ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ଜେଲ୍ ଗଲେ ଅଭିଯୁକ୍ତ, ଖଣ୍ଡା ଜବତ   

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ଗ୍ରାମର ପ୍ରସାଦ ଗୌଡ଼ଙ୍କୁ ହତ୍ୟାଉଦ୍ୟମ ଘଟଣାରେ ସମ୍ପୃକ୍ତ ତେଣ୍ଟୁଆପଡ଼ା ଗ୍ରାମର ଲାଲୁ ପ୍ରସାଦ ସେଠୀଙ୍କୁ କେ.ନୂଆଗାଁ ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୨ ତାରିଖ ରାତି ପ୍ରାୟ ୧୧ ଟାରେ ପ୍ରସାଦ ଚିକିଟି ବ୍ଲକ ବଡ଼କେଳାଝରି ଗ୍ରାମରୁ ଯାତ୍ରା ଦେଖି ବାଇକ ଯୋଗେ ଫେରୁଥିଲେ। କେ.ନୂଆଗାଁ ଥାନା ପହଁରାବାଡ଼ି ଗାଁ ରାସ୍ତାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ଲାଲୁ ପ୍ରସାଦ ଏବଂ ବଢେଇ ସନ୍ଧିଗାଁର ସଦାନନ୍ଦ ପ୍ରଧାନ ଙ୍କ ସମେତ ଅନ୍ୟକିଛି ଯୁବକ ତାଙ୍କୁ ରାସ୍ତାରେ ଜବରଦସ୍ତ ଅଟକାଇ ଆପତ୍ତିଜନକ ଭାଷାରେ ଗାଳି ଗୁଲଜ କରି ହତ୍ୟା ଉଦ୍ଦେଶ୍ୟରେ ତାଙ୍କ ମୁଣ୍ଡକୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ।

ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ପ୍ରସାଦ କୌଶଳକ୍ରମେ ସେଠାରୁ ଖସି ପଳାଇଥିଲେ। ପ୍ରସାଦ ବମୋକେଇ ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଘଟଣାର ପରଦିନ କେ.ନୂଆଗାଁ ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ନାଁ’ରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଘଟଣା ପରଠାରୁ ଫେରାର ଥିବା ଲାଲୁଙ୍କୁ ତଦନ୍ତକାରୀ ଅଧିକାରୀ ଏଏସଆଇ ତାରକେଶ୍ଵର ରାଓ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଖଣ୍ଡାକୁ ପୋଲିସ ଜବତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?