ଉପଯୋଗିତାରୁ ଅର୍ଥନୈତିକ ସୁଧାର

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ସ୍ଥିତିରେ ପରିବର୍ତ୍ତନ ଆସୁଥିବାରୁ ବଜାରରେ ଅର୍ଥନୈତିକ ସୁଧାର ପରିଲକ୍ଷିତ ହେଉଛି। ଲୋକମାନେ ସାମଗ୍ରୀ ବ୍ୟବହାର ବଢାଇବାରୁ ଅର୍ଥ ବ୍ୟବସ୍ଥାରେ ସୁଧାର ତ୍ୱରାନ୍ବିତ ହୋଇଛି। ଗୁଜରାଟ, ରାଜସ୍ଥାନ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ବଜାର ବେଶ୍‌ ଉତ୍ସାହିତ ହୋଇଛି। ଏହି ସ୍ଥାନଗୁଡିକରେ ଲୋକମାନେ କିଣାକିଣି ତ୍ୱରାନ୍ବିତ କରୁଥିବା ଆସୋଚାମ ପକ୍ଷରୁ ଏକ ସର୍ଭେରେ ପ୍ରକାଶ ପାଇଛି।
ଜିଏସ୍‌ଟି ଡାଟାକୁ ନେଇ ହୋଇଥିବା ଏହି ଅଧ୍ୟୟନରେ କୁହାଯାଇଛି ଯେ, ୨୩ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଜିଏସ୍‌ଟି ସଂଗ୍ରହ ବେଶ୍‌ ଉନ୍ନତ ହୋଇଛି। ବିଶେଷ କରି ସାମଗ୍ରୀ ଉପଯୋଗିତା ବଢିବାରୁ ଟିକସ ସଂଗ୍ରହ ବେଶ୍‌ ଉନ୍ନତ ହେଉଥିବା କୁହାଯାଉଛି। ସାମଗ୍ରୀ କ୍ରୟରେ ଗୁଜରାଟ ସବୁଠାରେ ଆଗରେ ରହିଛି। ଏଠାରେ ରାଜସ୍ବ ସଂଗ୍ରହ ୧୪% ବଢ଼ି ୮୨୨୧ କୋଟି ଟଙ୍କା ଛୁଇଁଛି। ଏହା ପୂର୍ବରୁ ୭୨୧୫ କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଛି। ମହାରାଷ୍ଟ୍ର ଏବଂ କର୍ନାଟକରେ ଗ୍ରାହକଙ୍କ ଆତ୍ମବିଶ୍ୱାସ ବଢିଛି। ମହାରାଷ୍ଟ୍ରରେ ୧୬,୧୦୩ କୋଟି ଜିଏସ୍‌ଟି ସଂଗ୍ରହ ହୋଇଛି। ଏଠାରେ ଟିକସ ସଂଗ୍ରହରେ ୨% ଅଭିବୃଦ୍ଧି ହୋଇଛି। ସେହିଭଳି କର୍ନାଟକରେ ଜିଏସ୍‌ଟି ସଂଗ୍ରହ ୨% ବଢିବା ଯୋଗୁ ୭୫୮୧ କୋଟି ଟଙ୍କା ଆଦାୟ ହୋଇଛି।
ମାନୁଫାକ୍‌ଚରିଂ, ଏଫ୍‌ଏମ୍‌ସିଜି, କେମିକାଲ୍ସ, ସାର, ରିୟଲଇଷ୍ଟେଟ, ନିର୍ମାଣ, ଇସ୍ପାତ ଏବଂ ସିମେଣ୍ଟ ଭଳି କ୍ଷେତ୍ରର ପ୍ରଡକ୍ଟ ବିକ୍ରି ଉନ୍ନତ ରହିଛି। ଶିଳ୍ପର କ୍ଷମତା ଉପଯୋଗ ସମ୍ପୂର୍ଣ୍ଣ ହେଲେ ନିବେଶ ବଢିବା ସହ ଅର୍ଥ ବ୍ୟବସ୍ଥା ଆହୁରି ଗତିଶୀଳ ହେବ ବୋଲି ଆସୋଚାମ ମହାସଚିବ ଦୀପକ ସୁଦ କହିଛନ୍ତି। ୨୦୨୨ରେ ଭି-ଆକୃତିର ଅଭିବୃଦ୍ଧି ହେବା ନେଇ ଆସୋଚାମ ଆକଳନ କରିଛି। ସୂଚନାଯୋଗ୍ୟ, ଫେବୃୟାରୀରେ ମୋଟ ୧.୧୩ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଗତ ବର୍ଷ ସମାନ ମାସ ତୁଳନାରେ ଏହା ୭% ଅଧିକ। ସେହିଭଳି ସାମଗ୍ରୀ ବ୍ୟବହାରରେ ତ୍ୱରିତ ସୁଧାର କରୁଥିବା ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶା, ତାମିଲନାଡୁ, ହିମାଚଳପ୍ରଦେଶ, ପଞ୍ଜାବ, ହରିୟାଣା, ସିକିମ, ଅରୁଣାଚଳ ପ୍ରଦେଶ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ, ଜମ୍ମୁ ଏବଂ କଶ୍ମୀର ରହିଛି। ଟିକା ପ୍ରଦାନ ଧାରା ତ୍ୱରାନ୍ବିତ ହେଉଥିବାରୁ ସେବା କ୍ଷେତ୍ର କାର୍ଯ୍ୟକଳାପ ବଢିବ ବୋଲି ଏହି ଏଜେନ୍ସି ଅନୁମାନ ଲଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri