: ମହଙ୍ଗା ମାଡ଼ ମଧ୍ୟରେ ଏବେ ଏଲପିଜି (LPG) ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସହିତ ‘ଛୋଟ ଗ୍ୟାସ୍ ସିଲିଣ୍ଡର’ ମଧ୍ୟ…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri