ଆମେରିକାରେ ପହଞ୍ଚି ଭାରତ ବିରୋଧରେ ବିଷ ଓଗାଳିଲେ ମୁନୀର: କହିଲେ, ଆମେ ପ୍ରତିଶୋଧ ନେବୁ

ଓ୍ବାଶିଂଟନ୍‌,୧୮।୬: ପାକିସ୍ତାନର ସେନା ମୁଖ୍ୟ ଏବଂ ସଦ୍ୟ ନିଯୁକ୍ତ ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନିର ଆଜିକାଲି ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଆମେରିକାରେ ରହୁଥିବା ପାକିସ୍ତାନୀ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ତାଙ୍କ ଭାଷଣରେ ମୁନୀର ଅନେକ ପ୍ରସଙ୍ଗରେ କହିଥିଲେ, କିନ୍ତୁ ସେ ଭାରତ ବିରୋଧରେ କଡ଼ା ବୟାନ ଦେବା ପାଇଁ ଏହି ମଞ୍ଚକୁ ବ୍ୟବହାର କରିଥିଲେ। ସେ ମେ’ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନିଆ ସଂଘର୍ଷକୁ ପାକିସ୍ତାନର ବିଜୟ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରିଥିଲେ।

ମୁନୀର କହିଛନ୍ତି, ପାକିସ୍ତାନ ୧୯୭୧ର ପରାଜୟକୁ କେବେ ଭୁଲିବ ନାହିଁ ଏବଂ ସମୟ ଆସିଲେ ଏହାର ଜବାବ ଦେବ। ପାକିସ୍ତାନ ସେନା ଭାରତର ଯେକୌଣସି କାର୍ଯ୍ୟର ଜବାବ ଦେବାକୁ ସକ୍ଷମ।

ସୟଦ ଅସୀମ ମୁନୀର କହିଛନ୍ତି, ପାକିସ୍ତାନ ଭାରତ ବିରୋଧରେ ପାଞ୍ଚଟି ସ୍ତରରେ ଯୁଦ୍ଧ କରିଛି। ଏଥିରେ ସାଇବର ଯୁଦ୍ଧ ମଧ୍ୟ ସାମିଲ। ପାକିସ୍ତାନୀ ହ୍ୟାକର୍ସମାନେ ଭାରତର ୭୦% ଗ୍ରୀଡ ଷ୍ଟେଶନଙ୍କୁ ହ୍ୟାକ କରି ବନ୍ଦ କରିଦେଇଛନ୍ତି। ପାକିସ୍ତାନୀ ଡ୍ରୋନ ଦିଲ୍ଲୀ ଏବଂ ଗୁଜରାଟରେ ପହଞ୍ଚିଛି।

ମୁନିର ଆଉ ଏକ ଦାବି କରିଛନ୍ତି, ଭାରତର ଟ୍ରେନ ସିଷ୍ଟମ ମଧ୍ୟ ହ୍ୟାକ ହୋଇଛି। ତଥାପି, ସେ ଏହି ଦାବିଗୁଡ଼ିକର କୌଣସି ପ୍ରମାଣ ଦେଇ ନାହାଁନ୍ତି ଏବଂ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଆମେରିକାରେ ଦିଆଯାଇଥିବା ତାଙ୍କ ଭାଷଣରେ, ଅସୀମ ମୁନୀର ସ୍ବୀକାର କରିଛନ୍ତି, ଭାରତ ବିପକ୍ଷ ଯୁଦ୍ଧରେ ପାକିସ୍ତାନ ଚାଇନାରୁ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ପାଇଛି। ପାକିସ୍ତାନ ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଏପରି ଭାବରେ ବ୍ୟବହାର କରିଛି ଯେ ଚାଇନା ମଧ୍ୟ ସେମାନଙ୍କ ପ୍ରସ୍ତୁତିରେ ପ୍ରଭାବିତ ହୋଇଛି।

ଏହି ସମୟରେ ମୁନୀର ଆତଙ୍କବାଦ ପ୍ରସଙ୍ଗ ପାଇଁ ଆମେରିକାକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ସୋଭିଏତ୍‌ ୟୁନିଅନ୍‌ ଆଫଗାନିସ୍ତାନ ଉପରେ ଆକ୍ରମଣ ପରେ, ଆମେରିକାର ସହାୟତାରେ ପାକିସ୍ତାନରେ ‘ଜିହାଦୀ ସଂସ୍କୃତି’ ବିକଶିତ ହୋଇଥିଲା ଏବଂ ଏହା ପରେ ଅନେକ ଆତଙ୍କବାଦୀ ସଂଗଠନର ମୂଳ ପାଲଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri