ପୌର ନିର୍ବାଚନ: ଫେବୃୟାରୀ ୧୦ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ

ଭୁବନେଶ୍ୱର,୨।୨: ୧୧୦ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୪୮ ମ୍ୟୁନିସିପାଲିଟି ଓ ୫୯ ଏନଏସି ସୀମା ନିିର୍ଦ୍ଧାରଣ ଓ ଆସନ ଆରକ୍ଷଣର ଚୂଡାନ୍ତ ତାଲିକା ଜିଲା ମାଜିଷ୍ଟ୍ରେଟ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟର ୩ଟି ମ୍ୟୁନିସିପାଲିଟି କର୍ପୋରେଶନର ସୀମା ନିିର୍ଦ୍ଧାରଣ ଓ ଆସନ ଆରକ୍ଷଣ ଚୂଡାନ୍ତ ତାଲିକା ମଧ୍ୟ ନିର୍ବାଚନ ଆୟୋଗକୁ ପ୍ରଦାନ କରିଛନ୍ତି ସରକାର । ଖୁବଶୀଘ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ରାଜ୍ୟ ନିିର୍ବାଚନ ଆୟୋଗ ।
ସେହିପରି ନୂଆ ଭୋଟରଙ୍କ ନାମ ଯୋଡ଼ା ଯାଇପାରିବ ନାହିଁ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ଫେବୃୟାରୀ ୧୦ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ ।